ETV Bharat / entertainment

ଭେଟେରାନ କନ୍ନଡ ଅଭିନେତ୍ରୀ ଲୀଲାବତୀଙ୍କ ଦେହାନ୍ତ, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ - ଆରପାରିରେ କନ୍ନଡ ଅଭିନେତ୍ରୀ ଲୀଲାବତୀ

Kannada Actor Leelavathi Passes Away: ଦୁନିଆକୁ ଅଲବିଦା କହିଲେ ଭେଟେରାନ କନ୍ନଡ ଅଭିନେତ୍ରୀ ଲୀଲାବତୀ । ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Kannada Actor Leelavathi
Kannada Actor Leelavathi
author img

By ETV Bharat Odisha Team

Published : Dec 9, 2023, 10:55 AM IST

ହାଇଦ୍ରାବାଦ: କନ୍ନଡ ସିନେ ଜଗତରେ ଦୁଃଖରେ ଛାୟା । ଆଉ ନାହାନ୍ତି ଭେଟେରାନ କନ୍ନଡ ଅଭିନେତ୍ରୀ ଲୀଲାବତୀ । ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଲୀଲାବତୀଙ୍କ ଦେହାନ୍ତରେ କନ୍ନଡ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • ಕನ್ನಡ ಚಿತ್ರರಂಗದ ಹೆಸರಾಂತ ನಟಿ ಲೀಲಾವತಿ ಅವರ ನಿಧನದ ಸುದ್ದಿ ಕೇಳಿ ದುಃಖವಾಯಿತು. ಸಿನಿಮಾದ ನೈಜ ಪ್ರತೀಕವಾದ ಅವರು ಹಲವಾರು ಚಲನಚಿತ್ರಗಳಲ್ಲಿ ತಮ್ಮ ಬಹುಮುಖ ನಟನೆಯೊಂದಿಗೆ ಬೆಳ್ಳಿ ಪರದೆಯನ್ನು ಅಲಂಕರಿಸಿದವರು. ಅವರ ವೈವಿಧ್ಯಮಯ ಪಾತ್ರಗಳು ಮತ್ತು ಅದ್ಭುತ ಪ್ರತಿಭೆಯನ್ನು ಸದಾ ಸ್ಮರಿಸಲಾಗುತ್ತದೆ ಮತ್ತು ಪ್ರಶಂಸಿಸಲಾಗುತ್ತದೆ. ಅವರ ಕುಟುಂಬ…

    — Narendra Modi (@narendramodi) December 8, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ମୃତ୍ୟୁ ବେଳକୁ ଲୀଲାବତୀଙ୍କୁ 87 ବର୍ଷ ହୋଇଥିବା ବେଳେ ସେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଏହି ଦୁଃଖଦ ଖବର ପରେ ମୋଦି ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, "କନ୍ନଡ ସିନେ ଜଗତର କିମ୍ବଦନ୍ତୀ ଅଭିନେତ୍ରୀ ଲୀଲାବତୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ସେ କନ୍ନଡ ସିନେ ଜଗତରେ ଏକ ଆଇକନ ରହିଥିଲେ । ଅନେକ ଚଳଚ୍ଚିତ୍ରର୍ ବହୁମୁଖୀ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଅନେକ ଭୂମିକା ଏବଂ ବହୁମୁଖୀ ପ୍ରତିଭା ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ ଶାନ୍ତି ।"

ଲୀଲାବତୀଙ୍କ ଅଭିନୟ ବିଷୟରେ କହିବାକୁ ଗଲେ ସେ 600ରୁ ଅଧିକ ତାମିଲ ଏବଂ ତେଲୁଗୁ ପ୍ରୋଜେକ୍ଟରେ ଅଭିନୟ କରିଛନ୍ତି । ଅନେକ ଚଳଚ୍ଚିତ୍ର ମଧ୍ୟ ବ୍ଲକବ୍ଲାଷ୍ଟର ହୋଇଛି । ଭକ୍ତ କୁମ୍ବାରା, ସନ୍ଥ ଥୁକାରାମ, ଭକ୍ତ ପ୍ରହଲ୍ଲାଦ, ମାଙ୍ଗଲ୍ୟ ୟୋଗା ଏବଂ ମେକଚିଡା ମଦାଦି ଅନ୍ୟତମ । ଖବରଅନୁସାରେ, ଲୀଲାବତୀଙ୍କ ବାର୍ଦ୍ଧକ୍ୟଜନୀତ ମୃତ୍ୟୁ ହୋଇଛି । ତାଙ୍କର ଦେହାନ୍ତ ପରେ ଅନେକ ପ୍ରଶଂସକ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅନେକ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ଲୀଲାବତୀ ସବୁଠାରୁ ଶ୍ରେଷ୍ଠ ଅଭିନେତ୍ରୀ ଥିଲେ।" " ଲୀଲାବତୀଙ୍କୁ ସ୍କ୍ରିନରେ ନଦେଖି ଆମେ ନିଶ୍ଚିତ ମିସ କରିବୁ ।"

ଏହା ମଧ୍ୟ ପଢନ୍ତୁ: ଦୁନିଆକୁ ଅଲବିଦା କହିଲେ ଜୁନିଅର ମେହମୁଦ, କ୍ୟାନ୍ସରରେ ହାରିଲେ ଜୀବନ

ଅନ୍ୟପଟେ ଲୀଲାବତୀଙ୍କ ଦେହାନ୍ତ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ବିଟ କରି କହିଛନ୍ତି, " ଭେଟେରାନ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ଲୀଲାବତୀଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖିତ। ଗତ ସପ୍ତାହରେ ସେ ଅସୁସ୍ଥ ରହିଥିବା ଶୁଣିବା ପରେ ମୁଁ ତାଙ୍କ ଘରକୁ ଯାଇ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତାଙ୍କ ପୁଅ ବିନୋଦ ରାଜଙ୍କ ସହ କଥା ହୋଇଥିଲି। ମୁଁ ଭାବୁଥିଲି ସେ ସୁସ୍ଥ ହୋଇଯିବେ ଏବଂ ପୁଣିଥରେ ସ୍କ୍ରିନରେ ଦର୍ଶକଙ୍କୁ ମନୋରଞ୍ଜନ କରିବେ । କିନ୍ତୁ ମୋର ଭାବନା ଭୁଲ ରହିଥିଲା। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ ମୁଁ କେବଳ ଏତିକି ପ୍ରାର୍ଥନା କରୁଛି । ଏହାସହ ତାଙ୍କ ପରିବାରକୁ ଏହି ଦୁଃଖଦ ପରିସ୍ଥିତିର ସାମ୍ନା କରିବା ପାଇଁ ଭଗବାନ ସାହାସ, ଶକ୍ତି ଦିଅନ୍ତୁ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.