ETV Bharat / entertainment

ZHZB Collection Day 3: 'ଜରା ହଟକେ ଜରା ବଚକେ'ର ଧମାକା, 3 ଦିନରେ 21 କୋଟିରୁ ଊର୍ଦ୍ଧ୍ୱ ଆୟ

author img

By

Published : Jun 5, 2023, 12:35 PM IST

ଦର୍ଶକଙ୍କ ମନ ଜିତୁଛନ୍ତି ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଯୋଡି । ଜରା ହଟକେ ଜରା ବଚକେ ଫିଲ୍ମ ପ୍ରଥମ ସପ୍ତାହରେ ଭଲ ପ୍ରଦର୍ଶନ କରିଛି । 3 ଦିନ ମଧ୍ୟରେ ଫିଲ୍ମ ମୋଟ 21 କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିବାରେ ଲାଗିଛି । ଅଧିକ ପଢନ୍ତୁ

ଥିଏଟରରେ 'ଜରା ହଟକେ ଜରା ବଚକେ'ର ଧମାକା, 3 ଦିନରେ 21 କୋଟି ଉପରେ କଲାଣି ଆୟ

ହାଇଦ୍ରାବାଦ: ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ପାରିବାରିକ ଡ୍ରାମା କମେଡି ଫିଲ୍ମ 'ଜରା ହଟକେ ଜରା ବାଚକେ' ଜୁନ୍ ୨ରେ ରିଲିଜ ହୋଇଥିଲା ​। ପ୍ରଥମ ସପ୍ତାହରେ ଫିଲ୍ମ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି । ଫିଲ୍ମଟିକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରୁଛନ୍ତି । ରିଲିଜର 3 ଦିନ ମଧ୍ୟରେ ଫିଲ୍ମଟି ବକ୍ସ ଅଫିସରେ 20 କୋଟିରୁ ଅଧିକ ସଂଗ୍ରହ କରି ସଫଳତା ହାସଲ କରିଛି । ତେବେ ଆଗାମୀ ଦିନରେ ମଧ୍ୟ ଏପରି ଅଧିକ ଆୟ ସହ ଦର୍ଶକଙ୍କ ମନ ଜିତିବ ବୋଲି ଆଶା କରାଯାଉଛି ।

ରବିବାର  ସାରା ଅଲି ଖାନ୍ ତାଙ୍କ ପରିବାର ମା' ଅମୃତା ସିଂ ଏବଂ ଭାଇ ଇବ୍ରାହିମଙ୍କ ସହ ନିଜ ଫିଲ୍ମ ଦେଖିଛନ୍ତି

ଫିଲ୍ମଟି 5.50 କୋଟିରେ ଓପନିଂ ହେଇଥିବା ବେଳେ ତୃତୀୟ ଦିନ ଅର୍ଥାତ୍ ରବିବାର(ଜୁନ୍ 4) ବି ଫିଲ୍ମ ବକ୍ସ ଅଫିସରେ କମାଲ କରିଛି । ଏହି ଫିଲ୍ମଟି ତୃତୀୟ ଦିନରେ 9 କୋଟି ଟଙ୍କା ବ୍ୟବସାୟ କରିଛି । ଫିଲ୍ମଟି ପ୍ରଥମ ଦିନରେ (ଶୁକ୍ରବାର) 5.50 କୋଟି ଏବଂ ଦ୍ୱିତୀୟ ଦିନରେ (ଶନିବାର) 7 କୋଟି ଏବଂ ତୃତୀୟ ଦିନରେ (ରବିବାର) 9 କୋଟି ସଂଗ୍ରହ କରିଛି । ଏହା ସହିତ ପ୍ରଥମ ସପ୍ତାହ ଶେଷରେ ଫିଲ୍ମର ମୋଟ ଆୟ 21.50 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ତେବେ 40 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ ଏହାର ମୂଲ୍ୟର ଅଧାରୁ ଅଧିକ ଆୟ କରିସାରିଲାଣି ।

ସେପଟେ ରବିବାର ସାରା ଅଲି ଖାନ୍ ତାଙ୍କ ପରିବାର ମା' ଅମୃତା ସିଂ ଏବଂ ଭାଇ ଇବ୍ରାହିମଙ୍କ ସହ ନିଜ ଫିଲ୍ମ ଦେଖିଛନ୍ତି । ଏନେଇ ସାରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଥିଏଟରରେ ମା', ଭାଇ ଏବଂ ପ୍ରଶଂସକଙ୍କ ସହ ଏକ କୋଲାଜ ଫଟୋ ସେୟାର କରିଥିଲେ । ଫଟୋରେ ସେ ତାଙ୍କ ମା' ଏବଂ ଭାଇଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, "ରବିବାର ପରିବାର ସହ ଫିଲ୍ମ ଦେଖିଛୁ ।"

ସୂଚନା ଥାଉ କି, ଜରା ହଟକେ ଜରା ବଚକେ ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଏକ ପାରିବାରିକ କମେଡି ଡ୍ରାମା ଫିଲ୍ମ । ଏଥିରେ ଉଭୟ କଳାକାର ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିଛନ୍ତି । ଏଥିରେ ଉଭୟଙ୍କ ରୋମାଣ୍ଟିକ ସିନ୍‌ ଦେଖିବାକୁ ମିଳିଛି । ଫିଲ୍ମରେ ଏକ ଇନ୍ଦୋରର ମଧ୍ୟବିତ୍ତ ବିବାହିତ ଦମ୍ପତିଙ୍କ କାହାଣୀ ଦେଖାଯାଇଛି, ଯେଉଁଥିରେ ଦୈନନ୍ଦିନ ଆବଶ୍ୟକତା ପୂରଣ ନହେବା କାରଣରୁ ଉଭୟଙ୍କ ମଧ୍ୟରେ ଅନେକ ଝଗଡ଼ା ହୋଇଥାଏ । ପରେ ଉଭୟ ଛାଡପତ୍ର ଦେବାକୁ ଚିନ୍ତା କରୁଛନ୍ତି । ଏହାପରେ କାହାଣୀରେ ଟ୍ବିଷ୍ଟ ଆସେ ଯାହା ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି । ବିକି କୌଶଲ ଏବଂ ସାରା ଅଲି ଖାନ ଏହି ଫିଲ୍ମରେ କପିଲ ଏବଂ ସୌମ୍ୟା ଭୂମିକାରେ ନଜର ଆସିଥିବା ବେଳେ ଏମାନଙ୍କ ବ୍ୟତୀତ ଇନାମୁଲହକ୍, ନୀରଜ ସୁଦ, ରାକେଶ ବେଦୀ, ଶରିବ ହାଶ୍ମୀ, ସୁସ୍ମିତା ମୁଖାର୍ଜୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ନିଜର ବଳିଷ୍ଠ ଭୂମିକାରେ ଅଭିନୟ ସହ ଦର୍ଶକଙ୍କ ହୃଦୟ ଜିତିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.