ETV Bharat / entertainment

Seema Deo Death: ଆରପାରିରେ ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ - ସୀମା ଦେଓ ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ଅନେକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ସୀମା ଦେବ ଏହି ଦୁନିଆରେ ଆଉ ନାହାଁନ୍ତି । 80 ବର୍ଷ ବୟସରେ ସୀମା ଦେଓଙ୍କର ଦେହାନ୍ତ ହୋଇଛି । ସୀମା ଦେବ 'ଆନନ୍ଦ', 'ଡ୍ରିମ୍ ଗର୍ଲ' ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅଧିକ ପଢନ୍ତୁ

ଅଭିନେତ୍ରୀ ସୀମା ଦେଓ
ଅଭିନେତ୍ରୀ ସୀମା ଦେଓ
author img

By ETV Bharat Odisha Team

Published : Aug 24, 2023, 12:09 PM IST

ହାଇଦ୍ରାବାଦ: ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେବଙ୍କ ପରଲୋକ । ଆଜି (24 ଅଗଷ୍ଟ) ସକାଳେ ସୀମା ଦେବ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 81 ବର୍ଷ ବୟସ ହୋଇଥିଲା । ସୀମା ଦେବ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ବୋଲି କୁହାଯାଉଛି । ତାଙ୍କୁ ଅଲଜାଇମର (ଭୁଲିଯିବାର ରୋଗ) ରୋଗ ମଧ୍ୟ ହୋଇଥିଲା । ସେ ପୁଅ ଅଭିନାଙ୍କ ସହ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ରହୁଥିଲେ । ସୀମା ଦେବଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ 4.30 ସମୟରେ ଶିବାଜୀ ପାର୍କ ଶ୍ମଶାନ ଘାଟରେ କରାଯିବ । ଏହି ଖବରକୁ ଅଭିନେତ୍ରୀଙ୍କ ପୁଅ ତଥା ଚଳଚ୍ଚିତ୍ର ନିର୍ମାତା ଅଭିନୟ ଦେଓ ନିଶ୍ଚିତ କରିଛନ୍ତି ।

ସୀମା ଦେଓ ଅଭିନେତା ରମେଶ ଦେବଙ୍କୁ ବିବାହ କରିଥିଲେ । ରମେଶ ଦେବ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ମଧ୍ୟ କାମ କରିଥିଲେ । 2 ଫେବୃଆରୀ 2022ରେ ହୃଦଘାତରେ ରମେଶ ଦେବଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ 93 ବର୍ଷ ବୟସ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଅମିତାଭଙ୍କ ସହ କରିଛନ୍ତି ଅଭିନୟ

'ଆନନ୍ଦ'ରେ ରମେଶ ଦେବ ଅମିତାଭ ବଚ୍ଚନଙ୍କ ବନ୍ଧୁ ଡକ୍ଟର ପ୍ରକାଶ କୁଲକର୍ଣ୍ଣି ଭୂମିକାରେ ଅଭିନୟ କରିଥିଲେ । ସେହି ଫିଲ୍ମରେ ସୀମା ଦେବ ତାଙ୍କ ପତ୍ନୀ ଭୂମିକାରେ ଥିଲେ । ଅମିତାଭ ବଚ୍ଚନ ତାଙ୍କୁ ଫିଲ୍ମରେ ଭାଉଜ ସମ୍ବୋଧନ କରୁଥିଲେ ।

80ରୁ ଅଧିକ ଚଳଚ୍ଚିତ୍ରରେ କରିଛନ୍ତି କାମ

ସୀମା ଦେବ ତାଙ୍କ କ୍ୟାରିୟରରେ 80 ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଭାଷା ଚଳଚ୍ଚିତ୍ରରେ କାମ କରିଥିଲେ। ସେ 1960 ମସିହାରେ ଫିଲ୍ମ 'ମିଆଁ ବିବି ରଜା' ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ 'ଭାବୀ କି ଚୁଡିୟାଁ', 'ଦସ୍ ଲାକ୍ଷ୍', 'କୋଶିଶ୍', 'କୋରା କାଗଜ୍', 'ସୁନହରା ସଂସାର' ଏବଂ 'ସଂସାର' ଏବଂ 'ସରସ୍ୱତୀଚନ୍ଦ୍ର' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କୁ ଶେଷ ଥର ପାଇଁ 2021 ମରାଠୀ ଚଳଚ୍ଚିତ୍ର 'ଜୀବନ ସାନ୍ଧ୍ୟା'ରେ ଦେଖିବାକୁ ମିଳିଥିଲା।

ଏହା ମଧ୍ୟ ପଢନ୍ତୁ: Political Career: ସନ୍ନି ଦେଓଲ ଏବଂ ବାପା ଧର୍ମେନ୍ଦ୍ର ଚଳଚ୍ଚିତ୍ରରେ ହିଟ୍, ରାଜନୀତିରେ ହୋଇପାରିଲେନି ଫିଟ୍

ନିର୍ଦ୍ଦେଶକ ଅଭିନୟ ଦେବଙ୍କ ମାଆ ଥିଲେ ସୀମା ଦେବ

ସୀମା ଦେବ ଏବଂ ରମେଶ ଦେବଙ୍କର ଦୁଇଟି ପୁଅ ଅଛନ୍ତି - ଅଜିକ୍ୟ ଦେବ ଏବଂ ଅଭିନୟ ଦେବ । ଅଭିନୟ ଜଣେ ନିର୍ଦ୍ଦେଶକ ଏବଂ 'ଦେଲ୍ହୀ ବେଲି' ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ପୁଅ ଅଜିଙ୍କ୍ୟ ମରାଠୀ ସିନେମାର ଜଣେ ଜଣାଶୁଣା ଅଭିନେତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.