ETV Bharat / entertainment

ZHZB Collection: 6 ଦିନରେ 34 କୋଟି ଆୟ କଲାଣି ବିକି-ସାରାଙ୍କ ଫିଲ୍ମ

author img

By

Published : Jun 8, 2023, 11:16 AM IST

ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ପାରିବାରିକ ଡ୍ରାମା ଫିଲ୍ମ 'ଜରା ହଟକେ ଜରା ବଚକେ' ବକ୍ସ ଅଫିସରେ ଆୟ ହ୍ରାସ ପାଇବାରେ ଲାଗିଛି । ଷଷ୍ଠ ଦିନରେ ଫିଲ୍ମଟି ମାତ୍ର 3.51 କୋଟି ରୋଜଗାର କରିଛି । ତଥାପି ଫିଲ୍ମ ଦ୍ବିତୀୟ ସପ୍ତାହରେ 50 କୋଟି ପାର୍ କରିବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ,

6 ଦିନରେ 34କୋଟି ଆୟ କଲାଣି ବିକି-ସାରାଙ୍କ ଫିଲ୍ମ ଜରା ହଟକେ ଜରା ବଚକେ

ମୁମ୍ବାଇ: ସାରା ଅଲି ଖାନ ଏବଂ ବିକି କୌଶଲଙ୍କ ଯୋଡି ପ୍ରଥମ ଥର ପାଇଁ 'ଜରା ହଟକେ ଜରା ବଚକେ' ଫିଲ୍ମରେ ଅନସ୍କ୍ରିନ ନଜର ଆସିଛନ୍ତି । ଉଭୟଙ୍କ ରୋମାନ୍ସକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି ଏବଂ ଏହା ସହ ଫିଲ୍ମଟି ଭଲ ପ୍ରଦର୍ଶନ କରିବାରେ ମଧ୍ୟ ସଫଳ ହେଉଛି । ବିକି-ସାରୀଙ୍କ ଫିଲ୍ମ ରିଲିଜ ହେବାର ପାଞ୍ଚ ଦିନ ମଧ୍ୟରେ ବକ୍ସ ଅଫିସରେ 30 କୋଟି ପାର୍ କରିଥିଲା । ହେଲେ ବର୍ତ୍ତମାନ ସପ୍ତାହକ ମଧ୍ୟରେ ଫିଲ୍ମର ରୋଜଗାର ଉପରେ ଅନେକ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି ଏବଂ ଏଥିରେ ହ୍ରାସ ଦେଖିବାକୁ ମିଳୁଛି । ଷଷ୍ଠ ଦିନରେ ଫିଲ୍ମଟି ମାତ୍ର 3.51 କୋଟି ରୋଜଗାର କରିଛି ।

ଏହି ଫିଲ୍ମଟି ଷଷ୍ଠ ଦିନରେ (ଜୁନ୍ 7) ବୁଧବାର ଦିନ 3.51 କୋଟି ଏବଂ ଘରୋଇ ସିନେମାରେ 2.05 କୋଟି ଟଙ୍କା ବ୍ୟବସାୟ କରିଛି । ଏହା ସହିତ ଫିଲ୍ମର ମୋଟ ରୋଜଗାର 34.11 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଫିଲ୍ମଟି ଦ୍ବିତୀୟ ସପ୍ତାହରେ ଅଧିକ ଆୟ କରି 50 କୋଟି ପାର୍ କରିବ ବୋଲି ଆଶା କରାଯାଉଛି ।

ଚଳଚ୍ଚିତ୍ରର ପ୍ରଥମ ଦିନର ରୋଜଗାରରୁ ଆରମ୍ଭ କରି ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ 5.49 କୋଟି (ବିଶ୍ବବ୍ୟାପୀ) ଏବଂ 3.35 କୋଟି (ଘରୋଇ), ଦ୍ୱିତୀୟ ଦିନରେ 7.20 କୋଟି (ବିଶ୍ବବ୍ୟାପୀ) ଏବଂ 4.55 କୋଟି (ଘରୋଇ), ତୃତୀୟ ଦିନରେ 9.90 କୋଟି (ବିଶ୍ବବ୍ୟାପୀ) ଏବଂ 5.78 କୋଟି (ଘରୋଇ) ସଂଗ୍ରହ କରିଛି । 4ର୍ଥ ଦିନରେ 4.14କୋଟି(ବିଶ୍ବବ୍ୟାପୀ) ଏବଂ 2.40 କୋଟି (ଘରୋଇ) । 5ମ ଦିନରେ 3.87କୋଟି(ବିଶ୍ବବ୍ୟାପୀ) ଏବଂ 2.27 କୋଟି (ଘରୋଇ), ଷଷ୍ଠ ଦିନରେ 3.51କୋଟି(ବିଶ୍ବବ୍ୟାପୀ) ଏବଂ 2.05 କୋଟି (ଘରୋଇ) ସଂଗ୍ରହ କରିଛି ।

ଯଦି ଆମେ ଲକ୍ଷ୍ମଣ ଉତ୍ତେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ବିଷୟରେ ଆଲୋଚନା କରିବା, ତେବେ ଏହା ଏକ ମଧ୍ୟବିତ୍ତ ବିବାହିତ ଦମ୍ପତି (କପିଲ-ସୋମିଆ) ଉପରେ ଆଧାରିତ । ଏହି ନବ ବିବାହିତ ଦମ୍ପତି ଏକ ମିଳିତ ପରିବାରରେ ରୁହନ୍ତି ଏବଂ ଉଭୟଙ୍କୁ ପ୍ରାଇଭେସି ନମିଳୁଥିବାରୁ ଉଭୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ନେବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ଉଭୟ ଛାଡ଼ପତ୍ର ହୋଇଥିବା ନାଟକ କରୁଛନ୍ତି । ତାପରେ କାହାଣୀ ଟ୍ବିଷ୍ଟ ଆସେ, ଯାହା ଫିଲ୍ମରେ ଦର୍ଶାଯାଇଛି । ଏହି ଫିଲ୍ମରେ ବିକି ଏବଂ ସାରାଙ୍କ ବ୍ୟତୀତ ନୀରଜ ସୁଦ, କାନୁପ୍ରିୟା ପଣ୍ଡିତ, ରାକେଶ ବେଦୀ, ହରଚରଣ ଚାୱଲା, ଆକାଶ ଖୁରାନା, ସୁସ୍ମିତା ମୁଖାର୍ଜୀ ଏବଂ ଶରିବ ହାଶ୍ମୀ ନଜର ଆସିଛନ୍ତି । 'ଜରା ହଟକେ ଜରା ବଚକେ'ର OTT ରିଲିଜ୍ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ଥିଏଟରରେ ଚାଲିବା ପରେ ଜିଓ ସିନେମାରେ ରିଲିଜ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.