ହାଇଦ୍ରାବାଦ: ନିକଟରେ ମଲ୍ଟି ଷ୍ଟାରର୍ ଫିଲ୍ମ 'ୱେଲକମ୍ 3' ର ଘୋଷଣା ହୋଇଥିଲା । ଏଥିସହ ନିର୍ମାତା ଅକ୍ଷୟ କୁମାରଙ୍କ ଜନ୍ମଦିନରେ ଟିଜର ସହ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଥିଲେ । ଏହା ସହ ଫିଲ୍ମର କାଷ୍ଟଙ୍କ ଚେହେରା ବି ପ୍ରକାଶ ପାଇଥିଲା । କିନ୍ତୁ ଏଥିରେ ଅଭିନେତା ନାନା ପାଟେକରଙ୍କୁ ଦେଖିବାକୁ ମିଳି ନଥିଲା । ତେବେ ଫିଲ୍ମରେ କାଷ୍ଟ କରା ନହେବା ନେଇ ବର୍ତ୍ତମାନ ନାନା ପାଟେକର ପ୍ରତିକ୍ରିୟା ଦେଇଛନ୍ତି ।
ଗତକାଲି(ସେପ୍ଟେମ୍ବର 12)ରେ 'ଦ ଭ୍ୟାକ୍ସିନ ୱାର'ର ଟ୍ରେଲର ଲଞ୍ଚ ହୋଇଥିଲା । ଏହି ଲଞ୍ଚ ଇଭେଣ୍ଟରେ ଯେତେବେଳେ ନାନା ପାଟେକରଙ୍କୁ ପଚରାଗଲା ସେ କାହିଁକି 'ୱେଲକମ୍ 3' ଫିଲ୍ମର ଅଂଶ ନୁହଁନ୍ତି ? ଏହା ଉପରେ ସେ ଉତ୍ତର ଦେଇ କହିଛନ୍ତି, 'ସେମାନେ ଅନୁଭବ କରୁଛନ୍ତି ଯେ ଆମେ ବୃଦ୍ଧ ହୋଇଗଲୁ । ଏଥିପାଇଁ ବୋଧହୁଏ ସେମାନେ ନେଇନାହାନ୍ତି । ଏଥିସହ ସେ 'ଦ ଭ୍ୟାକ୍ସିନ ୱାର'ର ନିର୍ଦ୍ଦେଶକ ବିବେକ ଅଗ୍ନୀହୋତ୍ରୀକୁ ସୂଚାଇ କହିଛନ୍ତି ଯେ, ଆମେ ଏପର୍ଯ୍ୟନ୍ତ ବୃଦ୍ଧ ନୁହଁ, ସେଥିପାଇଁ ଏଥିରେ କାମକୁ କାଷ୍ଟ କରାଗଲା । ସରଳ କଥା ।
ସେ ଆହୁରି ମଧ୍ୟ କହିଛନ୍ତି, 'ଇଣ୍ଡଷ୍ଟ୍ରି କାହା ପାଇଁ ବନ୍ଦ ନୁହେଁ । ଯଦି ଆପଣ ଭଲ କାମ କରିବାକୁ ଚାହୁଁଛନ୍ତି ତେବେ ଲୋକମାନେ ଆପଣଙ୍କ ନିକଟକୁ ଆସିବେ । ତୁମେ ଜାଣିବା ଉଚିତ୍ ଯେ ତୁମେ ଏହା କରିପାରିବ ଏବଂ ତୁମେ ଜାଣିବାକୁ ଚାହୁଁଛ ଏବଂ ଏହା ମୋର ଶେଷ ସୁଯୋଗ ଭାବି କାମ କରିବା ଉଚିତ୍ । ତେବେ ସମସ୍ତଙ୍କୁ କାମ ମିଳିଥାଏ । ତାହା ପରେ ତୁମେ କାମ କରିବାକୁ ଚାହୁଁଛ କି ନାହିଁ ତାହା ତୁମ ଉପରେ ନିର୍ଭର କରେ।
ନାନା ପାଟେକରଙ୍କ ୱେଲକମ୍ ଫ୍ରାଞ୍ଚାଇଜର ପୂର୍ବ ଦୁଇ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ଉଭୟ ଫିଲ୍ମରେ ନାନା ପାଟେକରଙ୍କ ଚରିତ୍ରକୁ ବହୁତ ପସନ୍ଦ କରିଥିଲେ ଫ୍ୟାନ୍ସ । ସେ ୱେଲକମ୍ ଏବଂ ୱେଲକମ୍ ବ୍ୟାକ ଚଳଚ୍ଚିତ୍ରରେ ଉଦୟ ଶେଟ୍ଟି ଭୂମିକାରେ ଅଭିନୟ କରିଥିଲେ, ଯାହାକି ବେଶ୍ ଲୋକପ୍ରିୟ ହୋଇଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରରେ ନାନା ପାଟେକର ଏବଂ ଅନିଲ କପୁରଙ୍କ ଯୋଡି ବଦଳରେ ସଞ୍ଜୟ ଦତ୍ତ ଏବଂ ଅର୍ଶଦ ୱାର୍ସି ନଜର ଆସିବେ । ଏଥିସହ ଅକ୍ଷୟ କୁମାର, ରବୀନା ଟଣ୍ଡନ, ସୁନୀଲ ସେଟ୍ଟୀ, ଦିଶା ପାଟାନୀ, ଜ୍ୟାକଲିନ୍ ଫର୍ଣ୍ଣାଡିସ, ଲାରା ଦତ୍ତା, ପରେଶ ରାୱଲ, ରାଜପାଲ ଯାଦବ ଭଳି ତାରାକା ମଧ୍ୟ ନଜର ଆସିବେ । ତେବେ ୱେଲକମ୍-3 2024 ଡିସେମ୍ବର 20 ତାରିଖରେ ରିଲିଜ୍ ହେବ ।
ଏହା ମଧ୍ୟ ପଢନ୍ତୁ: ବିବାଦରେ ଅକ୍ଷୟଙ୍କ ଫିଲ୍ମ, ସୁଟିଂ ରୋକିବାକୁ ନିବେଦନ କଲା FWICE
ସୂଚନା ଥାଉ କି, ବର୍ତ୍ତମାନ ନାନା ପାଟେକରଙ୍କୁ ଆଗାମୀ ଚଳଚ୍ଚିତ୍ର ଦ ଭ୍ୟାକ୍ସିନ୍ ୱାରରେ ଦେଖିବାକୁ ମିଳିବ । ଗତକାଲି ଏହାର ଟ୍ରେଲର ରିଲିଜ୍ ହୋଇଥିଲା । ନାନା ପାଟେକରଙ୍କ ବ୍ୟତୀତ ଅନୁପମ ଖେର, ସପ୍ତମୀ ଗୌଡ଼ା ଏବଂ ପଲ୍ଲବୀ ଯୋଶୀଙ୍କ ସହ ରାଇମା ସେନ୍ ଏବଂ ନିବେଦିତା ଭଟ୍ଟାଚାର୍ଯ୍ୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ବିବେକ ରଂଜନ ଅଗ୍ନିହୋତ୍ରୀ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ COVID-19 ମହାମାରୀ ସମୟରେ ଡାକ୍ତରୀ କର୍ମଚାରୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ଅଟେ । ଏହି ଚଳଚ୍ଚିତ୍ର ସେପ୍ଟେମ୍ବର 28 ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।