ETV Bharat / entertainment

ସରିନି ବାହାଘର, wikipediaରେ ରଣବୀର କପୁରଙ୍କ ପତ୍ନୀ ଆଲିଆ !

author img

By

Published : Apr 14, 2022, 6:34 PM IST

ସରିନି ବଲିଉଡ଼ର ଲୋକପ୍ରିୟ ତଥା ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟ ବିବାହ । କିନ୍ତୁ ଉଇକିପିଡ଼ିଆ ଉଭୟଙ୍କୁ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଘୋଷଣା କରିସାରିଛି। ଅଧିକ ପଢନ୍ତୁ

ସରିନି ବାହାଘର, ରେକର୍ଡରେ ରଣବୀର କପୁରଙ୍କ ପତ୍ନୀ ଆଲିଆ !

ହାଇଦ୍ରାବାଦ: ଅପେକ୍ଷାର ଅନ୍ତ ଘଟିଲା ସତ କିନ୍ତୁ ଏଯାଏଁ ସରିନି ବଲିଉଡ଼ର ଲୋକପ୍ରିୟ ତଥା ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟ ବିବାହ । ବିବାହ ସମାରୋହର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଛି। କିନ୍ତୁ ଉଇକିପିଡ଼ିଆ ଉଭୟଙ୍କୁ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଘୋଷଣା କରିସାରିଛି । ରଣବୀର ଏବଂ ଆଲିଆଙ୍କୁ ଗୁଗୁଲରେ ଉଇକିପିଡ଼ିଆ ସେମାନଙ୍କୁ ସ୍ୱାମୀ ଏବଂ ସ୍ତ୍ରୀ ବୋଲି କହୁଛି । ଏମିତି ଏକ ବଡ ଖବର ସୋସିଆଲ ମିଡିଆରେ ଏବେ ହଇଚଇ ସୃଷ୍ଟି କରିଛି ।

ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ । ପଞ୍ଜାବୀ ରୀତି ନୀତି ଅନୁସାରେ ରଣବୀର କପୁର ଓ ଆଲିଆ ଭଟ୍ଟ ବାହା ହେବେ । ନିଜ ବିବାହକୁ ଗୋପନୀୟ ରଖିବାକୁ ଦୁଇ କଳାକାର ଓ ତାଙ୍କ ପରିବାର ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖୁବ୍‌ ଅଳ୍ପ ଲୋକ ବିବାହରେ ଉପସ୍ଥିତ ରହିବେ। କେବଳ କିଛି ଘନିଷ୍ଠ ବନ୍ଧୁ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ମୁମ୍ବଇର ପାଲି ହିଲ୍‌ ସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ଦିନ ୨ଟା ସମୟରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଖବର ଆସିଥିଲା। ଏଥିସହ ସନ୍ଧ୍ୟା ୭ଟା ସମୟରେ ସେମାନେ ମିଡିଆ ସାମ୍ନାକୁ ଆସିବେ ବୋଲି ଜଣାପଡ଼ିଛି ।

ବାସ୍ତୁ ଆପାର୍ଟମେଣ୍ଟରେ ଉଭୟ ରଣବୀର ଓ ଆଲିଆଙ୍କ ଘର ରହିଛି। ସେଥିପାଇଁ ରଣବୀରଙ୍କ ବରଯାତ୍ରୀ ବାସ୍ତୁ ଆପାର୍ଟମେଣ୍ଟରୁ ବାହାରି ସେହି ଆପାର୍ଟମେଣ୍ଟରେ ହିଁ ରହିବ । ଯେଉଁଥିପାଇଁ ଆପାର୍ଟମେଣ୍ଟକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି । ଏହି ଷ୍ଟାର୍ କପଲଙ୍କ ବାହାଘରରେ ଦୁଇ ପରିବାରର ୪୦ ଜଣ ସାମିଲ ହେବେ । ଆଜି ରାତି ୭ଟା ବେଳକୁ ଆଲିଆ-ରଣବୀର ମିଡିଆ ସାମ୍ନାରେ ଫଟୋ ପାଇଁ ପୋଜ୍ ମଧ୍ୟ ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.