ETV Bharat / entertainment

ଛାତିରେ ଅସହ୍ୟ ଯନ୍ତ୍ରଣା ପାଇଁ ହସ୍ପିଟାଲରେ ଭର୍ତ୍ତି ଅନୁ କପୁର

author img

By

Published : Jan 27, 2023, 6:59 AM IST

ଛାତିରେ ଅସହ୍ୟ ଯନ୍ତ୍ରଣା ପାଇଁ ନୂଆଦିଲ୍ଲୀରେ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବରିଷ୍ଠ ଅଭିନେତା ଅନୁ କପୁର । ଅଧିକ ପଢନ୍ତୁ

annu kapoor hospitalised due to chest pain
ଛାତିରେ ଅସହ୍ୟ ଯନ୍ତ୍ରଣା ପାଇଁ ହସ୍ପିଟାଲରେ ଭର୍ତ୍ତି ଅନୁ କପୁର

ନୂଆଦିଲ୍ଲୀ: ବରିଷ୍ଠ ବଲିଉଡ ଅଭିନେତା ଅନୁ କପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀର ସାର ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନୁ କପୁରଙ୍କ ଛାତିରେ ସମସ୍ୟା ଦେଖା ଦେଇଛି ତେଣୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ କାଡିଓଲୋଜି ୱାର୍ଡରେ ଅଛନ୍ତି । ଡାକ୍ତର ସୁଶାନ୍ତ ୱାତଲଙ୍କ ନୀରିକ୍ଷଣରେ ରହିଛନ୍ତି ଅନୁ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଚିକିତ୍ସା ଜାରି ରହିଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ଅଜୟ ସ୍ବରୁପ ।

ଗଣମାଧ୍ୟମକୁ ସୂଚନା ଦେଇ ଅନୁ କପୁରଙ୍କ ମ୍ୟାନେଜର ସଚିନ କହିଛନ୍ତି, ''ଅଚାନକ ଅନୁ କପୁରଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନେ ସେ ଡାକ୍ତରଙ୍କ ନୀରିକ୍ଷଣରେ ରହିଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥବସ୍ଥାରେ ସାମାନ୍ୟ ସୁଧାର ଆସିଛି । ଖାଦ୍ୟ ଖାଇବା ସହିତ କଥାବାର୍ତ୍ତା ମଧ୍ୟ କରୁଛନ୍ତି ।''

ଏହା ବି ପଢନ୍ତୁ...ଭାରତୀୟ ସିନେମା ଉତ୍ସବରେ ପ୍ରଦର୍ଶିତ ହେବ ୪୩ଟି ସିନେମା

ଏକାଧିକ ଫିଲ୍ମରେ କରିଛନ୍ତି ଅଭିନୟ: ବଲିଉଡରେ ଜଣେ ଜଣାଶୁଣା ଚେହେରା ଅନୁ କପୁର । ତାଙ୍କର ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । ହମ, ଏକ ରୁକା ହୁଆ ଫେସଲା, ରାମ ଲକ୍ଷ୍ମଣ, ଘାୟଲ, ହମ କିସିସେ କମ ନେହି, ଏତରାଜ, 7 ଖୁନ ମାଫ, ଜଲି ଏଲଏଲବି ଭଳି ଏକାଧିକ ଫିଲ୍ମରେ ତାଙ୍କର ଅଭିନୟ ଜଲୱା ଦେଖାଇଛନ୍ତି । କମେଡି ଫିଲ୍ମ 'ଭିକି ଡୋନର' ପାଇଁ ସେ ଜାତୀୟ ପୁରସ୍କାର ପାଇଛନ୍ତି । ଗତବର୍ଷ ଓଟିଟି ପ୍ଲାର୍ଟଫର୍ମରେ ରିଲିଜ 'କ୍ରାସ କୋର୍ସ' ୱେବ ସିରିଜରେ ମଧ୍ୟ ଅଭିନୟ କରିଛନ୍ତି ଅନୁ ।

1957 ମସିହା 20 ଫେବୃଆରୀରେ ଭୋପାଳରେ ଜନ୍ମ ଗ୍ରହଣ କରିଥିଲେ ଅନୁ କପୁର । ତାଙ୍କ ପିତା ମଦନଲାଲ କପୁର ପଞ୍ଜାବୀ ଓ ମାତା କମଲା କୁପର ବଙ୍ଗାଳୀ ଥିଲେ । ଅନୁ କପୁରଙ୍କ ବାପା ଏକ ପାର୍ସି ଥିଏଟର କମ୍ପାନୀ ଚଳାଉଥିଲେ । ତାଙ୍କ ମାଆ କମଲା କପୁର ଲେଖାଲେଖିରେ ରୁଚି ରଖିଥିଲେ ଏହା ସହି ଶାସ୍ତ୍ରୀୟ ନୃତ୍ୟ ମଧ୍ୟ କରନ୍ତି । ପରିବାର ସ୍ଥିତି ଭଲ ନଥିବାରୁ ଅନୁଙ୍କୁ ଅଧାରୁ ପାଠ ଛାଡିବାକୁ ପଡିଥିଲା । ଏହା ପରେ ସେ ତାଙ୍କ ବାପାଙ୍କ ଥିଏଟର କମ୍ପାନୀ ଚଳାଇଥିଲେ । ପରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଭର୍ତ୍ତି ହୋଇଥିଲେ । ସେଠାରୁ କଠିନ ପରିଶ୍ରମ କରି ଆଗକୁ ମାଡି ଚାଲିଥିଲେ ଅନୁ କପୁର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.