ETV Bharat / entertainment

ODI WC Trophy Tour: ପ୍ୟାରିସରେ ବିଶ୍ୱକପ୍ ଟ୍ରଫି ଉନ୍ମୋଚନ କଲେ ଉର୍ବଶୀ, ପ୍ରଥମ ସେଲିବ୍ରିଟି ଭାବେ ଉପଲବ୍ଧି - ପ୍ରଥମ ସେଲିବ୍ରେଟ୍ ଭାବେ ଟ୍ରଫି ଉନ୍ମୋଚନ କଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆନୁଷ୍ଠାନିକ ଭାବରେ ଫ୍ରାନ୍ସର ପ୍ୟାରିସରେ ICC ପୁରୁଷ ବିଶ୍ୱକପ୍‌ ଟ୍ରଫି ଉନ୍ମୋଚନ କରିଛନ୍ତି । ସୋସିଆଲ ମିଡିଆରେ ଏହାର ଫଟୋ ସେୟାର କରି ସମ୍ମାନଜନକ ଟ୍ରଫି ଉନ୍ମୋଚନ କରିବାରେ ଏକମାତ୍ର ଅଭିନେତ୍ରୀ ହୋଇ ପାରିଛନ୍ତି । ଅଧିକ ପଢନ୍ତୁ

କ୍ରିକେଟ୍ ବିଶ୍ୱକପ୍ 2023 ର ଟ୍ରଫି ଉନ୍ମୋଚନ କଲେ ଉର୍ବଶୀ ରୌତେଲା, ପ୍ରଥମ ସେଲିବ୍ରେଟ୍ ଭାବେ ଏହା କଲେ ଅଭିନେତ୍ରୀ

author img

By ETV Bharat Odisha Team

Published : Aug 23, 2023, 7:11 PM IST

ହାଇଦ୍ରାବାଦ: କାନ୍ସ 2023 ଚଳଚ୍ଚିତ୍ର ମହୋତ୍ସବ ଏବଂ IIFA 2023ରେ ନିଜର ଆଉଟଫିଟ୍‌ ଏବଂ ଦମଦାର ଲୁକ ସହ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା । ବର୍ତ୍ତମାନ ଉର୍ବଶୀ ଫ୍ରାନ୍ସର ପ୍ୟାରିସର ଏଫିଲ୍‌ ଟାୱାର ନିକଟରେ ପୁରୁଷ କ୍ରିକେଟ ବିଶ୍ୱକପ୍ 2023 ଟ୍ରଫି ଉନ୍ମୋଚନ କରିବାରେ ପ୍ରଥମ ଅଭିନେତ୍ରୀ ହୋଇ ପାରିଛନ୍ତି । ସୋସିଆଲ ମିଡିଆରେ ଅଭିନେତ୍ରୀ ଏହି ଟ୍ରଫି ସହ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି ।

ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଉର୍ବଶୀ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ପ୍ୟାରିସର ଏଫିଲ୍‌ ଟାୱାର ସମ୍ମୁଖରେ ବିଶ୍ୱକପ 2023 ଟ୍ରଫି ଉନ୍ମୋଚନ କରିଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଉର୍ବଶୀ ଭାରତରେ ପ୍ରଥମ ଅଭିନେତ୍ରୀ ହୋଇପାରିଛନ୍ତି । ସେ ଏହି ଫଟୋ ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି,"ପ୍ରଥମ ଅଭିନେତ୍ରୀ ଭାବେ ଫ୍ରାନ୍ସର ଇଫେଲ୍ ଟାୱାର ନିକଟରେ ବିଶ୍ବକପ୍‌ ଟ୍ରଫିକୁ ଅଫିସିଆଲି ଉନ୍ମୋଚନ କରିଛନ୍ତି ।" ଏଭଳି ଏକ ଅବସର ଦେଇଥିବାରୁ ICCକୁ ଧନ୍ୟବାଦ ଦେଇଛନ୍ତି ଉର୍ବଶୀ ରୌତେଲା ।

ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟାରେ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜଣେ ପ୍ରଶଂସକ କହିଛନ୍ତି, ଫ୍ରାନ୍ସର ଏଫିଏଲ୍ ଟାୱାରରେ ତୁମେ ହିଁ ଟ୍ରଫି ଲଞ୍ଚ କଲ, ସମସ୍ତ ଉର୍ବଶୀ ଫ୍ୟାନମାନଙ୍କ ପାଇଁ ଗର୍ବର ମୂହୁର୍ତ୍ତ । ଆପଣଙ୍କ ପିତାମାତା ଆପଣଙ୍କୁ ଦେଖି ଗର୍ବିତ । ସେହିପରି ଅଭିନେତାଙ୍କ ଲୁକ୍କୁ ପ୍ରଶଂସା କରି ଜଣେ ପ୍ରଶଂସକ ଲେଖିଛନ୍ତି, ଏଫିଲ୍ ଟାୱାର ଅପେକ୍ଷା ଆପଣ ଅଧିକ ଆକର୍ଷଣୀୟ ଦେଖାଯାଉଛନ୍ତି । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ଦୁଇଟି ଟ୍ରଫି । ସେପଟେ ଅନେକ ପ୍ରଶଂସକ ମଧ୍ୟ ଲାଲ ହାର୍ଟ ଏବଂ ଫାୟାର ଇମୋଜି ସେୟାର କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ପରଭିନ୍‌ ବବିଙ୍କ ବାୟୋପିକରେ ନଜର ଆସିବେ ଉର୍ବଶୀ

ସୂଚନା ଥାଉ କି, ଚଳିତ ବର୍ଷ ICC 13ତମ କ୍ରିକେଟ୍ ବିଶ୍ୱକପ୍ 2023 ଆୟୋଜନ କରିବାକୁ ଯାଉଛି । ଏଥର ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱର 10 ଟି ଟିମ୍ ଅଂଶଗ୍ରହଣ କରିବେ । ଭାରତରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଫାଇନାଲ ସମେତ ମୋଟ 48ଟି ମ୍ୟାଚ୍ ହେବ । ବର୍ତ୍ତମାନ କ୍ରିକେଟ୍ ବିଶ୍ୱକପ୍ 2023ର ଟ୍ରଫି ଟୁର୍‌ ଜାରି ରହିଛି । ଏହି କ୍ରମରେ ଏହା ପ୍ୟାରିସ୍‌ରେ ପହଞ୍ଚି ଥିଲା । ଏଫିଲ୍‌ ଟାୱାର ନିକଟରେ ଏହାକୁ ଉନ୍ମୋଚନ କରିଛନ୍ତି ଉର୍ବଶୀ । ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଅକ୍ଟୋବର ମାସରେ ଆରମ୍ଭ ହେବାକୁ ଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.