ETV Bharat / entertainment

ପୁଣି ସଲମାନ ଖାନଙ୍କୁ ମିଳିଲା ହତ୍ୟା ଧମକ

ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ଏପ୍ରିଲ 30ରେ ଅଭିନେତାଙ୍କୁ ହତ୍ୟା କରିବାକୁ ନେଇ ଧମକ ମିଳିଛି । ମୁମ୍ବାଇ ପୋଲିସକୁ ଫୋନ କଲ୍ କରି ରାଜସ୍ଥାନର ଜଣେ ବ୍ୟକ୍ତି ଏଭଳି ଧମକ ଦେଇଥିବା ଜଣାପଡିଛି । ଅଧିକ ପଢନ୍ତୁ,

author img

By

Published : Apr 11, 2023, 1:52 PM IST

ପୁଣି ସଲମାନ ଖାନଙ୍କୁ ମିଳିଲା ହତ୍ୟା ଧମକ
ପୁଣି ସଲମାନ ଖାନଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ମିଳିଛି ହତ୍ୟା ଧମକ । ସୋମବାର ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ଫୋନ କଲ୍ ଆସିଥିଲା । ଏପ୍ରିଲ୍ 30ରେ ଅଭିନେତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି ସମ୍ପୃକ୍ତ ଦୁର୍ବୃତ୍ତ । ଘଟଣା ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।

  • In a call received at Police Control Room yesterday, a man who identified himself as Roki Bhai from Rajasthan's Jodhpur threatened to kill actor Salman Khan on April 30. Further investigation underway: Mumbai Police

    — ANI (@ANI) April 11, 2023 " class="align-text-top noRightClick twitterSection" data=" ">

କୁହାଯାଉଛି ଯେ ଏପ୍ରିଲ୍ 10 (ସୋମବାର)ଦିନ ମୁମ୍ବାଇ ପୋଲିସ୍ କଣ୍ଟ୍ରୋଲ୍ ରୁମକୁ ଏହି ଫୋନ କଲ୍ ଆସିଥିଲା । ସୋମବାର ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଲଞ୍ଚ ସମୟରେ ସଲମାନଙ୍କ ସମେତ ପୁରା ଫିଲ୍ମର କାଷ୍ଟ ଇଭେଣ୍ଟରେ ଉପସ୍ଥିତ ରହିଥିଲେ । ଏହାପରେ ବିଳମ୍ବିତ ରାତିରେ ସଲମାନଙ୍କୁ ଜୀବନରୁ ମାରିଦେବାକୁ ଏକ ଧମକପୂର୍ଣ୍ଣ ଫୋନ କଲ୍ ମୁମ୍ବାଇ ପୋଲିସକୁ ଆସିଛି ।

ମୁମ୍ବାଇ ପୋଲିସ ସୂଚନା ଅନୁଯାୟୀ, ଏପ୍ରିଲ୍ 10 (ସୋମବାର) ରାତି 9ଟାରେ ରାଜସ୍ଥାନର ଯୋଧପୁରରୁ ରକି ଭାଇ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କଲ୍ ଆସିଥିଲା । ​ଯେଉଁଥିରେ ସେ ଅଭିନେତା ସଲମାନ ଖାନଙ୍କୁ ଏପ୍ରିଲ 30ରେ ହତ୍ୟା କରିବ ବୋଲି ଧମକ ଦେଇଥିଲା । ସଲମାନଙ୍କୁ ପୁଣି ହତ୍ୟା ଧମକ ନେଇ ଚାରିଆଡେ ହଇଚଇ ଖେଳିଯାଇଥିବା ବେଳେ ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଫୋନ୍‌ କଲ୍ କରିଥିବା ବ୍ୟକ୍ତିଙ୍କ ଠିକଣା ପୋଲିସ ଜାଣିପାରିଥିବା କୁହାଯାଉଛି ।

ସୂଚନା ଥାଉ କି, ଗତ ମାର୍ଚ୍ଚ 18 ତାରିଖରେ ସଲମାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା । ଏହାପରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ରାଜସ୍ଥାନ ପୋଲିସ ସହାୟତାରେ ଅଭିଯୁକ୍ତ ଯୋଧପୁର ଜିଲ୍ଲା ଲୁନି ଗାଁର ଧାକଡ ରାମଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ସେହିପରି ପରେ ମାଫିଆ ଡନ୍ ଲରେନ୍ସ ବିଷ୍ଣୋଇଙ୍କ ନିକଟରେ ଏକ ସାକ୍ଷାତକାରରେ ସଲମାନ ଖାନଙ୍କୁ ହତ୍ୟା କରିବା ତାଙ୍କ ଜୀବନର ଉଦ୍ଦେଶ୍ୟ ବୋଲି କହିଥିଲା । ଏହାରି ମଧ୍ୟରେ ଏବେ ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିବା ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି ।

ସେପଟେ ସଲମାନ ଖାନଙ୍କୁ କ୍ରମାଗତ ଧମକ ମିଳୁଥିବାରୁ ନିକଟରେ ସେ ନିସାନ ପାଟ୍ରୋଲ SUV କାର୍ କିଣିଥିଲେ । ଯାହା ଏକ ବୁଲେଟପ୍ରୁଫ କାର୍‌ ଅଟେ। ଭାରତରେ ଏହି SUVର କୌଣସି ଅଫିସିଆଲ୍ ଲଞ୍ଚ୍ ହୋଇନାହିଁ । 'କିସି କା ଭାଇ କିସି କି ଜାନ'ର ଟ୍ରେଲର ରିଲିଜ ସମୟରେ ସଲମାନ ତାଙ୍କ ନୂଆ SUV କାରରେ ପହଞ୍ଚିଥିବାର ନଜର ଆସିଥିଲେ । ଏସବୁ ମଧ୍ୟରେ ସଲମାନ ଖାନ୍‌ଙ୍କ ସୁରକ୍ଷା ମଧ୍ୟ କଡ଼ାକଡ଼ି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.