ETV Bharat / entertainment

ହୋଟେଲ ମ୍ୟାନେଜରଙ୍କ ସହ ଉର୍ଫି ଜାଭେଦଙ୍କ ଯୁକ୍ତିତର୍କ, ଭିଡିଓ ଭାଇରାଲ - ଟ୍ରୋଲ ଶିକାର ହେଲେ ସୋସିଆଲ ମିଡିଆ ସେନ୍ସସନ ଉର୍ଫି ଜାଭେଦ

ଟ୍ରୋଲ ଶିକାର ହେଲେ ସୋସିଆଲ ମିଡିଆ ସେନ୍ସସନ ଉର୍ଫି ଜାଭେଦ । ନିକଟରେ ମୁମ୍ବାଇର ଏକ ରେସ୍ତୋରାଁରେ ଟେବୁଲ ବୁକିଂ ନେଇ ମ୍ୟାନେଜରଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ତାଙ୍କ ପୋଷାକ ନେଇ ତାଙ୍କୁ ବାରଣ କରାଯାଇଥିବା ଅଭିଯୋଗ କରିଥିଲେ ଉର୍ଫି । ଅଧିକ ପଢନ୍ତୁ

ହୋଟେଲ ମ୍ୟାନେଜରଙ୍କ ସହ ଉର୍ଫି ଜାଭେଦଙ୍କ ଯୁକ୍ତିତର୍କ, ଭିଡିଓ ଭାଇରାଲ

author img

By

Published : Apr 26, 2023, 3:37 PM IST

ହାଇଦ୍ରାବାଦ: ସୋସିଆଲ ମିଡିଆ ସେନ୍ସସନ ଉର୍ଫି ଜାଭେଦ ସର୍ବଦା ନିଜ ଫ୍ୟାଶନ ଲୁକ୍ସକୁ ନେଇ ଶିରୋନାମାରେ ରହିଥାନ୍ତି । ସୋସିଆଲ ମିଡିଆରେ ତାଙ୍କ ଲୁକ୍ସର ଅନେକ ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହୋଇଥାଏ । ଏହାରି ମଧ୍ୟରେ ବର୍ତ୍ତମାନ ଉର୍ଫିଙ୍କ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜଣେ ହୋଟେଲ ମ୍ୟାନେଜରଙ୍କ ସହ ଯୁକ୍ତିତର୍କ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ନେଇ ଫ୍ୟାନ୍ସ ଉର୍ଫିଙ୍କୁ ଖୁବ୍‌ ଟ୍ରୋଲ୍‌ କରିଛନ୍ତି । ସେପଟେ ଉର୍ଫି ମ୍ୟାନେଜରଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମୁମ୍ବାଇର ଏକ ରେସ୍ତୋରାଁରେ ଟେବୁଲ୍‌ ବୁକିଂ ନେଇ ମ୍ୟାନେଜରଙ୍କ ସହ ଉର୍ଫିଙ୍କ ଯୁକ୍ତିତର୍କ ହୋଇଥିଲା । ଟେବୁଲ ବୁକିଂ ପୂର୍ବରୁ ହୋଇଥିବା ସତ୍ତ୍ବେ ମ୍ୟାନେଜର ତାଙ୍କ ପୋଷାକ ନେଇ ତାଙ୍କୁ ବାରଣ କରିଥିବା ଅଭିଯୋଗ କରିଥିଲେ ଉର୍ଫି । ତେବେ ଯୁକ୍ତିତର୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଟ୍ରୋଲ୍‌ ଶିକାର ହୋଇଛନ୍ତି ଉର୍ଫି ।

ମ୍ୟାନେଜରଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଉର୍ଫି

ଭାଇରାଲ ଭିଡିଓ ଉପରେ ଅନେକ ଫ୍ୟାନ୍ସ କମେଣ୍ଟ ଦେଇଛନ୍ତି । ତେବେ ଫ୍ୟାନ୍ସ ଏହାକୁ ପବ୍ଲିସିଟି ଷ୍ଟଣ୍ଟ୍‌ ବୋଲି କହିଛନ୍ତି । ଜଣେ ଫ୍ୟାନ୍ସ ଏହାକୁ ନେଇ ଲେଖିଛନ୍ତି, '110% ସ୍କ୍ରିପ୍ଟିଂ ହୋଇଛି । ମ୍ୟାନେଜରଙ୍କ ବହୁତ ଖରାପ ଅଭିନୟ, ମୋତେ ଲାଗିଲା ମ୍ୟାନେଜର ଭଲ ଅଭିନୟ କରିବେ ।' ଆଉ ଜଣେ ଲେଖିଛନ୍ତି, 'ଯେଉଁମାନେ ଏହାକୁ ସତ ବୋଲି ଭାବିଛନ୍ତି ସେମାନଙ୍କ ପାଇଁ କେବଳ 1 ସେକେଣ୍ଡ୍ ନୀରବ ପ୍ରାର୍ଥନା ।' ଅନ୍ୟ ଜଣେ ଲେଖିଛନ୍ତି, 'ଅନାବଶ୍ୟକ ଡ୍ରାମା କରୁଛନ୍ତି ! ଏବଂ ସେ ଉର୍ଫି ଜାଭେଦଙ୍କୁ କାହିଁକି ସ୍ଥାନ ଦେବେ?

ସେପଟେ ଘଟଣାକୁ ନେଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ଉର୍ଫି । ସେ ରେସ୍ତୋରାଁକୁ ନେଇ ଲେଖିଥିଲେ ଯେ, ଏହା ପ୍ରକୃତରେ ଆଧୁନିକ ମୁମ୍ବାଇ କି ? ଆଜି, ଏକ ରେସ୍ତୋରାଁ ମୋତେ ଭିତରକୁ ଯିବାକୁ ଅନୁମତି ପ୍ରଦାନ କରିନି । ତୁମେ ମୋ ଫ୍ୟାଶନକୁ ପସନ୍ଦ କରୁନାହଁ ଠିକ ଅଛି । କିନ୍ତୁ ତୁମ ମୋ ସହ ଏବଳି ବ୍ୟବହାର କରିବା ଠିକ ନୁହେଁ । ଯଦି ତୁମେ ଏହି ଭୁଲକୁ ଗ୍ରହଣ କରୁଛ । ଦୟାକରି ବାହାନା ଦିଅନ୍ତୁ ନାହିଁ । ଏହାର ଯାଞ୍ଚ କରନ୍ତୁ, ମୁମ୍ବାଇ @ଜୋମାଟୋ ।

ସୂଚନା ଥାଉ କି, "ଏହାପୂର୍ବରୁ ଉର୍ଫି ନୀରଜ ପାଣ୍ଡେ ତାଙ୍କୁ ଧମକ ଦେଇଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ଉର୍ଫୀ କହିଥିଲେ, "ମୁଁ ଅତ୍ୟଧିକ ଦୁର୍ବଳ ଅନୁଭବ କରୁଥିଲି । ଶେଷରେ ମୋତେ ପୋଲିସ ଷ୍ଟେସନକୁ ଯିବାକୁ ପଡ଼ିଲା । କାରଣ ପୁଣି ଥରେ, କେହି ଜଣେ ମୋର ପୋଷାକକୁ ନେଇ ମୋତେ ମାରିବାକୁ ଧମକ ଦେଇଛନ୍ତି । ସେମାନେ ମୋ କାର୍ ନମ୍ବର ମଧ୍ୟ ଜାଣିଛନ୍ତି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.