ETV Bharat / entertainment

ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଶର୍ଲିନ୍ ଚୋପ୍ରା, ରଖିଲେ ଏହି ସର୍ତ୍ତ

author img

By

Published : Aug 8, 2023, 12:39 PM IST

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ରାଜି ଅଛନ୍ତି ଅଭିନେତ୍ରୀ ଶର୍ଲିନ୍ ଚୋପ୍ରା । କିନ୍ତୁ ଏକ ସର୍ତ୍ତ ରଖିଛନ୍ତି । ତେବେ ସେ କେଉଁ ସର୍ତ୍ତ ରଖିଛନ୍ତି । ଜାଣନ୍ତୁ

ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଶର୍ଲିନ୍ ଚୋପ୍ରା, ରଖିଲେ ଏହି ସର୍ତ୍ତ
ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଶର୍ଲିନ୍ ଚୋପ୍ରା, ରଖିଲେ ଏହି ସର୍ତ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପ୍ରା ତାଙ୍କ ବୋଲ୍ଡ ଲୁକ୍‌ ପାଇଁ ବେଶ ଚର୍ଚ୍ଚାରେ ଥାଆନ୍ତି । ଶର୍ଳିନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାଆନ୍ତି । ଏବଂ ତାଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ଶର୍ଲିନଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଥିବା କଥା କହିଛନ୍ତି ।

ଶର୍ଲିନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପ୍ୟାପ୍‌ଙ୍କୁ ପୋଜ୍‌ ଦେବା ବେଳେ ଜଣେ ପ୍ୟାପ୍ ଶର୍ଲିନଙ୍କୁ ପଚାରିଥିଲେ ଯେ, ଆପଣ ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି କି ? ଏହାର ଉତ୍ତରରେ ଶର୍ଲିନ କହିଥିଲେ ଯେ, ହଁ କାହିଁକି ନୁହଁ । କିନ୍ତୁ ମୁଁ ବିବାହ ପରେ ମୋର ଟାଇଟଲ ପରିବର୍ତ୍ତନ କରିବାକୁ ଚାହୁଁନି । ମୋର ଟାଇଟଲ ଚୋପ୍ରା ହିଁ ରହିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଫ୍ୟାନ୍ସମାନେ ଏହାକୁ ଲାଇକ କରିବା ସହ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ସୂଚନା ଥାଉ କି, ଶର୍ଲିନ୍ ଚୋପ୍ରା ହେଉଛନ୍ତି ସେହି ଅଭିନେତ୍ରୀ ଯିଏ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ ।

ୱାର୍କ ଫ୍ରଣ୍ଟ୍‌ ବିଷୟରେ କହିବାକୁ ଗଲେ, ଶର୍ଲିନ୍ ବଡ଼ ପରଦାରୁ ଦୂରରେ ରୁହନ୍ତି କିନ୍ତୁ ଦୀର୍ଘ ସମୟ ପରେ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ପୌରଷପୁର ସିଜନ 2 ରେ ଅଭିନୟ କରିଛନ୍ତି । ଏହି ୱେବ୍‌ ସିରିଜ୍ 28 ଜୁଲାଇରେ ଷ୍ଟ୍ରିମ୍ ହୋଇଛି । ଏହି ସିରିଜରେ ଶର୍ଲିନ୍ ମହାରାଣୀ ସ୍ନେହଲତା ଭୂମିକାରେ ନଜର ଆସିଛନ୍ତି । ସେ ଗତ କିଛି ଦିନ ଧରି ଏହାର ପ୍ରମୋସନରେ ମଧ୍ୟ କରୁଥିବାର ନଜର ଆସିଥିଲେ । ଶର୍ଲିନ୍ ତାଙ୍କର ବୋଲ୍ଡ ଲୁକ୍ ପାଇଁ ବେଶ ଜଣାଶୁଣା । ସେ ଅନେକ ବୋଲ୍ଡ ଫଟୋସୁଟ୍ କରିଛନ୍ତି ଯାହା ହେତୁ ସେ ସର୍ବଦା ଶିରୋନାମାରେ ରହିଥାଆନ୍ତି । ସେ କିଛି ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଯେଉଁଥିରେ ଦୋସ୍ତି: ଫ୍ରେଣ୍ଡସ୍ ଫରଏଭର, ରେଡ୍ ସ୍ବାସ୍ତିକ୍, ୱଜା ତୁମ୍ ହୋ ଭଳି ଅନେକ ଚଳଚ୍ଚିତ୍ର ସାମିଲ ଅଛି ।

ଏହା ମଧ୍ୟ ପଢନ୍ତୁ: 25 ବର୍ଷ ପରେ ପୁଣି ହାତ ମିଳାଇଲେ ସଲମାନ-କରଣ, ଖ୍ରୀଷ୍ଟମାସରେ ହେବ ଧମାକା

ସେପଟେ ରାହୁଲ ଗାନ୍ଧୀଙ୍କୁ ବର୍ତ୍ତମାନ 53 ବର୍ଷ ହୋଇଛି । ସେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଅନ୍ୟପକ୍ଷରେ, ଶର୍ଲିନ୍ ଚୋପ୍ରାଙ୍କୁ 36 ବର୍ଷ ବୟସ ହୋଇଥିବା ବେଳେ ସେ ବି ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ଏଭଳି ପରିସ୍ଥିତିରେ ଶର୍ଲିନଙ୍କ ଏହି ପ୍ରତିକ୍ରିୟା ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.