ETV Bharat / entertainment

Big Boss Ott 2 Winner: ଏଲଭିଶ ଯାଦବଙ୍କୁ ହତ୍ୟା ଧମକ, ୧ କୋଟି ଡିମାଣ୍ଡ କଲା ଦୁର୍ବୃତ୍ତ

author img

By ETV Bharat Odisha Team

Published : Oct 26, 2023, 1:27 PM IST

ଏଲଭିଶ ଯାଦବଙ୍କୁ ୧ କୋଟିର ଡିମାଣ୍ଡ କଲେ ଦୁର୍ବୃତ୍ତ । ଟଙ୍କା ନ ଦେଲେ ଜୀବନରେ ମାରିଦେବାକୁ ଧମକ ବି ଦେଇଥିଲେ । ଘଟଣା ନେଇ ଏଲଭିସ ଥାନାରେ ମାମଲା ରୁଜୁ କରିବା ପରେ ଗିରଫ ହେଲା ଦୁର୍ବୃତ୍ତ । ଅଧିକ ପଢନ୍ତୁ

ଏଲଭିଶ ଯାଦବଙ୍କୁ ହତ୍ୟା ଧମକ, ୧ କୋଟିର ଡିମାଣ୍ଡ କଲେ ଦୁବୁର୍ତ୍ତ

ହାଇଦ୍ରାବାଦ: ବିଗ୍ ବସ୍ OTT 2 ବିଜେତା ଏଲଭିଶ ଯାଦବଙ୍କୁ ହତ୍ୟା ଧମକ ସହ ୧ କୋଟିର ଡିମାଣ୍ଡ କରିଥିଲେ ଦୁର୍ବୃତ୍ତ । ଏହି ଧମକ ପାଇବା ପରେ ଏଲଭିଶ ଯାଦବ ଗୁରୁଗ୍ରାମ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଗୁରୁଗ୍ରାମ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଛାନଭିନ କରି ଦୁର୍ବୃତ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଅନୁଯାୟୀ, ସାଇବର ସିଟି ଗୁରୁଗ୍ରାମର ୱଜିରାବାଦରେ ରହୁଥିବା ବିଗ୍ ବସ୍ OTT 2 ବିଜେତା ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏଲଭିଶ ଯାଦବଙ୍କୁ 25 ଅକ୍ଟୋବର ବୁଧବାର ଦିନ ଧମକପୂର୍ଣ୍ଣ କଲ ଆସିଥିଲା । ଦୁର୍ବୃତ୍ତ ଜଣକ ଏଲଭିଶ ଯାଦବଙ୍କୁ ଯଥାଶୀଘ୍ର ଏକ କୋଟି ଟଙ୍କା ଦେବାକୁ ଦାବି କରିଥିଲେ । ଯଦି ସେ ତାଙ୍କୁ ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ଘଟଣା ନେଇ ଏଲଭିସ ନିକଟସ୍ଥ ଗୁରୁଗ୍ରାମ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଗୁରୁଗ୍ରାମ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ପୋଲିସ ସୂତ୍ର ଅନୁଯାୟୀ, ଏହା ଏକ ହାଇ ପ୍ରୋଫାଇଲ ମାମଲା ହେତୁ ଗୁରୁଗ୍ରାମ ପୋଲିସ ମାମଲା ରୁଜୁ କରି ଏଲଭିଶ ଯାଦବଙ୍କୁ ଧମକ ଦେଇଥିବା ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଏହି ଘୃଣ୍ୟ ବ୍ୟକ୍ତି କିଏ ଏବଂ ସେ କେଉଁ ଗ୍ୟାଙ୍ଗ ସହ ଜଡିତ ଅଛନ୍ତି ସେ ବିଷୟରେ ପୋଲିସ କିଛି ପ୍ରକାଶ କରିନାହାଁନ୍ତି । କିନ୍ତୁ ଖୁବଶୀଘ୍ର ଏହି ମାମଲାର ଖୁଲାସା କରିବ ବୋଲି ପୋଲିସ କହିଛି ।

​ଏଲଭିଶ ଯାଦବ କିଏ ?

ଗୁରୁଗ୍ରାମର ୱଜିରାବାଦ ଗ୍ରାମ ନିବାସୀ ସିଦ୍ଧାର୍ଥ ଓରଫ ଏଲଭିଶ ଯାଦବ ବିଗ୍‌ ବସ୍ ଓଟିଟି ୨ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ । ପରେ ସେ ବିଗ୍ ବସ୍ OTT 2 ଟାଇଟଲ୍ ଜିତି ଇତିହାସ ରଚିଥିଲେ । ଏହା ପରେ ତାଙ୍କର ଲୋକପ୍ରିୟତା ବେଶ ବଢିବାରେ ଲାଗିଲା । ଏଥିସହ ଏଲଭିସ ଜଣେ ୟୁଟ୍ୟୁବର ମଧ୍ୟ । ସେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ସକ୍ରିୟ ଅଟନ୍ତି । ୟୁଟ୍ୟୁବରେ ଏଲଭିଶ ଯାଦବଙ୍କର 14.5 ମିଲିୟନରୁ ଅଧିକ ଫୋଲର୍ସ ଅଛନ୍ତି ଏବଂ ଇନଷ୍ଟାଗ୍ରାମରେ 15.7 ନିୟୁତ ଫୋଲର୍ସ ଥିବା ବେଳେ ଫେସବୁକରେ 4.5 ନିୟୁତ ଫୋଲର୍ସ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ବିଗ୍ ବସ୍' ବିଜେତା ଏଲଭିଶ ଯାଦବଙ୍କୁ ମିଳିନି 25 ଲକ୍ଷ ଟଙ୍କାର ପୁରସ୍କାର ରାଶି ! ଅଭିନେତା କଲେ ଖୁଲାସା

ଏହା ସହିତ ଏଲଭିଶ ବିଗ୍ ବସ୍ ଓଟିଟି ଜିତିବା ପରେ ହରିୟାଣାର ସିଏମଙ୍କୁ ଭେଟିଥିଲେ । ଗୁରୁଗ୍ରାମର ତାଉ ଦେବୀ ଲାଲ ଷ୍ଟାଡିୟମରେ ସଫଳତା ପାର୍ଟିର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟକ ଯୁବକ ଆସିଥିଲେ । ଏଥିସହ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏଲଭିଶ ଯାଦବଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ପରେ, ଏଲଭିଶ ଯାଦବଙ୍କ ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.