ETV Bharat / entertainment

ବିଗବସ-୧୬ର ଫାଇନାଲିଷ୍ଟ୍‌ ଅର୍ଚ୍ଚନା ଗୌତମଙ୍କୁ ହତ୍ୟା ଧମକ, ପ୍ରିୟଙ୍କା ଗାନ୍ଧୀଙ୍କ ପିଏଙ୍କ ନାଁରେ ଏତଲା

author img

By

Published : Mar 8, 2023, 3:02 PM IST

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପିଏ(ପର୍ସନାଲ ଆସିଷାଣ୍ଟ) ସନ୍ଦୀପ ସିଂ ଧମକ ନାଁରେ ସାଘାଂତିକ ଅଭିଯୋଗ । ଲୋକପ୍ରିୟ ରିଆଲିଟି ଶୋ ବିଗବସ-୧୬ର ପ୍ରତିଯୋଗୀ ଅର୍ଚ୍ଚନା ଗୌତମଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଏତଲା । ଅଧିକ ପଢ଼ନ୍ତୁ

Archana Gautam gets death threa
Archana Gautam gets death threa

ରାୟପୁର: ଲୋକପ୍ରିୟ ରିଆଲିଟି ଶୋ ବିଗବସ-୧୬ର ପ୍ରତିଯୋଗୀ ଅର୍ଚ୍ଚନା ଗୌତମଙ୍କୁ ହତ୍ୟା ଧମକ । କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପିଏ(ପର୍ସନାଲ ଆସିଷାଣ୍ଟ) ସନ୍ଦୀପ ସିଂ ଧମକ ଦେଇଥିବା ଅଭିଯୋଗ । ଏନେଇ ଅର୍ଚ୍ଚନାଙ୍କ ବାପା ଗୌତମ ବୁଦ୍ଧ ପାତ୍ରପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ସହ ଅର୍ଚ୍ଚନା ଗୌତମ ଫେସବୁକ୍‌ରେ ଲାଇଭ ଆସି ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପାତ୍ରୁପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅର୍ଚ୍ଚନା ଗୌତମଙ୍କ ବାପା ଗୌତମ ବୁଦ୍ଧଙ୍କ ଅଭିଯୋଗ କରିଛନ୍ତି, "ଫେବୃଆରୀ ୨୬ ତାରିଖରେ ମୋ ଝିଅ ଅର୍ଚ୍ଚନା ଛଡିଶଗଡର ରାୟପୁରକୁ ଯାଇଥିଲା । କଂଗ୍ରେସର ଏକ ବୈଠକରେ ଯୋଗଦେବା ପାଇଁ ପ୍ରିୟଙ୍କା ଗାନ୍ଧୀ ଅର୍ଚ୍ଚନାଙ୍କୁ ନିମନ୍ତ୍ରଣ କରିଥିଲେ । ଯେତେବେଳେ ଅର୍ଚ୍ଚନା ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଖା କରିବା ପାଇଁ ପିଏ ସନ୍ଦୀପ ସିଂଙ୍କ ଅନୁମତି ମାଗିଥିଲେ ସେତେବେଳେ ସେ ମନା କରିଦେବା ସହ ଜାତିଆଣକୁ ଆକ୍ଷେପ କରିଥିଲେ । ଏହାସହ ଅର୍ଚ୍ଚନାକୁ ରାଗିଯାଇ ଖରାପ ଭାଷା ମଧ୍ୟ କହିଥିଲେ । ଏହାବ୍ୟତୀତ ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲା । ମୋ ଝିଅକୁ ନିଜେ ଡାକି ପିଏଙ୍କ ଦ୍ବାରା ଧମକ ଦିଆଯାଉଛି ।" ଏହି ଘଟଣାକୁ ନେଇ ଅର୍ଚ୍ଚନା ଗୌତମଙ୍କ ବାପା ପାତ୍ରପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ସହ ନିଜେ ଅର୍ଚ୍ଚନା ଫେସବୁକ ଲାଇଭ କରି ସୂଚନା ଦେଇଛନ୍ତି । ଅର୍ଚ୍ଚନା ଗୌତମଙ୍କୁ ନ୍ୟାୟ ଦେବା ପାଇଁ ବାପା ଗୌତମ ବୁଦ୍ଧ ପୋଲିସକୁ ଗୁହାରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Delhi Liquor Policy case: କେସିଆରଙ୍କ ଝିଅଙ୍କୁ EDର ସମନ, ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ

ଏନେଇ ମିରଟ ସିଟିର ଏସପି ପିୟୁଷ ସିଂ କହିଛନ୍ତି, "ଅର୍ଚ୍ଚନାଙ୍କ ଗୌତମଙ୍କ ବାପା ଥାନାରେ ଏକ ଏତଲା ଦେଇଛନ୍ତି । ଜାତୀୟ କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପିଏଙ୍କ ବିରୋଧରେ ଏତଲା ଦିଆଯାଇଛି । ଲୋକପ୍ରିୟ ରିଆଲିଟି ଶୋ'ର ଫାଇନାଲିଷ୍ଟ ଅର୍ଚ୍ଚନା ଗୌତମଙ୍କୁ ପ୍ରିୟଙ୍କାଙ୍କ ପିଏ ସନ୍ଦିପ ସିଂ ଖରାପ ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗରେ ଉଲ୍ଲେଖ କରାଯାଇଛି । ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ ହୋଇଛି । ଧାରା ୫୦୪, ୫୦୬ ଏବଂ ଏସସି, ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ: Haryana famous Daat Holi: ୧୨୮୮ ମସିହାରୁ ହେଉଛି ପାଳିତ, ଜାଣନ୍ତୁ କଣ ରହିଛି ବିଶେଷତ୍ୱ

ପ୍ରକାଶଥାଉକି, ମିରଟର ହସ୍ତିନାପୁର ବିଧାନସଭା ସିଟରୁ ଅଭିନେତ୍ରୀ ଅର୍ଚ୍ଚନା ଗୌତମଙ୍କୁ ଟିକେଟ ଦେଇଥିଲା କଂଗ୍ରେସ । ଅର୍ଚ୍ଚନାଙ୍କୁ ଟିକେଟ ଦେଇ ହସ୍ତିନାପୁର ଆସନକୁ ଗୁରୁତ୍ବପୂର୍ଣ୍ଣ କରି ଦେଇଥିଲା କଂଗ୍ରେସ । କିନ୍ତୁ ପ୍ରିୟଙ୍କାଙ୍କ ଆଶା ଧୂଳିସାତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.