ହାଇଦ୍ରାବାଦ: ପ୍ରସିଦ୍ଧ ଚଳଚ୍ଚିତ୍ର 'ଦ କାଶ୍ମୀର ଫାଇଲ୍ସ' ରିଲିଜ୍ ହେବାର ଦେଢ ମାସ ବିତିଗଲାଣି, ବର୍ତ୍ତମାନ ବି ଏହା ଚର୍ଚ୍ଚାରେ ଅଛି । କମ୍ ବଜେଟରେ ନିର୍ମିତ ଏହି ଫିଲ୍ମ ମାର୍ଚ୍ଚ 11ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି 250 କୋଟି ଟଙ୍କା ରୋଜଗାର କରିଥିଲା । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରିଙ୍କ ଏହି ଫିଲ୍ମ ଯେତିକି ହିଟ୍ ହୋଇଛି, ସେତିକି ବିବାଦ ମଧ୍ୟରେ ବି ଘେରି ରହିଛି। ବର୍ତ୍ତମାନ ଫିଲ୍ମ ଚର୍ଚ୍ଚାକୁ ଆସିବାର କାରଣ ହେଉଛି, ଉଇକିପିଡ଼ିଆରେ ଫିଲ୍ମର ସବିଶେଷ ବିବରଣୀ ।
-
Dear @Wikipedia,
— Vivek Ranjan Agnihotri (@vivekagnihotri) May 1, 2022 " class="align-text-top noRightClick twitterSection" data="
You forgot to add ‘Islamophobia… propaganda… sanghi… bigot… etc’.
You are failing your Secular credentials. Hurry, edit more. pic.twitter.com/c0KyfCc1Co
">Dear @Wikipedia,
— Vivek Ranjan Agnihotri (@vivekagnihotri) May 1, 2022
You forgot to add ‘Islamophobia… propaganda… sanghi… bigot… etc’.
You are failing your Secular credentials. Hurry, edit more. pic.twitter.com/c0KyfCc1CoDear @Wikipedia,
— Vivek Ranjan Agnihotri (@vivekagnihotri) May 1, 2022
You forgot to add ‘Islamophobia… propaganda… sanghi… bigot… etc’.
You are failing your Secular credentials. Hurry, edit more. pic.twitter.com/c0KyfCc1Co
ଉଇକିପିଡ଼ିଆ ପେଜରେ ଏହି ଚଳଚ୍ଚିତ୍ରକୁ 'କାଳ୍ପନିକ', 'ମିଥ୍ୟା' ଏବଂ 'ଷଡଯନ୍ତ୍ର' ସମ୍ବନ୍ଧୀୟ ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରିଛି। ବର୍ତ୍ତମାନ ଉଇକିପିଡ଼ିଆରେ ଚଳଚ୍ଚିତ୍ରର ଏହି ବର୍ଣ୍ଣନା ଦେଖି ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଏକ ଟୁଇଟ୍ ମାଧ୍ୟମରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ସେ ଟ୍ୱିଟ୍ କରି ଉଇକିପିଡ଼ିଆକୁ ତାଗିଦ କରିଛନ୍ତି ଏବଂ ଏହାକୁ ଶୀଘ୍ର ଏଡିଟ୍ କରିବାକୁ କହିଛନ୍ତି।
ଉଇକିପିଡ଼ିଆରେ ଲେଖାଯାଇଛି – ‘୨୦୨୨ ମସିହାରେ ହୋଇଥିବା ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଏକ ଭାରତୀୟ ହିନ୍ଦୀ ଭାଷା ଡ୍ରାମା ଫିଲ୍ମ। ଯାହାକୁ ବିବେକ ଅଗ୍ନିହୋତ୍ରୀ ଲେଖିଛନ୍ତି ଏବଂ ନିର୍ଦ୍ଦେଶିନା ଦେଇଛନ୍ତି। ଫିଲ୍ମରେ କାଶ୍ମୀରର ବିବାଦୀୟ ଅଞ୍ଚଳରୁ କାଶ୍ମୀରୀ ହିନ୍ଦୁମାନଙ୍କୁ ବିସ୍ଥାପନର କାଳ୍ପନିକ କାହାଣୀ ଦର୍ଶାଯାଇଛି। ୧୯୯୦ ମସିହାରେ ବିସ୍ଥାପନ ଏକ ଜନଶୁଣାଣି ବୋଲି ଦର୍ଶାଯାଇଛି, ଯାହା ପ୍ରାୟତଃ ମିଥ୍ୟା ଏବଂ ଷଡଯନ୍ତ୍ରର କାହାଣୀ ଉପରେ ଆଧାରିତ।
ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’ର ଏଭଳି ବିବରଣୀ ଦେଇଥିବାରୁ ବିବେକ ଉଇକିପିଡ଼ିଆକୁ ନିନ୍ଦା କରିଛନ୍ତି। ଟୁଇଟରରେ 'କାଶ୍ମୀର ଫାଇଲ' ବିଷୟରେ ଉଇକିପିଡ଼ିଆ ଦେଇଥିବା ବର୍ଣ୍ଣନାର ଏକ ସ୍କ୍ରିନସଟ ସେୟାର କରି ବିବେକ ଲେଖିଛନ୍ତି, 'ପ୍ରିୟ ଉଇକିପିଡ଼ିଆ, ଆପଣ ଏଥିରେ ଇସଲାମୋଫୋବିୟା, ପ୍ରୋପୋଗେଣ୍ଡା, ଷଡଯନ୍ତ୍ର ଭଳି ଶବ୍ଦ ଯୋଡିବାକୁ ଭୁଲି ଯାଇଛନ୍ତି। ଆପଣ ନିଜର ଧର୍ମନିରପେକ୍ଷ ପରିଚୟ ହରାଉଛନ୍ତି। ଏହାକୁ ଶୀଘ୍ର ଏଡିଟ୍ କରନ୍ତୁ।’ ଟୁଇଟରରେ ଉଇକିପିଡ଼ିଆକୁ ଟ୍ୟାଗ୍ କରି ବିବେକ ଏସବୁ ଲେଖିଛନ୍ତି । ବିବେକଙ୍କ ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଫିଲ୍ମରର କାହାଣୀକୁ ଦେଖିଲେ ଏହା କାଶ୍ମୀରରୁ ବିତାଡିତ ଲକ୍ଷାଧିକ ପଣ୍ଡିତଙ୍କ ଉପରେ ଆଧାରିତ। କିପରି ନିଜ ପରିବାର ଆଉ ସର୍ବସ୍ୱ ହରାଇଥିଲେ ଏମାନେ। ଆତଙ୍କ ଆଉ କ୍ରୁର ରାଜନୀତି କିପରି ପଣ୍ଡିତଙ୍କ ପରିବାରର ସବୁ କିଛି ଗିଳି ଦେଇଥିଲା ତାହାର ନିଚ୍ଛକ ଚିତ୍ର ଏହି ସିନେମାରେ ଦେଖିବାକୁ ମିଳିଛି। ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ ଏବଂ ପଲ୍ଲଭି ଯୋଶୀଙ୍କ ଭଳି କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ