ETV Bharat / entertainment

OTT ପ୍ଲାଟଫର୍ମରେ ଡେବ୍ୟୁ କରିବେ ବରୁଣ ଧାୱନ, ଆକ୍ସନ ସିରିଜ୍‌ରେ ଜମିବ ସାମନ୍ଥାଙ୍କ ସହ ଯୋଡି

author img

By

Published : Oct 7, 2022, 8:21 PM IST

ବର୍ତ୍ତମାନ OTT ଡେବ୍ୟୁ କରିବାକୁ ଯାଉଛନ୍ତି ବରୁଣ ଧାୱନ। ଦକ୍ଷିଣର ଚର୍ଚ୍ଚିତ ଅଭିନେତ୍ରୀ ସାମନ୍ଥାଙ୍କ ସହ ସେ ନଜର ଆସିବେ । (varun dhawan and samantha ruth prabhu citadel) । ଅଧିକ ପଢନ୍ତୁ

ଏହି ଆକ୍ସନ ସିରିଜ୍‌ରେ ନଜର ଆସିବ ବରୁଣ-ସାମନ୍ଥାଙ୍କ ଯୋଡି

ହାଇଦ୍ରାବାଦ: ଅଭିନେତା ବରୁଣ ଧାୱନ ଆଜିକାଲି ତାଙ୍କ ଫିଲ୍ମ 'ଭେଡିଆ'କୁ ନେଇ ଟର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମର ଭୟାନକ ଟିଜର ରିଲିଜ ହୋଇଥିଲା(varun dhawan and samantha ruth prabhu citadel) । ଭେଡିଆ ଚଳଚ୍ଚିତ୍ରର ଟିଜର୍‌କୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ବରୁଣ ଧାୱନ ତାଙ୍କର OTT ଡେବ୍ୟୁ କରିବାକୁ ଯାଉଛନ୍ତି ତାହା ପୁଣି ଦକ୍ଷିଣର ଚର୍ଚ୍ଚିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ସହ । ତେବେ ବରୁଣ ଏବଂ ସାମନ୍ଥାଙ୍କ ଯୋଡିକୁ ଦର୍ଶକ ଖୁବ ଶୀଘ୍ର ଦେଖିବାକୁ ପାଇବେ । ବରୁଣ-ସାମନ୍ଥା ଖୁବ୍ ଶୀଘ୍ର 'Citadel' ସିରିଜର ଭାରତୀୟ ସଂସ୍କରଣ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରିୟଙ୍କା ଚୋପ୍ରା Citadelର ଗ୍ଲୋବାଲ ସିରିଜରେ ଅଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ସାମନ୍ଥା ଏହି ଧାରାବାହିକ ପାଇଁ କାମ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସାମନ୍ଥା ଆମେରିକାରେ ଫିଟନେସ୍ ଟ୍ରେନିଂ ନେଉଛନ୍ତି । ମିଡିଆ ରିପୋର୍ଟ ମୁତାବକ ବରୁଣ ଧାୱନ ଏବଂ ସାମନ୍ଥା ଆସନ୍ତା ମାସରୁ ଏହି ସିରିଜ୍ ପାଇଁ ଓ୍ବାର୍କସପ୍‌ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଏକ ସ୍ପାଇ ଥ୍ରୀଲର ସିରିଜ୍ । ଏହା ଭାରତୀୟ ସଂସ୍କରଣରେ ପ୍ରସ୍ତୁତ କରାଯାଉଛି । ଏଥି ସହିତ, ସାମନ୍ଥା ସିରିଜ୍ ପାଇଁ ଆମେରିକାରେ ସ୍ଟ୍ରିଟ୍‌ ଡାଏଟ୍‌ ସହିତ ରୁଟିନ୍ ଫଲୋ କରୁଛନ୍ତି । ଏଥିପାଇଁ ଓ୍ବାର୍କସପ୍‌ ମଧ୍ୟ ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି|

କାହାଣୀ କ’ଣ ହେବ ?

ଏହି ଧାରାବାହିକର କାହାଣୀ ଭାରତୀୟ ସଂସ୍କରଣରେ 90 ଦଶକର କାହାଣୀକୁ ଆବୃତ କରାଯିବ । ଏଥିପାଇଁ ବରୁଣ ଏବଂ ସାମନ୍ଥାଙ୍କ ଲୁକ୍‌ ଉପରେ ମଧ୍ୟ କାମ ଚାଲିଛି । ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ସିରିଜ ମେକର୍ସଙ୍କ ପକ୍ଷରୁ ଏହାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ।

ପ୍ରିୟଙ୍କାଙ୍କୁ 'Citadel'ରେ ଦେଖିବାକୁ ମିଳିଥିଲା ​​

'Citadel' ଗ୍ଲୋବାଲ ସିରିଜରେ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା। ଏହି ଗ୍ଲୋବାଲ୍‌ ସିରିଜ୍‌ରେ ଭାରତ, ମେକ୍ସିକୋ ଏବଂ ଇଟାଲୀର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.