ETV Bharat / entertainment

Leo Success Meet: ଲିଓର ସଫଳତା ପରେ ଟିମ୍‌ର ସେଲିବ୍ରେସନ, ଯୋଗ ଦେଲେ ୭୦୦୦ ଫ୍ୟାନ୍ସ

author img

By ETV Bharat Odisha Team

Published : Nov 5, 2023, 10:11 AM IST

ସାଉଥ୍‌ ସୁପରଷ୍ଟାର ବିଜୟ ଥାଲାପତିଙ୍କ ଫିଲ୍ମ 'ଲିଓ' ବକ୍ସ ଅଫିସରେ ବ୍ଲକବଷ୍ଟର୍‌ ପ୍ରମାଣିତ ହୋଇଛି । ଯେଉଁଥି ପାଇଁ ଲିଓର ନିର୍ମାତାମାନେ ଫିଲ୍ମର ସଫଳତାକୁ ନେଇ ଏକ ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ କରିଥିଲେ । ଏହି ସମୟରେ ଫିଲ୍ମର ସମସ୍ତ କାଷ୍ଟ ଏବଂ କ୍ରୁ ସାମିଲ ହୋଇଥିଲେ । ଅଧିକ ପଢ଼ନ୍ତୁ

ଲିଓର ସଫଳତାକୁ ନେଇ ଟିମର ସେଲିବ୍ରେସନ, ଯୋଗ ଦେଲେ ୭୦୦୦ ଫ୍ୟାନ୍ସ

ହାଇଦ୍ରାବାଦ: ଲୋକେଶ କନଗରାଜ ଏବଂ ବିଜୟ ଥାଲାପତିଙ୍କ ତାମିଲ ଚଳଚ୍ଚିତ୍ର 'ଲିଓ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଏପରିକି ସମାଲୋଚକ ଏବଂ ପ୍ରଶଂସକଙ୍କଠାରୁ ମଧ୍ୟ ଫିଲ୍ମ ସତ୍କାରାତ୍ମକ ପ୍ରତିକ୍ରିୟା ପାଇଛି । ଆକ୍ସନ୍ ଫିଲ୍ମ 'ଲିଓ' ମାତ୍ର ଦୁଇ ସପ୍ତାହ ମଧ୍ୟରେ ବକ୍ସ ଅଫିସରେ 540 କୋଟି ଟଙ୍କା ରୋଜଗାର କରି ସଫଳତା ହାସଲ କରିଛି । ତେହେ ଫିଲ୍ମର ଏହି ସଫଳତାକୁ ନେଇ ନିର୍ମାତାମାନେ ଏକ ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ଫିଲ୍ମର ସମସ୍ତ କ୍ରୁ' ଏବଂ କାଷ୍ଟ୍‌ ଯୋଗ ଦେଇଥିଲେ ।

ନିର୍ମାତାମାନେ ଏହି ସଫଳତା ପାର୍ଟିକୁ ନଭେମ୍ବର 1ରେ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜନ କରିଥିଲେ । ଯେଉଁଥିରେ ପ୍ରାୟ 7000 ଲୋକ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ବିଜୟ ଥାଲାପତିଙ୍କ ପାଇଁ ଫ୍ୟାନ୍ସଙ୍କ ଭିନ୍ନ କ୍ରେଜ୍ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ପାର୍ଟିର କିଛି ଫଟୋ ଅଭିନେତା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏବଂ ସେ କ୍ୟାପସନରେ ଲେଖିଛନ୍ତି, 'ଲିଓ ସଫଳତା ମିଟ୍'।

ଏହି ସଫଳତା ମିଟ୍‌ରେ ଯୋଗ ଦେଇଥିବା ଫିଲ୍ମର ମୁଖ୍ୟ ଅଭିନେତ୍ରୀ ତ୍ରିଶା କହିଛନ୍ତି ଯେ ବିଜୟଙ୍କ ସହ 'ଲିଓ' ତାଙ୍କ ପାଇଁ ଏକ ପ୍ରତ୍ୟାବର୍ତ୍ତନ ଚଳଚ୍ଚିତ୍ର ପରି । ସେ କହିଛନ୍ତି ଯେ ତାଙ୍କ ଏବଂ ବିଜୟଙ୍କ ବନ୍ଧୁତା 20 ବର୍ଷରୁ ଅଧିକ ଏବଂ ସେ 19 ବର୍ଷ ବୟସରେ ପ୍ରଥମ ଥର ପାଇଁ ତାଙ୍କୁ ଭେଟିଥିଲେ । ଏହି ଫିଲ୍ମକୁ ଏତେ ଭଲ ପାଇବା ଦେଇଥିବାରୁ ଅଭିନେତ୍ରୀ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ଥାଲାପତି ବିଜୟ ମଧ୍ୟ ଫ୍ୟାନ୍ସଙ୍କୁ ନିଜ ଷ୍ଟାଇଲରେ ଅଭିବାଦନ ଜଣାଇଛନ୍ତି । ତେବେ ପାର୍ଟିର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହା ମଧ୍ୟ ପଢନ୍ତୁ: ସାଉଥ ସିନେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କଲେ ଥାଲାପତି ବିଜୟଙ୍କ ପୁ୍ଅ, ନିର୍ଦ୍ଦେଶକ ଭାବେ କରିବେ ଡେବ୍ୟୁ

ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ ଫିଲ୍ମ 'ଲିଓ'

ଲିଓ ଫିଲ୍ମଟି ଅକ୍ଟୋବର ୧୯ରେ ସିନେମାହଲରେ ରିଲିଜ ହୋଇଥିଲା । 'ଲିଓ' ଏକ ଆକ୍ସନ୍ ଥ୍ରୀଲର ଏବଂ ଲୋକେଶ ସିନେମାଟିକ୍ ୟୁନିଭର୍ସର ଏକ ଅଂଶ । ଲୋକେଶ କାନଗରାଜଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ବିଜୟ, ତ୍ରିଶା, ଅର୍ଜୁନ, ସଞ୍ଜୟ ଦତ୍ତ, ମନସୁର ଅଲି ଖାନ, ମାଥ୍ୟୁ ଥୋମାସ, ମିସ୍‌କିନ୍‌, ସ୍ୟାଣ୍ଡି, ଗୌତମ ବାସୁଦେବ ମେନନ୍‌, ପ୍ରିୟା ଆନନ୍ଦ, ମଡୋନା ସେବାଷ୍ଟିଆନ, ଅନୁରାଗ କଶ୍ୟପଙ୍କ ସମେତ ଅନ୍ୟାନ୍ୟ କଳାକାର ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ସଙ୍ଗୀତକୁ ଅନିରୁଦ୍ଧ ରବିଚାନ୍ଦ ରଚନା କରିଛନ୍ତି । ଏହି ଚଳଚ୍ଚିତ୍ରଟି ଦୁଇ ସପ୍ତାହ ମଧ୍ୟରେ ବକ୍ସ ଅଫିସ୍‌ରେ 540 କୋଟି ଟଙ୍କା ରୋଜଗାର କରିଛି ଏବଂ ନଭେମ୍ବର 24ରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଏହାର ଡିଜିଟାଲ୍ ପ୍ରିମିୟର୍ ପାଇଁ ପ୍ରସ୍ତୁତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.