ETV Bharat / entertainment

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ବିବେକ ଅଗ୍ନିହୋତ୍ରୀ, ଗରିବ ପିଲାଙ୍କୁ ଦ ଭ୍ୟାକ୍ସିନ୍ ୱାର ଦେଖାଇବାକୁ କଲେ ଅନୁରୋଧ - ଦ ଭ୍ୟାକ୍ସିନ୍ ଓ୍ୱାର

'ଦ ଭ୍ୟାକ୍ସିନ୍ ଓ୍ୱାର' ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଛନ୍ତି। ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଫିଲ୍ମ 'ଦ ଭ୍ୟାକ୍ସିନ୍ ଓ୍ୱାର' ଦେଖାଇବାକୁ ସେ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

ବିବେକ
ବିବେକ
author img

By ETV Bharat Odisha Team

Published : Oct 9, 2023, 5:35 PM IST

ହାଇଦ୍ରାବାଦ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି 'ଦ ଭ୍ୟାକ୍ସିନ୍ ଓ୍ୱାର' ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ । ଏନେଇ ଖୋଦ୍‌ ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବିବେକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆମର ବହୁତ ଭଲ ବୈଠକ ହୋଇଛି । ଏହା ସହିତ ରାଜ୍ୟର ଗରିବ ପିଲାଙ୍କୁ ତାଙ୍କ ଫିଲ୍ମ 'ଦ ଭ୍ୟାକ୍ସିନ୍ ଓ୍ୱାର' ଦେଖାଇବା ପାଇଁ ସେ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି ।

ବିବେକ ଆହୁରି କହିଛନ୍ତି ଯେ, ଡ. ବଳରାମ ଭାର୍ଗବ ମଧ୍ୟ ତାଙ୍କ ସହ ଅଛନ୍ତି । ୟୁପିରେ ପୁଣେ ପରି ଏକ ଲ୍ୟାବ ରଖିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି । ବାସ୍ତବରେ, ଦ ତାସକେଣ୍ଟ ଫାଇଲ୍ସ, କାଶ୍ମୀର ଫାଇଲ୍ସ ପରେ ଭାରତୀୟ ବୈଜ୍ଞାନିକମାନଙ୍କ ଇତିହାସକୁ ଦର୍ଶାଉଥିବା ଚଳଚ୍ଚିତ୍ର 'ଦ ଭ୍ୟାକ୍ସିନ୍ ଓ୍ୱାର' ହେଉଛି ଟିକା ତିଆରି କରିଥିବା ହିରୋଙ୍କ କାହାଣୀ ।

  • #WATCH | Lucknow: Filmmaker Vivek Agnihotri says, "We had a great meeting with Uttar Pradesh CM Yogi Adityanath. He said that science is the future...We even requested him to screen the movie (The Vaccine War) for students in the state..." pic.twitter.com/7Hd1nfbEA1

    — ANI UP/Uttarakhand (@ANINewsUP) October 9, 2023 " class="align-text-top noRightClick twitterSection" data=" ">

ବିବେକ ରବିବାର ଦିନ ଲକ୍ଷ୍ନୌରେ ପହଞ୍ଚିଥିଲେ । ବିବେକ ଅଗ୍ନିହୋତ୍ରୀଙ୍କ ସହ ଭାରତୀୟ କୋଭିଡ୍ ଟିକାର ଜନକ ଡକ୍ଟର ବଳରାମ ଭାର୍ଗବ ମଧ୍ୟ ଉପସ୍ଥିତ ଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତା ନାନା ପାଟେକର ଡ.ବଳରାମ ଭାର୍ଗବ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ ଟିକା ବୈଜ୍ଞାନିକମାନଙ୍କୁ ପ୍ରକୃତ ଜୀବନ ହିରୋ ଭାବରେ ବର୍ଣ୍ଣନା କରାଯାଇଛି । ସେ କହିଛନ୍ତି ଯେ ଫିଲ୍ମଟି ବହୁତ ଭଲହୋଇଛି । ଆମେ ଭାବୁଥିଲୁ ସମସ୍ତ ହିରୋ ବଲିଉଡ ପର୍ଯ୍ୟନ୍ତ ସୀମିତ ଅଛନ୍ତି । ବାସ୍ତବ ଜୀବନର ହିରୋମାନଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯିବା ଉଚିତ୍ । ଏହି କାରଣରୁ, ଏହି ଥିମ୍ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ପାଞ୍ଚ ମାସ ମଧ୍ୟରେ ସୁଟିଂ ହୋଇଥିବାବେଳେ ଫିଲ୍ମ ଶେଷ କରିବାକୁ ଦୁଇ ବର୍ଷ ସମୟ ଲାଗିଥିଲା ।

ଏହା ମଧ୍ୟ ପଢନ୍ତୁ: ପାନ ମସାଲା ବିଜ୍ଞାପନ କରି ପୁଣି ଫସିଲେ 3 ସୁପରଷ୍ଟାର, ଲୋକଙ୍କ ରାଗ ଦେଖି ଡିଲ୍‌ରୁ ଓହରିଲେ ଅକ୍ଷୟ

ସେ କହିଥିଲେ ଯେ, ମୁଁ ଜଣେ ପ୍ରାକୃତିକ କାହାଣୀକାର । ମୁଁ ନିଜକୁ କେବେ ଫିଲ୍ମ ନିର୍ମାତା ମନେ କରେ ନାହିଁ । ଲୋକମାନଙ୍କୁ ମୋର କାହାଣୀ ଜଣାଇବାକୁ, ମୁଁ ଏକ ଶକ୍ତିଶାଳୀ ମାଧ୍ୟମ ବାଛିବାକୁ ଚେଷ୍ଟା କରେ, ସେଥିପାଇଁ ମୁଁ ଚଳଚ୍ଚିତ୍ର ନିର୍ମାଣ କରେ । ବାସ୍ତବରେ, ଆଜି ବି ଚଳଚ୍ଚିତ୍ରଗୁଡ଼ିକ ଜଣଙ୍କର ଦୃଷ୍ଟିକୋଣକୁ ବର୍ଣ୍ଣନା କରିବା ଏବଂ ବ୍ୟାଖ୍ୟା କରିବା ପାଇଁ ସର୍ବୋତ୍ତମ ମାଧ୍ୟମ । ବିବେକ କହିଛନ୍ତି ଯେ ଏକ ଚଳଚ୍ଚିତ୍ର ରିଲିଜ ହେବା ପରେ ଏହାର ସଫଳତା ଆକଳନ ଦ୍ୱାରା ନିର୍ଣ୍ଣୟ କରାଯାଏ, କିନ୍ତୁ ମୁଁ କୋଟି କୋଟି ଟଙ୍କାର ଆକଳନକୁ ଫିଲ୍ମର ସଫଳତାର ମାପକାଠି ଭାବେ ଗ୍ରହଣ କରେ ନାହିଁ । ବରଂ ଫିଲ୍ମର ସମାଜ ଉପରେ କି ପ୍ରଭାବ ପଡିଛି ତାହା ଫିଲ୍ମର ସଫଳତା ସ୍ଥିର କରେ । ସେ କହିଛନ୍ତି ଯେ 'ଦ ଭ୍ୟାକ୍ସିନ୍ ଓ୍ୱାର' ଦେଖିବା ପରେ ଚାରିରୁ ପାଞ୍ଚ ପିଲା ମୋତେ କହିଥିଲେ ଯେ ସେମାନେ ବୈଜ୍ଞାନିକ ହେବାକୁ ଚାହୁଁଛନ୍ତି। ସମାଜ ଉପରେ ଏହି ପ୍ରଭାବ ଚଳଚ୍ଚିତ୍ରର ସଫଳତାକୁ ବ୍ୟାଖ୍ୟା କରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.