ETV Bharat / entertainment

2023 ସିନେ ଇଣ୍ଡ୍ରଷ୍ଟି ପାଇଁ ଥିଲା ବିବାହ ଋତୁ, ବାଜିଥିଲା ସାହାନାଇ-ପଡିଥିଲା ହାତଗଣ୍ଠି

author img

By ETV Bharat Odisha Team

Published : Dec 24, 2023, 11:02 AM IST

Year Ender 2023 Celebrities Got Married :ଆସିବ ନୂଆବର୍ଷ, ସ୍ବାଗତ କରିବାକୁ ସମସ୍ତେ ବ୍ୟସ୍ତ । ଚଳିତ ବର୍ଷ ଅନେକ ତାରକା ସେମାନଙ୍କର ଜୀବନ ସାଥୀ ପାଇଛନ୍ତି । ତେବେ ନଜର ପକାନ୍ତୁ ଏହି ବିଦାୟୀ ବର୍ଷରେ କେଉଁ ତାରକାଙ୍କୁ ମିଳିଲା ନିଜର ଜୀବନସାଥୀ ।

Year Ender 2023 Celebrities Got Married
Year Ender 2023 Celebrities Got Married

ହାଇଦ୍ରାବାଦ: ସମୟର ଟିକଟିକ୍ ଶବ୍ଦ ସହ ସରିଯିବ ପୁରୁଣା ବର୍ଷ ୨୦୨୩ । ଆରମ୍ଭ ହେବ ନୂଆ ବର୍ଷ । କାନ୍ଥରୁ ବି ବଦଳିଯିବ କ୍ୟାଲେଣ୍ଡରର ସେହି ପୃଷ୍ଠା, ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିବ 2024 ବର୍ଷ । ତେବେ ଫ୍ୟାନ୍ସଙ୍କ ମନରେ ସବୁବେଳେ ସେମାନଙ୍କ ପ୍ରିୟ ତାରକାଙ୍କୁ ନେଇ ଉତ୍ସୁକତା ଭରି ରହିଥାଏ । ପରଦାରେ ହେଉ କିମ୍ବା ବାସ୍ତବ ଜୀବନରେ, ବଲିଉଡ ଓ ଓଲିଉଡ ତାରକାଙ୍କ ଯୋଡିକୁ ନେଇ ସମସ୍ତେ ଜାଣିବାକୁ ଚାହାଁନ୍ତି କିଏ କାହା ସହିତ ଡେଟ୍ କରୁଛନ୍ତି ଏବଂ କିଏ କାହା ସହିତ ବିବାହ କରୁଛନ୍ତି । ଏଠାରେ ଆମେ ଆପଣଙ୍କୁ ଏପରି କିଛି ଯୋଡିଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

1. ଲିପ୍ସା ମିଶ୍ର-ଆକାଶ ଆଚାର୍ଯ୍ୟ: ଓଲିଉଡ୍ ନାୟିକା ଲିପ୍ସା ମିଶ୍ର ଚଳିତ ବର୍ଷ ଫେବୃଆରୀ ମାସରେ ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କୁ ବିବାହ କରିଥିଲେ । ଲିପ୍ସା ମିଶ୍ର ଓଲିଓଡ଼ର ଜଣେ ଜଣାଶୁଣା ଓ ଆଗଧାଡିର ଅଭିନେତ୍ରୀ ହୋଇଥିବା ବେଳେ ଟିଭି ପରଦାରେ ଅନେକ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ରିଲd ଲାଇଫରେ ଅନେକ ଥର ବାହା ହୋଇଥିବାବେଳେ ଚଳିତ ବର୍ଷ ରିଅଲ ଲାଇଫରେ ହାତକୁ ଦି' ହାତ ହୋଇଛନ୍ତି । ଅଭିନେତ୍ରୀ ଲିପ୍ସା “ବିଗ୍ ବ୍ରେକ୍” ନାମକ ଏକ ରିଏଲିଟି ସୋ'ରେ ଅଂଶଗ୍ରହଣକାରୀ ଭାବରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ପରେ ଜି ସାର୍ଥକରେ ପ୍ରସାରିତ ଟେଲିଭିଜନ ଶୋ’ ତୋ ଅଗଣାର ତୁଳସୀ ମୁଁରେ ତୁଳସୀ ଭାବେ ମୁଖ୍ୟ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ । ଏଥିସହ ଲିପ୍ସା ଓଡିଆ, ଛତିଶଗଡୀ ଏବଂ ହିନ୍ଦୀ ଭାଷାରେ 50ରୁ ଅଧିକ ଚଳଚ୍ଚିତ୍ର, ଟିଭି ସିରିଏଲ ଏବଂ ମ୍ୟୁଜିକ୍ ଭିଡିଓ କରିଛନ୍ତି ।

୨.ରଣଦୀପ ହୁଡା-ଲିନ୍ ଲୈସରମ: ଚଳିତ ବର୍ଷ ନଭେମ୍ବର ୨୯ ତାରଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣଦୀପ । ମଣିପୁରର ଲିନ୍ ଲୈସରାମଙ୍କୁ ନିଜର ଜୀବନସାଥୀ କରିଛନ୍ତି । ପ୍ରେମକୁ ବିବାହରେ ପରିଣତ କରିଛନ୍ତି ପ୍ରେମପକ୍ଷୀ। ମଣିପୁର ଇମ୍ପାଲରେ ରୀତିନୀତି ଅନୁସାରେ ରଣଦୀପ ଓ ଲିନଙ୍କ ବିବାହ ସମ୍ପନ୍ନ ହୋଇଛି । ରଣଦୀପ ଏକାଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିୟନ କରିଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ସରବଜିତ ଫିଲ୍ମରେ ଦମଦାର ଅଭିନୟ କରିଥିଲେ ରଣଦୀପ ହୁଡ୍ଡା । ସେହିପରି ହାଇୱେ, ମର୍ଡର 3, କିକ୍ ଓ ସୁଲତାନ ଫଲ୍ମରେ ଅଭିନୟ କରିଥିଲେ । ଅପକମିଂ ଫିଲ୍ମ 'ସ୍ବତନ୍ତ ବୀର ସାବରକର'ରେ ରଣଦୀପଙ୍କୁ ଦେଖିବାକୁ ମିଳିବ ।

3. ମୁକ୍ତି ମୋହନ-କୁନାଲ ଠାକୁର: ବଲିଉଡ଼ର ଜଣାଶୁଣା କୋରିଓଗ୍ରାଫର ମୁକ୍ତି ମୋହନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ପ୍ରେମିକ କୁନାଲ ଠାକୁରଙ୍କ ହାତ ଧରିଛନ୍ତି ମୁକ୍ତି । କୁନାଲ ଠାକୁର ବୃତ୍ତିରେ ଜଣେ ଅଭିନେତା । ଇନଷ୍ଟାଗ୍ରାମରେ କୁନାଲ ମଧ୍ୟ ବହୁତ ସକ୍ରିୟ ଅଛନ୍ତି । ନୃତ୍ୟଶିଳ୍ପୀ ମୁକ୍ତି ମୋହନ ଏବଂ କୁନାଲ ଠାକୁର ବିବାହରେ ପେଷ୍ଟେଲ ଥିମ୍ ବିବାହ ରଖିଥିଲେ ।

୪. ବରୁଣ ତେଜ-ଲାବନ୍ୟା ତ୍ରିପାଠୀ: ସାଉଥ ଅଭିନେତା ବରୁଣ ତେଜ ନିଜ ଗାର୍ଲଫ୍ରେଣ୍ଡ ଲାବଣ୍ୟା ତ୍ରିପାଠୀଙ୍କୁ ନଭେମ୍ବର ୧ ତାରିଖରେ ବିବାହ କରିଛନ୍ତି । ଦୀର୍ଘ ଦିନ ପରସ୍ପରକୁ ଡେଟ କରିବା ପରେ ବରୁଣ ଏବଂ ଲାବଣ୍ୟା ପରିବାର ଏବଂ ସାଙ୍ଗସାଥୀଙ୍କ ଗହଣରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଇଟାଲିରେ ଖୁବ ଧୁମଧାମରେ ତାଙ୍କର ବିବାହ ହୋଇଥିଲା । ଉଭୟଙ୍କ ବିବାହରେ ସାଉଥ ଇଣ୍ଡଷ୍ଟ୍ରୀର ଅନେକ କଳାକାର ସାମିଲ ହୋଇଥିଲେ । ବିବାହରେ ଅଲ୍ଲୁ ଅର୍ଜୁନଙ୍କ ସହିତ ଚିରଞ୍ଜୀବୀ, ନିତିନ୍, ପବନକଲ୍ୟାଣ, ରାମଚରଣଙ୍କ ଇତ୍ୟାଦି ଅନେକ ସିନେ ତାରକା ସାମିଲ ହୋଇଥିଲେ ।

୫. ପରିଣୀତି ଚୋପ୍ରା-ରାଘବ ଚଢା: ସେପ୍ଟେମ୍ବର ୨୪ରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ କରିଛନ୍ତି । ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପରିଣୀତି ଏବଂ ରାଘବଙ୍କ ବିବାହ ଅନେକ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ମେ' ୧୩ରେ ନିର୍ବନ୍ଧ କରିଥିଲେ ଏବଂ ସେପ୍ଟେମ୍ବର ୨୪ରେ ଉଭୟ ସାଥ ଜନ୍ମର ସାଥୀ ହୋଇଥିଲେ । ଉଦୟପୁରର ଲୀଲା ପ୍ୟାଲେସରେ ରାଜକୀୟ ଶୈଳୀରେ ପରିଣୀତି ଏବଂ ରାଘବ ବିବାହ କରିଥିଲେ । ପରିବାର, ସମ୍ପର୍କୀୟ ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଯୋଗ ଦେଇଥିଲେ ।

୬.ସିଦ୍ଧାର୍ଥ ମଲହୋତ୍ରା-କିଆରା ଆଡଭାନି: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନି ଚଳିତ ବର୍ଷ ଫେବୃଆରୀରେ ବିବାହ ବନ୍ଧନରେ ବାନ୍ଧି ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସେମାନଙ୍କ ବିବାହ ପୂର୍ବରୁ ଏହି ଦମ୍ପତି ସେମାନଙ୍କ ସମ୍ପର୍କ ଏବଂ ବିବାହ ଯୋଜନାକୁ ଲୁଚାଇ ରଖିଥିଲେ । ବିବାହ ପରେ ଉଭୟ ବିଭିନ୍ନ ଚଳଚ୍ଚିତ୍ର ଇଭେଣ୍ଟ ଏବଂ ପାର୍ଟିରେ ଏକାଠି ନଜର ଆସିଥିଲେ । ଅନେକ ସାକ୍ଷାତକାର ଏବଂ ସର୍ବସାଧାରଣରେ, ଉଭୟ ପରସ୍ପର ପ୍ରତି ଥିବା ଭଲପାଇବା ବିଷୟରେ କହିବା ସହ ପରସ୍ପରର ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ବିବାହ ପରେ ଉଭୟଙ୍କ ଆଲିସାନ ଘର ଓ ଲାଇଭ ଷ୍ଟାଇଲକୁ ନେଇ ମଧ୍ୟ ଚର୍ଚ୍ଚା ଥମିନଥିଲା । ଉଭୟଙ୍କ ଯୋଡିକୁ ବେଶ ଭଲପାଇବା ମିଳିଥିବାବେଳେ ସେମାନେ ନିଜର ଦାମ୍ପତ୍ୟ ଜୀବନରେ ବେଶ ଖୁସି ଥିବା ଜାଣିବାକୁ ମିଳିଛି ।

୭.ଆଥିୟା ଶେଟ୍ଟୀ-କେ.ଏଲ୍ ରାହୁଲ: ଚଳିତ ବର୍ଷ ଜାନୁୟାରୀ 23 ତାରିଖରେ ଆଥିୟା ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହରେ ଆଥିୟା ଏକ ଭାରୀ ଲେହେଙ୍ଗା ସହ ସୁସଜ୍ଜିତ ହାର ଏବଂ କାନଫୁଲ ପିନ୍ଧିଥିବା ବେଳେ କେ.ଏଲ୍ ରାହୁଲ ଏକ ଧଳା ରଙ୍ଗର ଶେରୱାନିରେ ନଜର ଆସିଥିଲେ । ପାରମ୍ପରିକ ରୀତିନୀତିରେ ଖଣ୍ଡଲା ସ୍ଥିତ ଫାର୍ମ ହାଉସରେ ପରିବାର, ସମ୍ପର୍କୀୟ ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା । ଆଥିୟା ଶେଷ ଥର ପାଇଁ 2019ରେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିପକ୍ଷରେ ମୋଟିଚୋର ଚକ୍ରନାଚୋରରେ ନଜରରେ ଆସିଥିଲେ । ଆଗକୁ ଫୁଟବଲର୍ ଆଫଶାନ୍ ଆଶିକଙ୍କର ବାୟୋପିକରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ ।

8.ସ୍ବରା ଭାସ୍କର-ଫହାଦ ଅହମ୍ମଦ: ଚଳିତ ବର୍ଷ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର । ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ସ୍ବରା । ଗତ ମାର୍ଚ୍ଚ 16 ତାରିଖ ରାତିରେ ଦମ୍ପତି ବିବାହ ଭୋଜି ଆୟୋଜନ କରିଥିଲେ । ଯେଉଁଥିରେ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ତେବେ 34 ବର୍ଷୀୟ ସ୍ବରା ପ୍ରଥମ ଥର ପାଇଁ CAA ବିରୋଧରେ ଆନ୍ଦୋଳନ ସମୟରେ ଫହାଦଙ୍କୁ ଭେଟିଥିଲେ । ଦୀର୍ଘ ସମୟର ବନ୍ଧୁତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପରେ ଉଭୟ ବିବାହ କରିବାକୁ ସ୍ଥିର କଲେ । ପ୍ରଥମେ ସ୍ବରା ଓ ଫହାଦ କୋର୍ଟ ମ୍ୟାରେଜ କରିଥିବା ବେଳେ ମାର୍ଚ୍ଚରେ ଉଭୟ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

୯. ସୋନାଲି ସେହଗଲ-ଆଶିଷ ସାଜନାନୀ: ପ୍ୟାର କା ପଞ୍ଚନାମା ଫେମ ଅଭିନେତ୍ରୀ ସୋନାଲି ସେହଗଲ ଜୁନ ୭ ତାରିଖରେ ବିବାହ କରିଛନ୍ତି । ମୁମ୍ବାଇର ସାଣ୍ଟା କ୍ରୁଜ ୱେଷ୍ଟର ଗୁରୁଦ୍ୱାରରେ ବ୍ୟବସାୟୀ ତଥା ବୟଫ୍ରେଣ୍ଡ ଆଶିଷ ସାଜନାନୀଙ୍କ ସହ ସୋନାଲିଙ୍କ ବିବାହ ହୋଇଥିଲା । ତାରକା ଏବଂ ପ୍ରଶଂସକମାନେ ଅଭିନେତ୍ରୀଙ୍କ ବିବାହ ଲୁକ୍‌କୁ ପସନ୍ଦ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଅଭିନେତ୍ରୀ ବ୍ୟବସାୟୀ ଆଶିଷ ସଜନାନୀଙ୍କୁ ଦୀର୍ଘ ଦିନ ଧରି ଡେଟ୍‌ କରି ଆସୁଥିଲେ ।

୧୦. ମସାବା ଗୁପ୍ତା- ସତ୍ୟଦୀପ ମିଶ୍ରା: ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତା ତାଙ୍କ ପ୍ରେମିକ ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଛନ୍ତି । ଦୁହେଁ ପରିବାର ଲୋକଙ୍କ ଉପସ୍ଥିତିରେ କୋର୍ଟରେ ବିବାହ କରିଥିବା ସାମ୍ନାକୁ ଆସିଛି । ଦୀର୍ଘ ଦିନ ଧରି ଡେଟିଂ କରିବା ପରେ ନୀନା ଗୁପ୍ତାଙ୍କ ପ୍ରସିଦ୍ଧ ଡିଜାଇନର୍ ମସାବା ଗୁପ୍ତା ଚଳିତ ବର୍ଷ ବିବାହ କରିଥିଲେ । ମସାବା ତାଙ୍କଠାରୁ 18 ବର୍ଷ ବୟସ୍କ ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଛନ୍ତି । ଯିଏ ଜଣେ ଅଭିନେତା ଏବଂ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି | ଏହା ଉଭୟ ମସାବା ଏବଂ ସତ୍ୟଦୀପଙ୍କର ଦ୍ୱିତୀୟ ବିବାହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.