ETV Bharat / entertainment

ଅନଲାଇନ ଠକେଇର ଶିକାର ଅନୁ କପୁର, ଆକାଉଣ୍ଟରୁ ଉଡିଗଲା 4 ଲକ୍ଷ

author img

By

Published : Oct 2, 2022, 3:36 PM IST

ଅନଲାଇନ୍‌ ଠକଙ୍କ ହାବୁଡରେ ପଡିଛନ୍ତି ଅଭିନେତା ଅନୁ କପୁର । କେୱାଇସି ପଡେଟ କରିବା ନାଁରେ ଅନୁ କପୁରଙ୍କ ଆକାଉଣ୍ଟରୁ ଲୁଟି ନେଲେ 4ଲକ୍ଷ 36 ହଜାର ଟଙ୍କା । ଅଧିକ ପଢନ୍ତୁ

annu kapoor faced online fraud
ଅନଲାଇନ ଠକେଇର ଶିକାର ଅନୁ କପୁର

ମୁମ୍ବାଇ: ଅଭିନେତା ଅନୁ କପୁର ଅନଲାଇନ ଠକେଇର ଶିକାର ହୋଇଛନ୍ତି । ତାଙ୍କ ଆକାଉଣ୍ଟରୁ ଉଡି ଯାଇଛି 4ଲକ୍ଷ 36 ହଜାର ଟଙ୍କା । କେୱାଇସି ଅପଡେଟ କରିବା ନାଁରେ ଅନୁ କପୁରଙ୍କୁ 4 ଲକ୍ଷ 36 ହଜାର ଟଙ୍କାର ଚୁନ ଲଗାଇଛି ଅନଲାଇନ ଲୁଟେରା । ଠିକ ସମୟରେ ପୋଲିସର କାର୍ଯ୍ୟାନଷ୍ଠାନ ଫଳରେ 3 ଲକ୍ଷ 8 ହଜାର ଟଙ୍କା ଫେରି ପାଇଛନ୍ତି ଅନୁ କପୁର ।

ଅନୁ କପୁରଙ୍କ ଏକ ଫୋନ କଲ ଆସିଥିଲା । ସେ କଲ୍‌ ରିସିଭ କରିବା ପରେ ତାଙ୍କୁ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ପରିଚୟ ଦେଇଥିବା ଠକ ଜଣକ । ଏହା ସହ କେୱାଇସି ଅପଡେଟ କରିବାକୁ କହିଥିଲା । ଏହାପରେ ଅନୁ କପୁର ତାଙ୍କ ବ୍ୟାଙ୍କ ତଥ୍ୟ ଦେବା ପରେ ୱାନ ଟାଇମ ପାସୱାର୍ଡ (otp) କହିଥିଲେ । ଏହାପରେ ତାଙ୍କ ଆକାଉଣ୍ଟରୁ 4ଲକ୍ଷ 36 ହଜାର ଟଙ୍କା ଗାଏବ ହୋଇଥିଲା । ଠକ ଜଣକ ଦୁଇଟି ଦଫାରେ ଆକାଉଣ୍ଟରୁ ଟାଙ୍କ ହଡପ କରିଥିଲା । ଏହା ପରେ ବ୍ୟାଙ୍କରୁ ଅନୁ କପୁରଙ୍କ ଫୋନ ଆସିଥିଲା । ଟଙ୍କା ଟ୍ରାନ୍ସଫର ନେଇ ବ୍ୟାଙ୍କ ପଚାରିବାକୁ ସେ ଅନଲାଇନ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ।

ଏହା ବି ପଢନ୍ତୁ...Anubhav Varsha Marital Discord: ଅନୁଭବଙ୍କ ପୈତୃକ ଘର ଛାଡିଲେ ବର୍ଷା

ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ବ୍ୟାଙ୍କର ସହଯୋଗରେ 3ଲକ୍ଷ 8 ହଜାର ଟଙ୍କା ଫେରି ପାଇଛନ୍ତି ଅନୁ କପୁର । ଆଇପିସି ଧାରା ଆଇଟି ଅଧୀନରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଠକକୁ ଧରିବାକୁ ପୋଲିସର ପ୍ରୟାସ ଜାରି ରିହଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.