ETV Bharat / entertainment

କାର୍ତ୍ତିକ ଆର୍ଯ୍ୟନଙ୍କୁ ବିବାହ ପ୍ରସ୍ତାବ ଦେଲେ ଫ୍ୟାନ, ଜାଣନ୍ତୁ କଣ କହିଲେ ଅଭିନେତା

author img

By

Published : Aug 10, 2023, 8:01 PM IST

କାର୍ତ୍ତିକ ଆର୍ଯ୍ୟନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଜଣେ ମହିଳା ପ୍ରଶଂସକ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି । ତାପରେ ଅଭିନେତା ତାଙ୍କୁ ଏନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଅଧିକ ପଢ଼ନ୍ତୁ

କାର୍ତ୍ତିକ ଆର୍ଯ୍ୟନଙ୍କୁ ବିବାହ ପ୍ରସ୍ତାବ ଦେଲେ ଫ୍ୟାନ, ଅଭିନେତା କହିଲେ ଏପରି...

ହାଇଦ୍ରାବାଦ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ନିକଟରେ ନିର୍ମିତ ଚଳଚ୍ଚିତ୍ର 'ସତ୍ୟପ୍ରେମ କି କଥା' ଦର୍ଶକ ବେଶ ପସନ୍ଦ କରିଥିଲେ। ମେଲବୋର୍ଣ୍ଣର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ବ୍ଲକବଷ୍ଟର 'ସତ୍ୟପ୍ରେମ କି କଥା' ସ୍କ୍ରିନିଂ ହୋଇଥିଲା ଏବଂ ଏହି ସମୟରେ କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଅଷ୍ଟ୍ରେଲୀୟ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ଜଣେ ମହିଳା ଫ୍ୟାନ ଅଭିନେତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।

କାର୍ତ୍ତିକ ଆର୍ଯ୍ୟନ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଜଣେ ପ୍ରଶଂସକ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଥିବାର ନଜର ଆସିଛନ୍ତି । ବିବାହ ପାଇଁ ଏପରି ପ୍ରସ୍ତାବ ପାଇବା ପରେ କାର୍ତ୍ତିକ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତା କିଛି ସମୟ ପାଇଁ ଚକିତ ହୋଇଥିଲେ । ପରେ ସେ ପ୍ରଶଂସକଙ୍କୁ ହଗ୍ କରିଥିଲେ । ଏହି ଭିଡିଓ ସେୟାର କରି କାର୍ତ୍ତିକ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ମୋର କହିବା ବନ୍ଦ ହୋଇଗଲା । ମୁଁ ମୋ ମାଙ୍କୁ ପଚାରି କହିବି ।' ପୂର୍ବରୁ ମଧ୍ୟ କାର୍ତ୍ତିକ IFFM ର ଅଂଶ ହେବା ନେଇ ନିଜର ଅନୁଭୂତି ସେୟାର କରିଥିଲେ । ସେ କହିଥିଲେ ଯେ, 'ମେଲବର୍ଣ୍ଣର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରି ମୁଁ ବହୁତ ଉତ୍ସାହିତ ।'

ସୂଚନା ଥାଉ କି, ମେଲ୍‌ବର୍ଣ୍ଣରେ ଏହା ମୋର ପ୍ରଥମ ଥର ଏବଂ ମୁଁ 'ସତ୍ୟପ୍ରେମ କି କଥା'ର ସ୍କ୍ରିନିଂ ପାଇଁ ସେଠାକୁ ଯାଉଛି, ଏହା ମୋ ପାଇଁ ଏକ ବିଶେଷ ମୁହୂର୍ତ୍ତ। ସୂଚନା ଥାଉ କି, ମେଲବର୍ଣ୍ଣରେ 14ତମ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି, ଯାହା ଅଗଷ୍ଟ 20 ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ କାର୍ତ୍ତିକ ଆର୍ଯ୍ୟନଙ୍କ ବଲିଉଡ ଯାତ୍ରା ପ୍ରଥମ ଥର ପାଇଁ ପ୍ରଦର୍ଶିତ ହେବ । ଏଥର 82 ବର୍ଷୀୟ ଓସ୍କାର ବିଜେତା ଅଷ୍ଟ୍ରେଲୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବ୍ରୁସ୍‌ ବେରସଫୋର୍ଡଙ୍କୁ USP ଜୁରି ଭାବରେ ସମାରୋହରେ ସାମିଲ କରାଯାଇଛି । ଏଥି ସହିତ ରାଣୀ ମୁଖାର୍ଜୀଙ୍କୁ ମଧ୍ୟ ଏହି ସମାରୋହରେ ନିମନ୍ତ୍ରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଥମ ଲୁକ୍ ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ

ସେପଟେ କାର୍ତ୍ତିକଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ଆଗାମୀ ଫିଲ୍ମ ଚନ୍ଦୁ ଚମ୍ପିଆନ୍‌ରେ ନଜର ଆସିବେ କାର୍ତ୍ତିକ । ଏହି ଫିଲ୍ମ ଏକ କ୍ରୀଡ଼ା ଡ୍ରାମା ଜଣେ କ୍ରୀଡ଼ାବିତ୍‌ଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଯିଏ କେବେ ବି ତାଙ୍କ ଜୀବନରେ ହାର୍‌ ମାନିନାହାନ୍ତି । ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁରଲୀକାନ୍ତ ପେଟକରଙ୍କ ବାୟୋପିକ୍ ବୋଲି କୁହାଯାଉଛି । ଏହି ଫିଲ୍ମ 14 ଜୁନ୍ 2024ରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.