ମୁମ୍ବାଇ: ଶନିବାର ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ଆଗାମୀ ହିନ୍ଦୀ ଫିଲ୍ମ ସତ୍ୟପ୍ରେମ କି କଥାର ସୁଟିଂ ଶେଷ କରିଛନ୍ତି । ଏହା ପରେ କିଆରା ତାଙ୍କ ସ୍ବାମୀ ତଥା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ମୁମ୍ବାଇରେ କ୍ବାଲିଟି ଟାଇମ ଅତିବାହିତ କରିବା ପରେ ହାଇଦ୍ରାବାଦ ଆସି ପହଞ୍ଚିଛନ୍ତି ଅଭିନେତ୍ରୀ । ଏଠାରେ ଆଗାମୀ ଫିଲ୍ମ ଗେମ୍ ଚେଞ୍ଜରର ସୁଟିଂ କରିବେ କିଆରା । ଏନେଇ ସୋସିଆଲ ମିଡିଆରେ ହାଇଦ୍ରାବାଦର ନାଇଟ ଭ୍ୟୁର ଫଟୋ ସେୟାର କରିଛନ୍ତି ଅଭିନେତ୍ରୀ ।
ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ସତ୍ୟପ୍ରେମ କି କଥାର ସୁଟିଂ ଶେଷ କରି ହାଇଦ୍ରାବାଦ ପହଞ୍ଚିଛନ୍ତି କିଆରା । ଏନେଇ କିଆରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫିଲ୍ମର ସୁଟିଂ ଶେଷ ହେବା ନେଇ ସେଲିବ୍ରେସନର ଫଟୋ ସେୟାର କରିଛନ୍ତି । ଏବଂ କ୍ୟାପସନରେ ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ କିଆରା ସିଦ୍ଧାର୍ଥଙ୍କ ସହ ବିତାଇଥିବା ରବିବାର ସମୟର ମଧ୍ୟ କିଛି ଫଟୋ ସେୟାର କରି ଭଲ ରବିବାର ଲେଖିଛନ୍ତି । ପରେ ନିଜ ଆଗାମୀ ପିଲ୍ମ ଗେମ୍ ଚେଞ୍ଜରର ସୁଟିଂ ପାଇଁ ହାଇଦ୍ରାବାଦ ପହଞ୍ଚିଥିବା ବେଳେ ବିମାନରୁ ସିଟିର ନାଇଟ ଭ୍ୟୁ ସହ ପୋଷ୍ଟ କରିଛନ୍ତି ଅଭିନେତ୍ରୀ ।
ମାର୍ଚ୍ଚରେ କିଆରା ହାଇଦ୍ରାବାଦରେ ଏକ ସଂକ୍ଷିପ୍ତ କାର୍ଯ୍ୟସୂଚୀ ପାଇଁ ସୁଟିଂ କରି ଫିଲ୍ମର ମୁଖ୍ୟ ଅଭିନେତା ରାମ ଚରଣଙ୍କ ଜନ୍ମଦିନ ପାଳନ କରିବା ପରେ ମୁମ୍ବାଇ ଫେରିଥିଲେ । ଏହି ଫିଲ୍ମରେ କିଆରା ଏବଂ ରାମ ଚରଣଙ୍କ ଅଭିନୀତ କାହାଣୀ ଏବଂ ଭୂମିକା ବିଷୟରେ ଅଧିକ କିଛି ଜଣାନଥିବା ବେଳେ ଏହା ଏକ ଆକ୍ସନ୍ ଡ୍ରାମା ଫିଲ୍ମ ହେବ ବୋଲି ଅନୁମାନ କରାଯାଉଛି ।
ତେବେ 2019ରେ ବିନୟ ବିଧୈୟ ରାମା ସାଉଥ ଫିଲ୍ମରେ କିଆରା ଏବଂ ରାମ ଚରଣ ଏକାଠି କାମ କରିବା ପରେ ପୁଣି ଗେମ୍ ଚେଞ୍ଜରରେ ଉଭୟଙ୍କୁ ନଜର ଆସିବେ । ତେବେ ଫିଲ୍ମ ଗେମ୍ ଚେଞ୍ଜର ପାଇଁ ନିର୍ମାତାମାନେ ଫିଲ୍ମର ଏକାଧିକ କାର୍ଯ୍ୟସୂଚୀକୁ ପୂର୍ବରୁ ପ୍ରସ୍ତୁତି କରିସାରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ସୁଟିଂ ହାଇଦ୍ରାବାଦରେ ଚାଲିବ ବୋଲି ଜଣାପଡିଛି ।
ତେବେ ଏହି ଫିଲ୍ମଟି ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ । କାରଣ ବ୍ଲକବଷ୍ଟର RRR ହିଟ୍ ହେବା ପରେ ଏହା ରାମ ଚରଣଙ୍କ ଏହି ଫିଲ୍ମ ମଧ୍ୟ ଦିଟ ହେବ ବୋଲି କୁହାଯାଉଛି । ଏସ ଶଙ୍କରଙ୍କ ଦ୍ବାରା ନିର୍ମିତ ଗେମ୍ ଚେଞ୍ଜର 3ଟି ଭାଷାରେ ଯଥା-ତେଲୁଗୁ, ତାମିଲ୍ ଏବଂ ହିନ୍ଦୀରେ ରିଲିଜ ହେବ । ଏହି ଫିଲ୍ମରେ ଏସ.ଜେ ସୂର୍ଯ୍ୟ, ଜୟରାମ, ଅଞ୍ଜଳି ଏବଂ ଶ୍ରୀକାନ୍ତ ମଧ୍ୟ ଅଭିନୟ କରିଛନ୍ତି । ନିର୍ମାତାମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଗେମ୍ ଚେଞ୍ଜର ରିଲିଜ୍ ତାରିଖ ଘୋଷଣା କରିନାହାନ୍ତି ।