ETV Bharat / entertainment

ୱାଘା ବର୍ଡରରେ ରିଲିଜ ହେଲା 'ବନ୍ଦେ ମାତରମ୍'

author img

By ETV Bharat Odisha Team

Published : Jan 18, 2024, 11:00 AM IST

Operation Valentine's First Track: ବରୁଣ ତେଜ ଏବଂ ମାନୁଷୀ ଚିଲ୍ଲାରଙ୍କ ଷ୍ଟାରର 'ଅପରେସନ ଭାଲେଣ୍ଟାଇନ୍' ର ପ୍ରଥମ ଟ୍ରାକ ରିଲିଜ ହୋଇଯାଇଛି । ଏହାକୁ ଗତକାଲି ଓ୍ବାଘା ବର୍ଡରରେ ଲଞ୍ଚ କରାଗଲା । ଅଧିକ ପଢନ୍ତୁ

Operation Valentine's First Track
ୱାଘା ବର୍ଡରରେ ରିଲିଜ ହେଲା ବନ୍ଦେ ମାତରମ୍

ମୁମ୍ବାଇ: ୱାଘା ବର୍ଡରରେ ରିଲିଜ ହେଲା 'ଅପରେସନ ଭାଲେଣ୍ଟାଇନ୍'ର ପ୍ରଥମ ଗୀତ ବନ୍ଦେ ମାତରମ୍ । ଏହି ଗୀତ ଗତକାଲି(ବୁଧବାର) ଅଭିନେତା ବରୁଣ ତେଜ ଏବଂ ମାନୁଷୀ ଚିଲ୍ଲାରଙ୍କ ଉପସ୍ଥିତିରେ ଲଞ୍ଚ କରାଯାଇଛି । ତେବେ ବନ୍ଦେ ମାତରମରେ ଦେଶପ୍ରେମର ଝଲକ ଦେଖିବାକୁ ମିଳିଛି । ଗୀତର ଲିରିକ୍ସ ସେହି ସମସ୍ତ ସୈନିକଙ୍କୁ ଉଦବୋଧନ କରିଛି ଯେଉଁମାନେ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଉଛନ୍ତି ।

ସୋସିଆଲ ମିଡିଆରେ ତେଲୁଗୁ ଓ ହିନ୍ଦୀ ଭାଷାରେ ଗୀତକୁ ସେୟାର କରି ବରୁଣ ଲେଖିଛନ୍ତି, ''ଏହି ଗୀତ ଆପଣଙ୍କୁ ଗର୍ବିତ କରିବ'' । ଗୀତର ଭିଡିଓରେ ଅଭିନେତା ବରୁଣ ତେଜ ଏବଂ ଅଭିନେତ୍ରୀ ମାନୁଷୀ ଚିଲ୍ଲାରଙ୍କୁ ଆଇଏଏଫ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିଛି । ସେହିପରି ମାନୁଷୀ ଏହି ଗୀତକୁ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ଏହି ଗୀତକୁ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ''ଯେଉଁମାନେ ଦେଶକୁ ସୁରକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ ସ୍ୱାଧୀନତାର ଏହି ଗୀତ''। ଏହି ଗୀତକୁ ମିକି ଜେ ମେୟର ମ୍ୟୁଜିକ ଦେଇଛନ୍ତି ଏବଂ ସଂଗୀତକାର ସୁଖବିନ୍ଦର ସିଂ ହିନ୍ଦୀ ସଂସ୍କରଣ ରଚନା କରିଛନ୍ତି । ଏହି ଗୀତକୁ ମିକି ଜେ ମେୟର ମ୍ୟୁଜିକ ଦେଇଛନ୍ତି ଏବଂ ସଂଗୀତକାର ସୁଖବିନ୍ଦର ସିଂ ହିନ୍ଦୀ ସଂସ୍କରଣ ରଚନା କରିଛନ୍ତି । ସେହିପରି ଗୀତର ତେଲୁଗୁ ସଂସ୍କରଣ ଅନୁରାଗ କୁଲକର୍ଣ୍ଣି ଗାଇଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଶକ୍ତି ପ୍ରତାପ ସିଂ ଗଡା ଦେଇଛନ୍ତି ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ-ୱାଘା ବର୍ଡରେ ଲଞ୍ଚ ହେବ 'ଅପରେସନ୍ ଭାଲେଣ୍ଟାଇନ'ର ଗୀତ 'ବନ୍ଦେ ମାତରମ୍'

ଅପରେସନ୍ ଭାଲେଣ୍ଟାଇନ୍ ବରୁଣଙ୍କ ହିନ୍ଦୀ ଏବଂ ତେଲୁଗୁରେ ମାନୁଷୀଙ୍କ ପ୍ରଥମ ଫିଲ୍ମ ହେବ । ଦେଶଭକ୍ତିରେ ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ରର କାହାଣୀ ବାୟୁସେନା ହିରୋଜଙ୍କ ଅଦମ୍ୟ ସାହସ ଏବଂ ଦେଶପ୍ରେମକୁ ଏହି ଫିଲ୍ମରେ ପ୍ରକାଶ କରାଯାଇଛି । ଦେଶଭକ୍ତି ପାଇଁ ସେନାମାନଙ୍କୁ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ଏହି ଚଳଚ୍ଚିତ୍ରରେ ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି । ଚଳଚ୍ଚିତ୍ରର କାହାଣୀ ପ୍ରକୃତ ଘଟଣା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ବରୁଣ ତେଜଙ୍କ ଭୂମିକାର ନାମ ଅର୍ଜୁନ ଦେବ ଯିଏ ଜଣେ ପାଇଲଟ ଏବଂ ମାନୁଷୀ ଚିଲ୍ଲାର ରାଡାର ଅଧିକାରୀ ଭୂମିକାରେ ନଜର ଆସିବେ । ଭାରତୀୟ ବାୟୁସେନାର ପୃଷ୍ଠଭୂମି ଉପରେ ଆଧାରିତ ଏହି ଆକ୍ସନ୍-ଥ୍ରୀଲର ଫିଲ୍ମ ଫେବୃଆରୀ 16 ତାରିଖରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.