ETV Bharat / entertainment

ରଣଭୀର-ଦୀପିକାଙ୍କ କ୍ୟୁଟ୍‌ ଭିଡିଓ ଭାଇରାଲ; ପ୍ରେମରେ ନଜର ନଲାଗୁ କହିଲେ ୟୁଜର୍ସ

ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କୁ ଗତକାଲି ରାତିରେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଘର ପାର୍ଟିରେ ଦେଖିବାକୁ ମିଳିଥିଲା। ଏଠାରେ ରଣଭୀର-ଦୀପିକାଙ୍କ ରୋମାଣ୍ଟିକ୍ ଅନ୍ଦାଜ ଦେଖି ପ୍ରଶଂସକମାନେ ସେମାନଙ୍କୁ ମୋଷ୍ଟ ଲଭେବଲ୍ ଟ୍ୟାଗ୍ ଦେଇଛନ୍ତି । ଅଧିକ ପଢନ୍ତୁ

ରଣଭୀର-ଦୀପିକାଙ୍କ କ୍ୟୁଟ୍‌ ଭିଡିଓ ଭାଇରାଲ
ରଣଭୀର-ଦୀପିକାଙ୍କ କ୍ୟୁଟ୍‌ ଭିଡିଓ ଭାଇରାଲ
author img

By

Published : Jul 29, 2023, 3:58 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଷ୍ଟାର ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନ । ଗତକାଲି ରାତିରେ ଏହି ଦମ୍ପତିଙ୍କୁ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଘରେ ଦେଖିବାକୁ ମିଳିଥିଲା। ଏଠାରେ ରଣଭୀର-ଦୀପିକା ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ଓପନିଂ ଡେ’ ହୋଇଥିବା ସଫଳତାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ପହଞ୍ଚିଥିଲେ। ଉଲ୍ଲେଖନୀୟ ଯେ, ଦୀପିକା ପାଦୁକୋନ ରକି ଔର ରାନୀ କି ପ୍ରେମ କାହାନୀର ସ୍କ୍ରିନିଂରେ ଉପସ୍ଥିତ ନଥିଲେ ଏବଂ ସେ ଗତ ଶୁକ୍ରବାର ଆମେରିକାରୁ ଫେରିଛନ୍ତି।

ଆମେରିକାରୁ ଫେରିବା ପରେ ରଣଭୀର ଏବଂ ଦୀପିକା କରଣ ଜୋହରଙ୍କ ଘରେ ପାର୍ଟୀ କରିବାକୁ ଯାଉଥିବା ବେଳେ କାରରେ ଦୁହିଁଙ୍କୁ ସ୍ପଟ୍‌ କରାଯାଇଥିଲା । ଏହି ସମୟରେ ଦମ୍ପତିଙ୍କୁ ଏକ ରୋମାଣ୍ଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଥିଲା ​​। ଦମ୍ପତିଙ୍କ ଏହି ସୁନ୍ଦର ଅନ୍ଦାଜକୁ ଦେଖି ପ୍ରଶଂସକମାନେ ସେମାନଙ୍କୁ ମୋଷ୍ଟ ଲଭେବଲ୍ ଦମ୍ପତିଙ୍କ ଟ୍ୟାଗ୍ ଦେଇଛନ୍ତି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାୱାର ଦମ୍ପତିଙ୍କ ବ୍ୟତୀତ ଆୟାନ ମୁଖାର୍ଜୀ, ଜୋୟା ଅଖତର ଏବଂ ମନୀଷ ମଲହୋତ୍ରା ମଧ୍ୟ କରଣଙ୍କ ଘରେ ନଜର ଆସିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଦିନ କରଣ ଜୋହରଙ୍କ ଘରେ ଏକ ପାର୍ଟୀ ଅନୁଷ୍ଠିତ ହୋଇଥିଲା। କୁହାଯାଉଛି ଯେ ଦୀପିକା ଆମେରିକାରୁ ଆସିବା ପରେ ଏହି ପାର୍ଟି ରଖାଯାଇଥିଲା, କାରଣ ଦୀପିକା ରକି ଔର ରାନୀ କି ପ୍ରେମ କାହାନୀର ସ୍କ୍ରିନିଂରେ ଉପସ୍ଥିତ ନଥିଲେ। ଏହାପୂର୍ବରୁ ଦୀପିକା ଏକାକୀ କରଣଙ୍କ ଘରେ ପହଞ୍ଚିଥିଲେ ଏବଂ ରଣଭୀର ସିଂ ତାଙ୍କ ପତ୍ନୀଙ୍କୁ ନେବାକୁ ଆସିଥିଲେ। ଏଠାରେ ରଣଭୀର ଏବଂ ଦୀପିକା କାରରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥିଲେ, ପରେ ପ୍ରଶଂସକମାନେ ସେମାନଙ୍କୁ ଲଭବଲ୍ ଦମ୍ପତିଙ୍କ ଟ୍ୟାଗ୍ ଦେଇଥିଲେ। ରଣଭୀର ସିଂ ଧଳା ଟି-ସାର୍ଟ ଏବଂ କ୍ୟାପ୍ ପିନ୍ଧିଥିଲେ। ଏହା ସହିତ ରଣଭୀର ମଧ୍ୟ ଏକ ମାସ୍କ ପିନ୍ଧିଥିଲେ। ଯେତେବେଳେ କି, ଦୀପିକାଙ୍କୁ ଗାଢ ରଙ୍ଗର ସେଡ୍‌ ପୋଷାକ ଏବଂ ନୋ-ମେକଅପ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା ​​। କପଲଙ୍କ ଭିଡିଓରେ ଫ୍ୟାନ୍ସ କମେଣ୍ଟ କରୁଛନ୍ତି। ଜଣେ ଲେଖିଛନ୍ତି- ଦୀପଭୀରଙ୍କ ପ୍ରେମରେ ନଜର ନଲାଗୁ । ଆଉ କିଛି ୟୁଜର୍ସ ଦୀପିକାଙ୍କ ଲୁକ୍‌କୁ ପସନ୍ଦ କରିଛନ୍ତି।

ଏହା ବି ପଢନ୍ତୁ: RRKPK Day 1 Collection: ମନ ଜିତିଲା ଆଲିଆ-ରଣଭୀରଙ୍କ ଫିଲ୍ମ, ରୋଜଗାର କଲା ଏତେ କୋଟି

ଉଲ୍ଲେଖନୀୟ କି, ବଲିଉଡ ଅଭିନେତା ରଣଭୀର ସିଂ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ପାରିବାରିକ ଡ୍ରାମା ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ' ଗତକାଲି (ଜୁଲାଇ 28) ରିଲିଜ ହୋଇସାରିଛି । ଏହି ଫିଲ୍ମରେ ଅନେକ ଭେଟେରାନ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ନଜର ଆସିଛନ୍ତି । ତେବେ ଫିଲ୍ମର ପ୍ରଥମ ଦିନ ପ୍ରଥମ ଶୋ' ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ନିଜ ରିଭ୍ୟୁ ସେୟାର କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ କରନ ଜୋହର । 7 ବର୍ଷ ପରେ କରନ ନିର୍ଦ୍ଦେଶନାକୁ ଫେରିଛନ୍ତି ।

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ରଣଭୀର ସିଂ ଏକ ଜଟ ପଞ୍ଜାବୀ ପରିବାରର ହୋଇଥିବା ବେଳେ ଆଲିଆ ଜଣେ ବଙ୍ଗୀୟ ଝିଅ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଉଭୟ ପରିବାରର ଭିନ୍ନ ରୀତିନୀତି ହେତୁ ସେମାନଙ୍କର ପ୍ରେମ କାହାଣୀ ଏତେ ସହଜ ହେବ ନାହିଁ । ଉଭୟଙ୍କ କିପରି ନିଜ ଲଭଷ୍ଟୋରୀକୁ ସଫଳ କରୁଛନ୍ତି । ତାହା ଫିଲ୍ମରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.