ETV Bharat / entertainment

Udaipur Tailor Murder: ସାମ୍ନାକୁ ଆସିଲା ବଲିଉଡ ସେଲିବ୍ରିଟିଙ୍କ ପ୍ରତିକ୍ରିୟା, ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି - କହ୍ନେୟାଲାଲ ହତ୍ୟା ଘଟଣାରେ ବଲିଉଡ ସେଲିବ୍ରିଟିଙ୍କ ପ୍ରତିକ୍ରିୟା

ରାଜସ୍ଥାନର ଉଦୟପୁରରେ ଦରଜୀ କହ୍ନେୟାଲାଲ ହତ୍ୟା ଘଟଣା ଏବେ ପୁରା ଦେଶକୁ ଦୋହଲାଇ ଦେଇଛି । ଚାରିଆଡୁ ଏହି ଘଟଣାକୁ ନିନ୍ଦା କରାଯାଉଛି । ବଲିଉଡ ସେଲିବ୍ରିଟିଙ୍କଠୁ ନେଇ ଟିଭି କଳାକାର ମଧ୍ୟ ଏହି ଘଟଣାକୁ ନେଇ ନିନ୍ଦା କରିଛନ୍ତି । ଅଧିକ ପଢନ୍ତୁ

ସାମ୍ନାକୁ ଆସିଲା ବଲିଉଡ ସେଲିବ୍ରିଟିଙ୍କ ପ୍ରତିକ୍ରିୟା, ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି

author img

By

Published : Jun 29, 2022, 4:18 PM IST

ହାଇଦ୍ରାବାଦ: ରାଜସ୍ଥାନର ଉଦୟପୁରରେ ଦରଜୀ କହ୍ନେୟାଲାଲ ହତ୍ୟା ଘଟଣା ଏବେ ପୁରା ଦେଶକୁ ଦୋହଲାଇ ଦେଇଛି । ଚାରିଆଡୁ ଏହି ଘଟଣାକୁ ନିନ୍ଦା କରାଯାଉଛି। ବଲିଉଡ ସେଲିବ୍ରିଟିଙ୍କଠୁ ନେଇ ଟିଭି କଳାକାର ମଧ୍ୟ ଏହି ଘଟଣାକୁ ନେଇ ନିନ୍ଦା କରିଛନ୍ତି ।

ମ୍ନାକୁ ଆସିଲା ବଲିଉଡ ସେଲିବ୍ରିଟିଙ୍କ ପ୍ରତିକ୍ରିୟା

ଅନୁପମ ଖେରଙ୍କଠୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା

କଙ୍ଗନା ରଣାୱତ, ଲକି ଅଲି, କମଲ ଆର ଖାନ, ଅନୁପମ ଖେର, ସ୍ୱରା ଭାସ୍କରଙ୍କ ସମେତ ଅନେକ ସେଲିବ୍ରିଟି ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଧର୍ମ ନାମରେ ଦରଜୀଙ୍କ ହତ୍ୟାକୁ ଏହି ସମସ୍ତ କଳାକାର ଖୋଲାଖୋଲି ସମାଲୋଚନା କରିଛନ୍ତି। ଏପଟେ ଗାୟକ ଲକି ଅଲି ଟେଲରଙ୍କ ପରିବାର ପାଇଁ ନ୍ୟାୟ ଦାବି କରିଛନ୍ତି। ଲକି ଅଲି ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, 'ଏହି ହତ୍ୟା ହେଉଛି ସମଗ୍ର ମାନବିକତାର ହତ୍ୟା, ଠିକ୍‌ ସେମିତି ଯେପରି ସେ ଇସଲାମ ନାମରେ ଅପରାଧ କରିଛନ୍ତି।'

କଙ୍ଗନା ରଣାୱତ ଲେଖିଛନ୍ତି, 'ଯେଉଁପରି କହ୍ନେୟାଲାଲଙ୍କ ହତ୍ୟାକାଣ୍ଡର ଭିଡିଓ କରାଯାଇଛି, ମୁଁ ତାହାକୁ ଦେଖିବା ପାଇଁ ସାହସ ଜୁଟାଇ ପାରୁନାହିଁ, ମୁଁ ସମ୍ପୂର୍ଣ୍ଣ ସ୍ତବ୍ଧ'। ଅନୁପମ ଖେର କ୍ରୋଧରେ ଲେଖିଛନ୍ତି, 'ଭୟଭୀତ.. ଦୁଃଖୀ.. କ୍ରୋଧିତ ।'

  • Prophet Muhammad never harmed anyone physically, So nobody should use Islam to do any criminal activity. #Udaipur!

    — KRK (@kamaalrkhan) June 28, 2022 " class="align-text-top noRightClick twitterSection" data=" ">
  • Shaanti phelane waale duto ke paas Ashaanti phelane waale hathiyaar ? Was that pre planned murder or is this very normal to keep these weapons for peace loving creatures ? #UdaipurHorror https://t.co/eoiLPGLnuO

    — Devoleena Bhattacharjee (@Devoleena_23) June 29, 2022 " class="align-text-top noRightClick twitterSection" data=" ">
  • Sickened to my stomach. By losers being the flag bearers of religion . All religions included , the murderers who killed a man over a post should be dealt with with extreme punishment. Is this the way to reperesent ur faith ?? . Disgusting! Criminals . All alike .

    — Gauahar Khan (@GAUAHAR_KHAN) June 28, 2022 " class="align-text-top noRightClick twitterSection" data=" ">
  • I’d say this is a wake up call for all those who help paint followers of #Islam in #India as victims, instead of encouraging them to introspect and address the problem of #fundamentalism & extremism within, but you can’t wake up someone pretending to be asleep. #Udaipur https://t.co/cWi3Vek7Zj

    — Ranvir Shorey (@RanvirShorey) June 28, 2022 " class="align-text-top noRightClick twitterSection" data=" ">

ପୁରା ମାମଲା କ’ଣ?

ରାଜସ୍ଥାନର ଉଦୟପୁରରେ ଦିନ ଦ୍ୱିପହରରେ ହିନ୍ଦୁ ଦରଜୀ କହ୍ନେୟାଲାଲଙ୍କ ଆଠ ବର୍ଷର ପୁଅ ନୂପୁର ଶର୍ମାଙ୍କ ବିବାଦୀୟ ଭିଡିଓକୁ ସମର୍ଥନ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ କିଛି ଲୋକ ରାଗି ଯାଇଥିଲେ। ଏଥିସହିତ କହ୍ନେୟାଲାଲ ନିଜ ହତ୍ୟାକୁ ଭୟ କରି ପୋଲିସର ସୁରକ୍ଷା ଲୋଡିଥିଲେ। କିନ୍ତୁ ସେମାନଙ୍କୁ କୌଣସି ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇ ନ ଥିଲା। ଏଥି ସହିତ, ଜୁନ୍ 28 ରେ ୨ ଜଣ ମୁସଲମାନ ଯୁବକ କହ୍ନେୟାଲାଲ ନାମକ ଜଣେ ଦରଜୀଙ୍କ ଦୋକାନକୁ ଯାଇଥିଲେ।

ସେଠାରେ ପୋଷାକ ମାପ ଦେବା ବାହାନାରେ ମାରଣାସ୍ତ୍ର ସାହାଯ୍ୟରେ କହ୍ନେୟାଲାଲଙ୍କ ଗଳାକାଟି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ଏହି ସମଗ୍ର ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ପୋଷ୍ଟ କରିଥିଲେ । ପରେ ସେମାନେ ଏହି ହତ୍ୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ଏଥିପାଇଁ ନିଜକୁ ଦାୟୀ ମଧ୍ୟ କରିଛନ୍ତି । ତେବେ ସେମାନଙ୍କୁ ଗିରଫ କରାଯିବା ପରେ ପୁରା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.