ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବିଜୟ ଆଣ୍ଟୋନିଙ୍କ ଝିଅ ମୀରା ଗତ 19 ତାରିଖରେ ଜୀବନ ହାରିଥିଲେ । ପ୍ରଶଂସକମାନେ ଏବେ ବି ତାଙ୍କ ଦେହାନ୍ତ ଖବରକୁ ଗ୍ରହଣ କରିପାରୁ ନାହାନ୍ତି । ମୀରାଙ୍କୁ ମାତ୍ର 16 ବର୍ଷ ହୋଇଥିଲା ଏବଂ ତାଙ୍କର ମାନସିକ ସ୍ବାସ୍ଥ୍ୟ ଭଲ ନଥିଲା । ତାଙ୍କ ମୃତ୍ୟୁରେ ତାଙ୍କ ପୁରା ପରିବାର ଭାଙ୍ଗି ପଡ଼ିଛନ୍ତି । ବର୍ତ୍ତମାନ ତାଙ୍କ ପିତା ତଥା ତାମିଲ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ବ୍ୟକ୍ତିତ୍ୱ ବିଜୟ ଆଣ୍ଟୋନି ତାଙ୍କ ଝିଅର ଦେହାନ୍ତରେ ଏକ ଭାବପ୍ରବଣ ନୋଟ୍ ସେୟାର କରିଛନ୍ତି ।
- — vijayantony (@vijayantony) September 21, 2023 " class="align-text-top noRightClick twitterSection" data="
— vijayantony (@vijayantony) September 21, 2023
">— vijayantony (@vijayantony) September 21, 2023
ବିଜୟ ଆଣ୍ଟୋନି ଟ୍ୱିଟରରେ ତାଙ୍କ ଝିଅକୁ ମନେ ପକାଇଛନ୍ତି ଏବଂ ଏକ ଭାବପ୍ରବଣ ନୋଟ୍ ସେୟାର କରି ଲେଖିଛନ୍ତି - "ମୋ ଝିଅ ମୀରା ବହୁତ ମଧୁର ଏବଂ ନିର୍ଭୀକ ଥିଲା । ଏବେ ସେ ଏମିତି ଏକ ସ୍ଥାନକୁ ଚାଲିଯାଇଛି ଯାହା ଆମ ସ୍ଥାନ ଅପେକ୍ଷା ଅଧିକ ଶାନ୍ତିପୂର୍ଣ୍ଣ, ଯେଉଁଠାରେ ଜାତି-ଧର୍ମ ନାହିଁ, ଟଙ୍କା ପ୍ରତି ଲୋଭ ନାହିଁ, ଇର୍ଷା ନାହିଁ, ଦୁଃଖ-ଯନ୍ତ୍ରଣା ଏବଂ ଦାରିଦ୍ର୍ୟ ନାହିଁ । ସେ ଏବେ ବି ମୋ ସହିତ କଥା ହେଉଛି । ମୁଁ ମଧ୍ୟ ତା’ ସହିତ ମରି ଯାଇଛି । ବର୍ତ୍ତମାନ ମୁଁ ତା’ ସହିତ ଆହୁରି ଅଧିକା ସମୟ ବିତାଇବା ଆରମ୍ଭ କରିଦେଇଛି । ମୁଁ ତା’ ସମ୍ମାନରେ ଯାହା କିଛି ଭଲ କରିବି ସେସବୁର ଆରମ୍ଭ ସେ ହିଁ କରିଥିଲା । ଆପଣ ସମସ୍ତଙ୍କର ପ୍ରିୟ ବିଜୟ ଆଣ୍ଟୋନି ।"
ସୂଚନାଯୋଗ୍ୟ ଯେ, ମୀରାଙ୍କୁ ମାତ୍ର 16 ବର୍ଷ ହୋଇଥିଲା ଏବଂ ସେ ଖୁବ୍ ବୁଦ୍ଧିମତି ଥିଲେ । ତାଙ୍କୁ ତାଙ୍କ ସ୍କୁଲ୍ର କଲ୍ଚରାଲ୍ ସଚିବ କରାଯାଇଥିଲା । ସେ ବଡ ହେବା ପରେ ଡାକ୍ତର ହେବାକୁ ଚାହୁଁଥିଲେ । ମୀରାଙ୍କ ଅନ୍ତିମ ସଂସ୍କାର ଦିନ, ତାଙ୍କର ଅନେକ ସ୍କୁଲ ବନ୍ଧୁ ନଜର ଆସିଥିଲେ । ତାଙ୍କ ଅନ୍ତିମ ସଂସ୍କାରରେ ଉଦିୟାନିଧି ଷ୍ଟାଲିନ ଏବଂ ପ୍ରଭୁ ଦେବାଙ୍କ ସମେତ ବହୁ ପ୍ରସିଦ୍ଧ କଳାକାର ଯୋଗ ଦେଇଥିଲେ।
ଏହା ମଧ୍ୟ ପଢନ୍ତୁ: ଜୀବନ ହାରିଲେ ଅଭିନେତା ବିଜୟ ଆଣ୍ଟୋନିଙ୍କ 16 ବର୍ଷୀୟା ଝିଅ, ଘରୁ ମିଳିଲା ମୃତଦେହ
ସୁସାଇଡ୍ ନୋଟରେ ଲେଖାଥିଲା ଏମିତି
ତଦନ୍ତ ବେଳେ ପୋଲିସ ମୀରାଙ୍କ ସୁସାଇଡ୍ ନୋଟ ମଧ୍ୟ ଉଦ୍ଧାର କରିଛି। ଏହି ସୁସାଇଡ୍ ନୋଟରେ ମୀରା ଲେଖିଛନ୍ତି- "ଲଭ୍ ୟୁ ଅଲ୍, ମିସ୍ ୟୁ ଅଲ୍...।" ତେବେ ପୋଲିସ ଏହି ସୁସାଇଡ୍ ନୋଟକୁ ଗୋପନ ରଖିଛି । ଅଭିନେତା ବିଜୟଙ୍କ ବିଷୟରେ କଥାବାର୍ତ୍ତା କରିବା ତ, ସେ 2006ରେ ଚଳଚ୍ଚିତ୍ର ନିର୍ମାତା ଫାତିମାଙ୍କୁ ବିବାହ କରିଥିଲେ । ଏହି ବିବାହରୁ ଏହି ଦମ୍ପତିଙ୍କର ଦୁଇଟି ଝିଅ ଥିଲେ । ବଡ ଝିଅ ମୀରା ଏହି ଦୁନିଆରେ ଆଉ ନାହାଁନ୍ତି । ତାଙ୍କର ଏକ ସାନ ଝିଅ ଲାରା ମଧ୍ୟ ଅଛନ୍ତି ଯାହାଙ୍କ ବୟସ 7 ବର୍ଷ ।