ହାଇଦ୍ରାବାଦ: ବଡ ପରଦାରେ ପ୍ରଥମ ଥର ପାଇଁ ଏକାଠିି ନଜର ଆସିବେ ବରୁଣ ଧୱନ ଏବଂ ଜାହ୍ନବୀ କପୁର । ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ନିର୍ମାତା ଆଜି ଫିଲ୍ମର ଟିଜର ରିଲିଜ କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ଟିଜର ରିଲିଜ କରିବା ସହ କେଉଁ ଦିନ ଫିଲ୍ମ ରିଲିଜ ହେବ ସୂଚନା ଦେଇଛନ୍ତି । ଫିଲ୍ମଟି ଓଟିଟିରେ ଜୁଲାଇ 21ରେ ଷ୍ଟ୍ରିମିଂ ହେବ ।
ଟ୍ବିଟରରେ ପ୍ରାଇମ ଭିଡିଓ ଏହି ପିଲ୍ମର ଟିଜର ରିଲିଜ କରିଛି । ଫିଲ୍ମର ଟିଜର ସେୟାର କରି ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହି ଫିଲ୍ମ 21 ଜୁଲାଇରେ ପ୍ରାଇମରେ ରିଲିଜ କରିବ । ସେୟାର ହୋଇଥିବା ଟିଜର ସେୟାର କରି ଲେଖା ହୋଇଛି, "ପ୍ରେମ କେବେ ସହଜ ନୁହେଁ । କିଛି ବୱାଲ ପାଇଁ ପ୍ରସ୍ତୁତ ହୁଅ !" ସାଜିଦ ନାଦିଆଡୱାଲା ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବାବେଳେ ନୀତେଶ ତିୱାରୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।
- " class="align-text-top noRightClick twitterSection" data="">
ରିପୋର୍ଟ ଅନୁଯାୟୀ, ନୀତେଶ ତିୱାରୀ ଏହି ଚଳଚ୍ଚିତ୍ର ନେଇ ପ୍ରତିକ୍ରିୟାରେ କହିଛନ୍ତି- "ଏହି ଚଳଚ୍ଚିତ୍ରର ସୁଟିଂ ଭାରତର ତିନୋଟି ସ୍ଥାନରେ ଏବଂ ୟୁରୋପର ପାଞ୍ଚଟି ଦେଶରେ କରାଯାଇଛି । ଏହାର କାହାଣୀ ଅତ୍ୟନ୍ତ ଆକର୍ଷଣୀୟ ଏବଂ ଦମଦାର ରହିଛି । ଏହି ଚଳଚ୍ଚିତ୍ରରେ ବରୁଣ ଏବଂ ଜାହ୍ନବୀଙ୍କ ରୋମାଣ୍ଟିକ ଲଭଷ୍ଟୋରୀ ଦେଖିବାକୁ ମିଳିବ। ଫିଲ୍ମ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମ୍ ହୋଇ ଏହା ଦେଶ ତଥା ବିଦେଶର ଦର୍ଶକଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବ ।"
ଏହା ମଧ୍ୟ ପଢନ୍ତୁ: ଏଫେଲ ଟାୱାରରେ ବରୁଣ-ଜାହ୍ନବୀଙ୍କ ଧମାକା, ପ୍ରଥମ ଭାରତୀୟ ଫିଲ୍ମ ଭାବେ ହେବ ପ୍ରିମିୟର
ସୂଚନା ଅନୁସାରେ, ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ 'ବୱାଲ' ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ଆଧାରିତ । ପ୍ରେମ କାହାଣୀ ଚଳଚ୍ଚିତ୍ର 'ବୱାଲ' ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ପୃଷ୍ଠଭୂମି ଦେଖାଇବ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଫ୍ରାନ୍ସ ମଧ୍ୟ ଜଡିତ ଥିଲା । ଏଥି ସହିତ ଫିଲ୍ମର ଅନେକ ରୋମାଣ୍ଟିକ ଦୃଶ୍ୟ ଏଠାରେ ସୁଟିଂ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଦୁନିଆର ସବୁଠୁ ସୁନ୍ଦର ସ୍ଥାନ ମଧ୍ୟରୁ ପ୍ୟାରିସର ଏଫିଲ ଟାୱାରରେ ଏହି ଚଳଚ୍ଚିତ୍ରର ପ୍ରିମିୟର କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଭାରତୀୟ ଫିଲ୍ମ ଭାବେ ଏଫିଲ ଟାୱାରରେ ପ୍ରଦର୍ଶିତ ହେବ ।
ସୂଚନା ଥାଉ କି, ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର 'ଛିଛୋରେ' ପରେ ନୀତେଶ ତିୱାରୀ ଏବଂ ସାଜିଦ ପୁଣି ଥରେ ଏହି ଚଳଚ୍ଚିତ୍ର ପାଇଁ ଏକାଠି ହୋଇଛନ୍ତି। ପୂର୍ବରୁ ଏହି ଚଳଚ୍ଚିତ୍ର ଅକ୍ଟୋବରରେ ରିଲିଜ ହେବାକୁ ଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ 21 ଜୁଲାଇରେ OTTରେ ରିଲିଜ ହେବ । ବରୁଣ ଧୱନ ଫିଲ୍ମ 'ବୱାଲ' ମାଧ୍ୟମରେ ନିଜର OTT ଡେବ୍ୟୁ କରିବାକୁ ଯାଉଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ ବରୁଣ ଏବଂ ଜାହ୍ନବୀଙ୍କ ଯୋଡ଼ିକୁ କେତେ ପସନ୍ଦ କରୁଛନ୍ତି । ତାହା ଫିଲ୍ମ ରିଲିଜ ପରେ ହିଁ ଜଣାପଡିବ ।