ETV Bharat / entertainment

ଅଭିନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣନାମ ରାଜୁଙ୍କ ପରଲୋକ - କ୍ରିଷ୍ଣନାମ ରାଜୁଙ୍କ ପରଲୋକ

ତେଲୁଗୁ ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କ୍ରିଷ୍ଣନାମ ରାଜୁଙ୍କ ପରଲୋକ ହୋଇଛି । ହାଇଦ୍ରାବାଦ ଏଆଇଜି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କ୍ରିଷ୍ଣନାମ । ଅଧିକ ପଢ

ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣନାମ ରାଜୁଙ୍କ ପରଲୋକ

author img

By

Published : Sep 11, 2022, 10:35 AM IST

ହାଇଦ୍ରାବାଦ: ତେଲୁଗୁ ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କ୍ରିଷ୍ଣନାମ ରାଜୁଙ୍କ ଦେହାନ୍ତ ହୋଇଛି (Veteran actor and former union minister Krishnam Raju passes away) । ହାଇଦ୍ରାବାଦ ଏଆଇଜି ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ବୟସ ହୋଇଥିଲା । କ୍ରିଷ୍ଣନାମ ରାଜୁ ବାହୁବଳୀ ଅଭିନେତା ପ୍ରଭାସଙ୍କ ଦାଦା । କୋଭିଡ ପରବର୍ତ୍ତୀ ଅସୁସ୍ଥତା ନେଇ ଚିକିତ୍ସାଧୀନ ଥିଲେ କ୍ରିଷ୍ଣନାମ ରାଜୁ । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଅଗଷ୍ଟ 5ରୁ ସେ ହାଇଦ୍ରାବାଦ ଏଆଇଜି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

କ୍ରିଷ୍ଣନାମ ରାଜୁ ଦୁଇ ଥର ଲୋକସଭା ସଦସ୍ୟ ରହିଛନ୍ତି । ଅଟଳ ବିହାରୀ ବାଜପେୟଙ୍କ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଥିଲେ । ରେବେଲ ଷ୍ଟାର ଭାବେ ଜଣାଶୁଣା କ୍ରିଷ୍ଣନାମ ରାଜୁ । 180ରୁ ଅଧିକ ତେଲୁଗୁ ଚଳଚ୍ଚିତ୍ରରେ ସେ ଛାପ ଛାଡିଛନ୍ତି । 1966ରେ ତେଲୁଗୁ ଚଳଚ୍ଚିତ୍ର 'ଚିଲାକା ଗୋରିଙ୍କା'ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଦମଦାର ଅଭିନୟ ପାଇଁ ଅନେକ ପୁରସ୍କାର ସାଉଁଟିଛନ୍ତି କ୍ରିଷ୍ଣନାମ ରାଜୁ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । କେସିଆର କହିଛନ୍ତି, '' 50 ବର୍ଷ କ୍ୟାରିଅରରେ ଅନେକ ଚଳଚ୍ଚିତ୍ରରେ ହିରୋ ଭାବରେ ଅଭିନୟ କରିଛନ୍ତି କ୍ରିଷ୍ଣନାମ । ତାଙ୍କର ଅନନ୍ୟ ଅଭିନୟ ଶୈଳୀରେ ସମସ୍ତ ହୃଦୟ ଜିତିଥିବା କ୍ରିଷ୍ଣନାମ ରାଜୁଙ୍କ ବିୟୋଗ ତେଲୁଗୁ ରୁପେଲି ପରଦା ପାଇଁ ଅପୂରଣୀୟ କ୍ଷତି ।''

ଏହା ବି ପଢନ୍ତୁ...Queen Elizabeth Death: ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଦିବସ

ସେ ଆହୁରି କହିଛନ୍ତି, ''କ୍ରିଷ୍ଣନାମ ଲୋକସଭା ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ଓ ରାଜନୈତିକ ପ୍ରଶାସକ ଭାବେ ଦେଶବାସୀଙ୍କ ସେବା କରିଛନ୍ତି । ସେହିପରି ତେଲେଙ୍ଗାନା ବିଜେପି ମୁଖ୍ୟ ସଞ୍ଜୟ ବନ୍ଦି କ୍ରିଷ୍ଣନାମ ରାଜୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । କ୍ରିଷ୍ଣନାମ ରାଜୁଙ୍କ ଦେହାନ୍ତ ଖବର ଦୁଃଖ ଦାୟକ । ଏହା ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି, ବିଜେପି ଓ ଲୋକଙ୍କ ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତି ତେଲେଙ୍ଗାନା ବିଜେପି ମୁଖ୍ୟ ସଞ୍ଜୟ ବନ୍ଦି ।

କୋଭିଡ ପରବର୍ତ୍ତୀ ଜଟିଳତା ପାଇଁ ଅସୁସ୍ଥ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିମୋନିଆର ଶିକାର ହେବା ଫଳରେ ଗୁରୁତର ହୋଇ ପଡିଥିଲେ । ଶରୀରର ବିଭିନ୍ନ ଅଙ୍ଗ ଅଚଳ ହୋଇଥିଲା । ଆଜି ଭୋର 3ଟା 16ରେ ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.