ETV Bharat / entertainment

'ସାମ୍‌ ବାହାଦୂର' ରିଲିଜ ପୂର୍ବରୁ ଯବାନଙ୍କ ସହ ଖୁକରୀ ଡ୍ୟାନ୍ସ କରିଲେ ବିକି

author img

By ETV Bharat Odisha Team

Published : Nov 20, 2023, 7:46 AM IST

'ସାମ୍‌ ବାହାଦୂର' ରିଲିଜ ହେବା ପୂର୍ବରୁ ଗୋରଖା ରେଜିମେଣ୍ଟର ଯବାନଙ୍କ ସହିତ ଖୁକରୀ ଡ୍ୟାନ୍ସ କରିଲେ ଅଭିନେତା ବିକି କୌଶଲ । ଅଧିକ ପଢନ୍ତୁ

vicky kaushal performed khukri dance
vicky kaushal performed khukri dance

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ତାଙ୍କ ଆଗାମୀ ଫିଲ୍ମ 'ସାମ୍‌ ବାହାଦୂର' ନେଇ ଚର୍ଚ୍ଚାରେ ଅଛନ୍ତି । ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଡିସେମ୍ବର ୧ରେ ରିଲିଜ ହେବ । ଯେଉଁଥିରେ ବଲିଉଡ୍‌ ଅଭିନେତା ବିକି କୌଶଲ, ଅଭିନେତ୍ରୀ ସାନ୍ୟା ମଲହୋତ୍ରା, ଫାତିମା ସାନା ଶେଖ୍‌ ପ୍ରମୁଖ ନଜର ଆସିବେ । ତେବେ 'ସାମ୍‌ ବାହାଦୂର' ରେ ବିକି ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ୍‌ ମାନିକଶାହଙ୍କ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ । ଫିଲ୍ମଟି ରିଲିଜ ହେବା ପୂର୍ବରୁ ବିକି ଗୋରଖା ରେଜିମେଣ୍ଟ୍‌ର ଯବାନଙ୍କ ସହିତ ଖୁକରୀ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହାର ଭିଡିଓ ବିକି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଗୋରଖା ରେଜିମେଣ୍ଟ ସହିତ ଡ୍ୟାନ୍ସ କରିଥିବା ଭିଡିଓ ସେୟାର କରି ବିକି କ୍ୟାପସନରେ ଲେଖିଛନ୍ତି ଯେ, 'ତାଙ୍କ ଖୁକୁରୀ ପିନ୍ଧିବା ଏକ ସୌଭାଗ୍ୟର ବିଷୟ। ସେମାନଙ୍କ ସହିତ ମିଶି ନୃତ୍ୟ କରିବାର ଆନନ୍ଦ । ଆଜି ଗୋରଖାମାନଙ୍କ ସହିତ ଖୁକୁରୀ ନୃତ୍ୟ କରିବା ମୋର ଗର୍ବ ଓ ସୌଭାଗ୍ୟ ! ଜୟ ମହାକାଳୀ... ।' ସାମ୍ ବାହାଦୂର ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

ଏହା ପୂର୍ବରୁ ବିକି କୌଶଲ ଫିଲ୍ମର BTS ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଫିଲ୍ମରେ ଥିବା ତାଙ୍କର ଅଭିନୟକୁ ନେଇ କହିବା ସହ ଫିଲ୍ମରେ ତାଙ୍କର ଯାତ୍ରା ବିଷୟରେ କହିଥିଲେ । ଭିଡିଓ ସେୟାର କରିବାବେଳେ ଅଭିନେତା କ୍ୟାପସନ୍ ଲେଖିଛନ୍ତି, 'ମୁଁ ଏପର୍ଯ୍ୟନ୍ତ ସବୁଠାରୁ କଷ୍ଟଦାୟକ ଭୂମିକା ଗ୍ରହଣ କରିଛି... ଜଣେ ଅଭିନେତା ଭାବରେ ମୋର ସବୁଠାରୁ ପୂର୍ଣ୍ଣ ଯାତ୍ରା ରହିଛି ! ଏହାକୁ ପୂରଣ କରିବା ପାଇଁ ପରଦା ପଛରେ ଯାହା ଘଟିଛି ତାହାର କିଛି ଅଂଶ ମୁଁ ଆପଣଙ୍କ ସହ ସେୟାର କରୁଛି, ସାହସୀ ଦଳ ।

ଏହା ମଧ୍ୟ ପଢନ୍ତୁ- Sam Bahadur: ଟ୍ରେଲର ଲଞ୍ଚ ପାଇଁ ଦିଲ୍ଲୀରେ ପହଞ୍ଚିଲେ ବିକି, ମେଘନା ଏବଂ ସାନିଆ

'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ୍‌ ମାନିକଶାହଙ୍କ ଜୀବନ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ବିକି ସାମ୍‌ ମାନିକଶାହଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିବ । ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଯାହା ରଣବୀର କପୁରଙ୍କ ଆନିମଲ ସହ କଡ଼ା ଟକ୍କର ଦେବ । କାରଣ ଡିସେମ୍ବର ୧ରେ ଆନିମଲ ମଧ୍ୟ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.