ETV Bharat / entertainment

କେଜିଏଫ୍‌ ଷ୍ଟାର୍‌ଙ୍କ ଆଗାମୀ ପ୍ରଜେକ୍ଟ ୟଶ-19କୁ ମିଳିଲା ଟାଇଟଲ, ଏହି ଦିନ ରିଲିଜ ହେବ ଫିଲ୍ମ

author img

By ETV Bharat Odisha Team

Published : Dec 8, 2023, 1:59 PM IST

Yash's Next Film Yash 19 Gets Title: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । କନ୍ନଡର ରକିଂ ଷ୍ଟାର ୟଶ ଆଗାମୀ ଆକ୍ସନ୍-ପ୍ୟାକ୍ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଏହା ପ୍ରେକ୍ଷାଳୟରେ କେବେ ରିଲିଜ୍ ହେବ ତାହା ମଧ୍ୟ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

19ତମ ଫିଲ୍ମ ଘୋଷଣା କଲେ ୟଶ, ଏହି ଦିନ ରିଲିଜ ହେବ ଫିଲ୍ମ

ହାଇଦ୍ରାବାଦ: କନ୍ନଡ ରକିଂ ଷ୍ଟାର ୟଶ ୧୯ତମ ଫିଲ୍ମ ଘୋଷଣା କରି ଫ୍ୟାନ୍ସଙ୍କୁ ସର୍‌ପ୍ରାଇଜ ଦେଇଛନ୍ତି । ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ନାମ 'ଟକ୍ସିକ' ହେବ । ନିର୍ମାତାମାନେ ଟାଇଟଲ୍ ଟିଜର ରିଲଜ କରି ସୂଚନା ଦେଇଛନ୍ତି । ଏଥିସହ ଫିଲ୍ମ କେବେ ରିଲିଜ ହେବ ତାହା ମଧ୍ୟ ପ୍ରକାଶ କରିଛନ୍ତି । ୟଶଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରର ଟାଇଟଲ୍ ହେଉଛି 'ଟକ୍ସିକ-ଏ ଫେରି ଟେଲ୍ ଗ୍ରୋନ ଅପ ।' ଏହି ଫିଲ୍ମ ୧୦ ଏପ୍ରିଲ ୨୦୨୫ରେ ରିଲିଜ ହେବ। ତେବେ ଏବେ ୟଶଙ୍କ ଆଗାମୀ ଫିଲ୍ମ ବିଷୟରେ ଜାଣି ଫ୍ୟାନ୍ସ ବେଶ ଉତ୍ସାହିତ ହୋଇଛନ୍ତି ।

ୟଶ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଅଧା ପୋଡ଼ିଯାଇଥିବା ଏକ କାର୍ଡ ଦେଖାଯାଉଛି । ପୃଷ୍ଠଭୂମିରେ ଏକ ଆକର୍ଷଣୀୟ ସ୍ୱର ଶୁଣାଯାଉଛି । ଏହି ସମୟରେ, ୟଶଙ୍କ ଶକ୍ତିଶାଳୀ ଲୁକର ସାମାନ୍ୟ ଝଲକ ଦେଖିବାକୁ ମିଳିଛି । ଭିଡିଓରେ ୟଶଙ୍କୁ ସିଗାରେଟ ଟାଣୁଥିବାର ନଜର ଆସିଛନ୍ତି । ଏବଂ ଗୋଟିଏ ହାତରେ ଏକ ବଡ଼ ବନ୍ଧୁକ ଧରିଥିବା ମଧ୍ୟ ଦେଖିବାକୁ ମିଳିଛି । 'ଟକ୍ସିକ୍‌'ର ଟାଇଟଲ୍ ଟିଜର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

  • " class="align-text-top noRightClick twitterSection" data="">

ୟଶଙ୍କ ଏହି ଫିଲ୍ମ ୧୦ ଏପ୍ରିଲ ୨୦୨୫ରେ ପ୍ରେକ୍ଷାଳୟକୁ ଆସିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଜାତୀୟ ପୁରସ୍କାର ବିଜେତା ଜିତୁ ମୋହନଦାସ, ଯିଏ ଲାଏରସ ଡାଏସ୍ ଏବଂ ମୁଥନ୍ ଭଳି ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା । କେଭିଏନ୍ ପ୍ରଡକ୍ସନ୍ ହାଉସ୍ ୟଶଙ୍କ ଫିଲ୍ମ 'ଟକ୍ସିକ୍' ପ୍ରସ୍ତୁତ କରୁଛି । ତେବେ ଫିଲ୍ମର ବାକି ଷ୍ଟାର କାଷ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ବିବରଣୀ ପ୍ରକାଶ କରାଯାଇନାହିଁ । ମିଡିଆ ରିପୋର୍ଟ ଅନୁସାରେ, ଏହି ଚଳଚ୍ଚିତ୍ରରେ ୟଶଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ସାଉଥ୍‌ ଷ୍ଟାର ସାଇ ପଲ୍ଲବୀ ନଜର ଆସିବେ ବୋଲି କୁହାଯାଉଛି । କନ୍ନଡର ରକିଂ ଷ୍ଟାର ୟଶଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରର ପ୍ରଥମ ଲୁକର ଝଲକ ଦେଖିବା ପରେ ଫ୍ୟାନ୍ସମାନେ ଫିଲ୍ମକୁ ନେଇ ବେଶ ଉତ୍ସାହିତ ହୋଇଛନ୍ତି ।

ସୂଚନା ଥାଉ କି, ସୂଚନା ଥାଉ କି, ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'କେଜିଏଫ୍' ଉଭୟ ସିକ୍ବେଲରେ ଅଭିନୟ କରି ଫ୍ୟାନ୍ସଙ୍କ ମନ ଜିତିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ବମ୍ପର କଲେକ୍ସନ ସହ ହିଟ ହୋଇଥିଲା । 2022 ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'କେଜିଏଫ ଅଧ୍ୟାୟ 2' ରେ ୟଶଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । କେବଳ ୧୦୦କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଧମାକା କରିଥିଲା । ଭାରତରେ 'କେଜିଏଫ୍ 2' ର ଆୟ ୮୫୯ କୋଟି ଏବଂ ବିଶ୍ବସ୍ତରରେ ମୋଟ କଲେକ୍ସନ ୧୨୧୫ କୋଟି ଟଙ୍କା ଥିଲା । ଏହି ସିନେମାରେ ସଞ୍ଜୟ ଦତ୍ତ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏଥିସହିତ ରବୀନା ଟଣ୍ଡନ୍ ମଧ୍ୟ 'କେଜିଏଫ୍ ୨'ରେ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.