ETV Bharat / entertainment

Abhishek and Aishwarya: ବିବାହକୁ 16 ବର୍ଷ, ରୋମାଣ୍ଟିକ ଫଟୋ ସେୟାର କଲେ ଐଶ୍ବର୍ଯ୍ୟା

author img

By

Published : Apr 21, 2023, 12:21 PM IST

ଆଜି ବଲିଉଡ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ନିଜ 16ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ଦମ୍ପତି ନିଜର ଏକ ସୁନ୍ଦର ସେଲଫି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନ 17ତମ ବିବାହ ବାର୍ଷିକୀ

ମୁମ୍ବାଇ: ବଲିଉଡର କ୍ୟୁଟ, ରୋମାଣ୍ଟିକ ଏବଂ ସୁନ୍ଦର କପଲ ମଧ୍ୟରେ ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଯୋଡି ଅନ୍ୟତମ । ବୃତ୍ତିଗତ ଜୀବନରେ ଯେପରି ଏହି କପଲ ନିଜ ଅଭିନୟ ଏବଂ ଲୁକ୍ସ ପାଇଁ ଲୋକପ୍ରିୟତା ହାସଲ କରି ସଫଳ ହୋଇଛନ୍ତି । ସେହିପରି ବ୍ୟକ୍ତିଗତ ଜୀବନରେ ମଧ୍ୟ ଏହି କପଲ ସୁନ୍ଦର ଏବଂ ସହଜ ଭାବେ ନିଜ ବୈବାହିକ ଜୀବନକୁ ସଫଳ କରିଛନ୍ତି । ଏଥିପାଇଁ ଏହି ଯୋଡିକୁ ଫ୍ୟାନ୍ସ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ଏହାରି ମଧ୍ୟରେ ଆଜି ଏହି ଲଭବାର୍ଡ ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ତାଙ୍କ 16ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ଦମ୍ପତି ସୋସିଆଲ ମିଡିଆରେ ଏକ ସୁନ୍ଦର ସେଲଫି ଫଟୋ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟରେ ଶୁଭେଚ୍ଛା ଦେଇଛନ୍ତି ।

ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସୁନ୍ଦର ସେଲଫି ସେୟାର କରିଛନ୍ତି । ଏହି ଫଟୋରେ, ଏହି ଦମ୍ପତି ୱାଇଟ ରଙ୍ଗ ଆଉଟଫିଟରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋ ସେୟାର କରି ଐଶ୍ବର୍ଯ୍ୟା କ୍ୟାପସନରେ "ସ୍ବିଟ 16" ସହ ଲାଲ ହାର୍ଟ ଇମୋଜି ଲେଖିଥିଲେ । ଅନ୍ୟପକ୍ଷରେ ଅଭିଷେକ ମଧ୍ୟ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "16"। ଏହି ଦମ୍ପତିଙ୍କ ବାର୍ଷିକୀ ନେଇ ଫ୍ୟାନ୍ସ ଫଟୋକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି, ଅଭିନନ୍ଦନ ଓ ଶୁଭେଚ୍ଛା । ଅନ୍ୟ ଜଣେ ଲେଖିଛନ୍ତି, “ସୁନ୍ଦର ଦମ୍ପତି” ।

ସୂଚନା ଥାଉ କି, ଐଶ୍ବର୍ଯ୍ୟା ଏବଂ ଅଭିଷେକ 2007, ଏପ୍ରିଲ 20ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦମ୍ପତିଙ୍କ ବିବାହ ସମାରୋହ ମୁମ୍ବାଇର ଅମିତାଭଙ୍କ ବଙ୍ଗଳା ପ୍ରତୀକ୍ଷ୍ସାରେ ପରିବାର, ସାଙ୍ଗ ସାଥୀଙ୍କ ଉପସ୍ଥିତିରେ ରୀତିନୀତିରେ ହୋଇଥିଲା । ବିବାହର ଚାରି ବର୍ଷ ପରେ, ଏହି ଦମ୍ପତି 2011 ନଭେମ୍ବର 16ରେ ଝିଅ ଆରାଧ୍ୟାଙ୍କ ପିତାମାତା ହୋଇଥିଲେ । ତେବେ ଆଜି ଏହି କପଲ ବିବାହର 16ବର୍ଷ ପରେ ବି ଆରାଧ୍ୟାଙ୍କ ସହ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ଐଶ୍ୱର୍ଯ୍ୟାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସାଉଥ ଫିଲ୍ମ ପୋନିୟିନ ସେଲଭାନ ପାର୍ଟ 2ରେ ନଜର ଆସିବେ ଐଶ୍ୱର୍ଯ୍ୟା। ଏହି ଫିଲ୍ମରେ ଏଠାରେ ଐଶ୍ବର୍ଯ୍ୟା ରାୟଙ୍କ ଏଣ୍ଟ୍ରି ମଧ୍ୟ ଖୁବ ଆକର୍ଷଣୀୟ ରହିଛି । ଯେଉଁଥିରେ ଐଶ୍ବର୍ଯ୍ୟାଙ୍କୁ ବୃଦ୍ଧା ଭୂମିକାରେ ମଧ୍ୟ ଦେଖିବାକୁ ମିଳିଛି । ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଏହି ଫିଲ୍ମରେ ସାଉଥ ଅଭିନେତା ବିକ୍ରମ, ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ସମେତ ପ୍ରକାଶ ରାଜ, ଜୟମ ରବି, କାର୍ଥୀ ଏବଂ ଅନ୍ୟ କଳାକାରଙ୍କୁ ଦେଖିବାକୁ ମିଳିବ ।

'ପୋନିୟିନ ସେଲଭାନ ପାର୍ଟ 2' ଫିଲ୍ମ ଏପ୍ରିଲରେ 28ରେ ସିନେମାହଲରେ ରିଲିଜ କରିବାକୁ ଯାଉଛି । ସାଉଥ ନିର୍ଦ୍ଦେଶକ ମଣି ରତ୍ନାମ ଚୋଳ ସାମ୍ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ଏକ ସମ୍ପୂର୍ଣ୍ଣ ଫିଲ୍ମ ନିର୍ମାଣ କରିଛନ୍ତି (ଯିଏ ଦେଶକୁ 1500 ବର୍ଷ ଶାସନ କରିଥିଲା)। ଫିଲ୍ମର କାହାଣୀକୁ କାଲ୍କିଙ୍କ ଉପନ୍ୟାସରୁ ନେଇ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ତେବେ ଐଶ୍ୱର୍ଯ୍ୟା ଏବଂ ବିକ୍ରମଙ୍କ ଫିଲ୍ମ 'ପୋନିୟିନ ସେଲଭାନ' ପ୍ରଥମ ଭାଗ 2022 ସେପ୍ଟେମ୍ବର 30ରେ ରିଲିଜ ହୋଇଥିଲା । ଯାହା ବେଶ ଲୋକପ୍ରିୟତା ହାସଲ କରିଥିଲା । ସେହିପରି ଦ୍ବିତୀୟ ଭାଗ ମଧ୍ୟ ଲୋକପ୍ରିୟତା ହାସଲ ସହ ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଅଭିଷେକଙ୍କୁ ବିଗ୍ ବୁଲର ସିକ୍ୱେଲରେ ଦେଖିବାକୁ ମିଳିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.