ETV Bharat / entertainment

ଖରାରେ ଶୋଉଛନ୍ତି କି, ସାବଧାନ ଏମିତି ବଦଳିଯିବ ଚେହେରା

author img

By

Published : Aug 22, 2022, 1:37 PM IST

ବିଦେଶର ଅନେକ ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଏହିଭଳି ଖରାରେ, ସୂର୍ଯ୍ୟକିରଣ ଆଗରେ ଶୋଇ ଟ୍ୟାନ୍‌ କରିବା ଜଣେ ମହିଳାଙ୍କୁ ପଡିଛି ମହଙ୍ଗା ​​(Side Effects Of Tanning)। ତାଙ୍କର ଅବସ୍ଥା ଏପରି ହୋଇଯାଇଛି ଯେ ବର୍ତ୍ତମାନ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଛି । ଅଧିକ ପଢନ୍ତୁ

ଖରାରେ ଶୋଇବା ମହିଳାଙ୍କୁ ପଡ଼ିଲା ମହଙ୍ଗା, ହୋଇଗଲା ଏହିଭଳି ଅବସ୍ଥା

ହାଇଦ୍ରାବାଦ: ଭାରତରେ ଅଧିକାଂଶ ଲୋକ ଟ୍ୟାନ୍‌ ହଟାଇବା ପାଇଁ ବିଭିନ୍ନ ପଦ୍ଧତି ଆପଣାଇଥାନ୍ତି । ଟ୍ୟାନ୍‌ ଦ୍ବାରା ସ୍କିନ୍‌ର ଟୋନ୍‌ ଗାଢ ହୋଇଯାଏ । ଯେହେତୁ ଭାରତର ଅଧିକାଂଶ ଲୋକ ଗୋରା ରଙ୍ଗକୁ ପସନ୍ଦ କରନ୍ତି, ସେଥିପାଇଁ ଟ୍ୟାନ୍‌ ହଟାଇବା ପାଇଁ ଅନେକ ପଦ୍ଧତି ବ୍ୟବହୃତ କରିଥାନ୍ତି । ଯେତେବେଳେ କି, ବିଦେଶରେ ଏହାର କନ୍ସେପ୍ଟ ସମ୍ପୂର୍ଣ୍ଣ ଭିନ୍ନ । ସେଠାରେ ଲୋକମାନେ ଟଙ୍କା ଖର୍ଚ୍ଚ କରି କୃତ୍ରିମ ଟ୍ୟାନିଂ (Artificial Tanning ) କରନ୍ତି । ଅନେକ ଲୋକ ସମୁଦ୍ର କୂଳରେ ଶୋଇ ଟ୍ୟାନିଂର ମଜା ନିଅନ୍ତି । କିନ୍ତୁ ବ୍ରିଟେନ (Britain)ରେ ରହୁଥିବା 25 ବର୍ଷୀୟା ସିରିନ୍ ମୁରାଦଙ୍କୁ ଏହିଭଳି କରିବା ଅତ୍ୟନ୍ତ ମହଙ୍ଗା (Side Effects Of Tanning) ପଡ଼ିଛି ।

ସିରିନ୍ ଛୁଟିରେ ବୁଲଗେରିଆ ଯାଇଥିଲେ । ସେଠାରେ ସେ ନିଜ ପରିବାର ସହିତ ସନ୍ନି ବିଚ୍ ବୁଲିବାକୁ ଯୋଜନା କରିଥିଲେ । ସକାଳେ 21 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ, ସେ ସନ୍‌ସ୍କ୍ରିନ୍‌ (SUNSCREEN ) ନଲଗାଇ ଖରାରେ ଶୋଇଥିଲେ । ସେ ଭାବିଥିଲେ ଯେ ପାଞ୍ଚ ମିନିଟ୍ ପରେ ସେଠାରୁ ଉଠି ଚାଲିଯିବେ ବୋଲି । କିନ୍ତୁ ଶୋଇବାର କିଛି ସମୟ ପରେ ତାଙ୍କୁ ଜୋରରେ ନିଦ ଆସିଯାଇଥିଲା । ଅଧ ଘଣ୍ଟା ପରେ ତାଙ୍କ ଆଖି ଖୋଲିଲା । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା ।

ସିରିନ୍ ମୁରାଦ
ସିରିନ୍ ମୁରାଦ

ଉଠିବା ପରେ ସେ ଦେଖିଲେ ତାଙ୍କ ଚେହେରା ସମ୍ପୂର୍ଣ୍ଣ ଲାଲ ହୋଇଯାଇଥିଲା । ତଥାପି ସେ ଏହାକୁ ହାଲୁକା ଭାବେ ନେଇ ପୁଣି ବୁଲିବାକୁ ଗଲେ । ପରଦିନ ସକାଳେ ସିରିନ୍‌ ନିଜ ଚେହେରାକୁ ଦେଖି ଡରି ଯାଇଥିଲେ । କେବଳ ସିରିନ୍‌ଙ୍କ ମୁହଁ ଜଳି ନଥିଲା, ବରଂ ତାଙ୍କ କପାଳ ପ୍ଲାଷ୍ଟିକ ପରି ଦେଖାଯାଉଥିଲା। ଚର୍ମର ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ, ଯିଏ ଦେଖିବ ସିଏ ଭୟ କରିବ । କିନ୍ତୁ ସିରିନ୍ ଏହାକୁ ହାଲୁକା ଭାବରେ ନେଇଥିଲେ। ସେ ଡାକ୍ତରଖାନା ଯିବାକୁ ଅଣଦେଖା କରି ଛୁଟିଦିନର ମଜା ନେବାକୁ ଲାଗିଲେ।

ସିରିନ୍ ମୁରାଦ
ସିରିନ୍ ମୁରାଦ

ପରଦିନ ତାଙ୍କ ମୁହଁରୁ ଚର୍ମ ବାହାରିବାକୁ ଲାଗିଲା । ତା’ପରେ ସେ ଡାକ୍ତରଙ୍କ ସାହାଯ୍ୟ ନେଇଥିଲେ । ଏବେ ତାଙ୍କ ମୁହଁରୁ ସମସ୍ତ ଚର୍ମ ବାହାରି ଆସିଛି, ତଥାପି ସେ କହିଛନ୍ତି ଯେ ସେ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି । ସିରିନ୍‌ଙ୍କୁ ଦେଖିଲେ ଲାଗୁଛି, ତାଙ୍କର ପୁନର୍ବାର ଜନ୍ମ ହୋଇଛି । ବିନା ସନ୍‌ସ୍କ୍ରିନ୍‌ (SUNSCREEN )ରେ ଖରାକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ସିରିନ୍‌।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.