ETV Bharat / entertainment

ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଫାଇଟ: ମ୍ୟାଚ ଦେଖିବାକୁ ଅହମ୍ମଦାବାଦରେ ପହଞ୍ଚିଲେ ବିବେକ

author img

By ETV Bharat Odisha Team

Published : Nov 19, 2023, 9:52 AM IST

ଟ୍ରଫି ପାଇଁ ଲଢିବେ ବିଶ୍ବକପ୍‌ ୨୦୨୩ ଟୁର୍ଣ୍ଣାମେଣ୍ଟ୍‌ର ସବୁଠାରୁ ଶକ୍ତିଶାଳୀ ଦୁଇ ଦଳ ଭାରତ ଓ ଅଷ୍ଟ୍ରେଲିଆ । ମ୍ୟାଚ୍‌ ଦେଖିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଲେ ଲୋକପ୍ରିୟ ଅଭିନେତା ବିବେକ ଓବରୟ । ଅଧିକ ପଢ଼ନ୍ତୁ

ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଫାଇଟ
ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଫାଇଟ

ଗାନ୍ଧୀନଗର: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ବିଶ୍ବକପ୍‌ ମହାସମର ପାଇଁ କାଉଣ୍ଟ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି । ଟ୍ରଫି ପାଇଁ ଲଢ଼ିବେ ବିଶ୍ବକପ୍‌ ୨୦୨୩ ଟୁର୍ଣ୍ଣାମେଣ୍ଟ୍‌ର ସବୁଠାରୁ ଶକ୍ତିଶାଳୀ ଦୁଇ ଦଳ ଭାରତ ଓ ଅଷ୍ଟ୍ରେଲିଆ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଏହି ଦୁଇ ଦଳ । ତେବେ ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ବିଶ୍ବକପ ଫାଇନାଲ ମୁକାବିଲା ଦେଖିବା ପାଇଁ ଫ୍ୟାନ୍ସଙ୍କ ସହିତ ମନୋରଞ୍ଜନ ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି କ୍ରମରେ ବଲିଉଡର ଲୋକପ୍ରିୟ ଅଭିନେତା ବିବେକ ଓବେରୟ ତାଙ୍କ ପୁଅ ବିବାନଙ୍କ ସହିତ ଆଇସିସି ବିଶ୍ବ କପ ଫାଇନାଲ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ମ୍ୟାଚକୁ ନେଇ ବିବେକ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏନେଇ ଅଭିନେତା କହିଛନ୍ତି, "ମୋ ପାଖରେ କେବଳ ଦୁଇଟି ଶବ୍ଦ ଅଛି, ଭାରତ, ଭାରତ ଆଉ ଆମେ ଜିତିବା । ଏଥିପାଇଁ ବିବାନ ଆଉ ମୁଁ ବହୁତ ଖୁସି ଅଛୁ ।"

ଏହା ସହିତ ବିବେକ ଓବରୟ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଷ୍ଟୋରୀରେ ଭିଡିଓ ସେୟାର କରି ଏହାର ଏକ ଝଲକ ଦେଖାଇଛନ୍ତି । ସେ କହିଛନ୍ତି ଯେ, 'ଭାରତ ଜିତିବ' । ବିବେକଙ୍କ ସହ କ୍ରିକେଟ୍ ଷ୍ଟାଡିୟମରେ ଅନେକ ମନୋରଞ୍ଜନ ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ବମାନଙ୍କୁ ଦେଖିବାକୁ ମିଳିବ । ଯାହାର ସୂଚନା ଦେଇ ବିସିସିଆଇ ଲୋକପ୍ରିୟ ବ୍ୟକ୍ତିତ୍ବମାନଙ୍କ ସୂଚୀ ଗତକାଲି (ଶନିବାର) ଘୋଷଣା କରିଛନ୍ତି । ଯେଉଁମାନେ ବିଶ୍ବକପ୍‌ ଫାଇନାଲ ପୂର୍ବରୁ ପ୍ରଦର୍ଶନ କରିବେ । ବିସିସିଆଇ ଅଫିସିଆଲ୍ ଆକାଉଣ୍ଟ Xରେ ପୋଷ୍ଟ କରି ଲେଖିଛନ୍ତି ଯେ, ଏହାଠାରୁ ବଡ଼ କିଛି ହୋଇପାରିବ ନାହିଁ । କ୍ରିକେଟ୍ ବିଶ୍ୱକପ୍ 2023 ଫାଇନାଲ୍ ଚମତ୍କାର ପ୍ରଦର୍ଶନରେ ପରିପୂର୍ଣ୍ଣ ।

ଏହା ମଧ୍ୟ ପଢ଼ନ୍ତୁ- ଭାରତ ବିଶ୍ବକପ୍ ଜିତିଲେ ଉଲଗ୍ନ ହେବି କହିଲେ ଅଭିନେତ୍ରୀ; ଟ୍ରୋଲ କଲେ ଫ୍ୟାନ୍ସ

କ୍ରିକେଟ ବୋର୍ଡର ଅଧିକାରୀଙ୍କ ଘୋଷଣା ଅନୁସାରେ, ଭାରତୀୟ ବାୟୁସେନା ଆରମ୍ଭ ପୂର୍ବରୁ ଏୟାର ଶୋ' ପ୍ରଦର୍ଶନ କରିବ । ଇନିଂସ ବିରତି ସମୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସମସ୍ତ ଦର୍ଶକ ପ୍ରୀତମ ଏବଂ ଗାୟକ ଜୋନିତା ଗାନ୍ଧୀ, ନକାଶ ଅଜିଜ୍‌, ଅମିତ ମିଶ୍ର, ଆକାଶ ସିଂ ଏବଂ ତୁଷାର ଯୋଶୀଙ୍କ ଲାଇଭ୍ ପ୍ରଦର୍ଶନକୁ ଉପଭୋଗ କରିବେ । ଏହା ସହିତ ଏକ ସ୍ୱତନ୍ତ୍ର ଲେଜର ଏବଂ ଲାଇଟ୍ ଶୋ' ହେବ । ଯାହା ଦ୍ୱିତୀୟ ଇନିଂସରେ ଡ୍ରିଙ୍କ୍‌ସ ବ୍ରେକ୍‌ ସମୟରେ କରାଯିବ । ଏଥିସହ ଅମିତାଭ ବଚ୍ଚନ, ରଜନୀକାନ୍ତଙ୍କ ସହ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିବେ ବୋଲି ସୂଚନା ମିଳିଛି । ସେହିପରି ବିଶ୍ୱକପ କ୍ଲୋଜିଂ ସମାରୋହରେ ବିଦେଶୀ ଗାୟକ ମଧ୍ୟ ପ୍ରଦର୍ଶନ କରିବା ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.