ହାଇଦ୍ରାବାଦ: ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମ ଅଭିନୀତ ଚଳଚ୍ଚିତ୍ର 'ଓଏମଜି ୨' ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି । OMG 2, ସରଳ ଭାବେ ଉତ୍ତମ ଶିକ୍ଷା ପ୍ରଦାନ କରେ, ଯାହା ସମାଲୋଚକ ତଥା ଦର୍ଶକଙ୍କ ଦ୍ୱାରା ପ୍ରଶଂସା ଗ୍ରହଣ କରୁଛି । କେବଳ ଏହାର କାହାଣୀ ନୁହେଁ ଫିଲ୍ମର ଅଭିନେତାମାନଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି । ଏହି ଫିଲ୍ମ ବକ୍ସ ଅଫିସରେ 100 କୋଟି ପାର୍ କରିଛି । ଅକ୍ଷୟ ଏବଂ ପଙ୍କଜ ତ୍ରିପାଠୀଙ୍କ ଯୁଗଳବନ୍ଦୀ ଦେଖି ପ୍ରଶଂସକମାନେ ବହୁତ ଖୁସି ଥିବାବେଳେ ଅନ୍ୟ ପଟେ ଖିଲାଡି କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା ମଧ୍ୟ ତାଙ୍କ ସ୍ୱାମୀଙ୍କ ସଫଳତାରେ ଆନନ୍ଦିତ ହୋଇଛନ୍ତି ।
'OMG 2'ର ସଫଳତାରେ ଟ୍ୱିଙ୍କଲ୍ ଖୁସି
ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା ତାଙ୍କ ସ୍ୱାମୀ ଅକ୍ଷୟ କୁମାରଙ୍କୁ 'OMG 2'ର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହାସହିତ ଅଭିନେତ୍ରୀ ଅକ୍ଷୟଙ୍କ ପାଇଁ ଏକ ସ୍ନେହପୂର୍ଣ୍ଣ ବାର୍ତ୍ତା ସେୟାର କରିଛନ୍ତି । କେବଳ ସେତିକି ନୁହେଁ, ଟ୍ୱିଙ୍କଲ ଖାନ୍ନା ଅକ୍ଷୟଙ୍କୁ ଶିକ୍ଷା ବ୍ୟବସ୍ଥାରେ ପ୍ରଭାବ ପକାଇଥିବାରୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀଙ୍କ ପାଇଁ ଏକ ନୋଟ୍ ଲେଖିଛନ୍ତି ଏବଂ ଫିଲ୍ମର କଲେକ୍ସନ୍ ପୋଷ୍ଟର ମଧ୍ୟ ସେୟାର କରିଥିଲେ ।
ଏହା ମଧ୍ୟ ପଢନ୍ତୁ: Day 12: 400କୋଟି କ୍ଲବରେ Gadar 2, ଏତିକି କଲେକ୍ସନ କଲା Omg 2
ଟ୍ୱିଙ୍କଲ ତାଙ୍କ ସ୍ୱାମୀ ପାଇଁ ଗର୍ବିତ
ଟ୍ୱିଙ୍କଲ ଖାନ୍ନା ଲେଖିଛନ୍ତି, 'ଅଭିନନ୍ଦନ ମିଷ୍ଟର କେ ! ତୁମ ପାଇଁ ଗର୍ବିତ । OMG 2 ଏମିତି ଏକ ଚଳଚ୍ଚିତ୍ର ଯାହା ସିଷ୍ଟମ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ ଏବଂ ବକ୍ସ ଅଫିସକୁ ମଧ୍ୟ ହଲାଇ ଦେଇଛି । ' ଅମିତ ରାୟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ହେବାର 13 ଦିନ ପରେ 123.72 କୋଟି ଟଙ୍କା କଲେକ୍ସନ କରିଛି । ଯେଉଁଥିରେ ଟ୍ୱିଙ୍କଲ ଖାନ୍ନା ମଧ୍ୟ ତାଙ୍କ ସ୍ୱାମୀ ଏବଂ ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ବହୁତ ଖୁସି ଅଛନ୍ତି । ଅଭିନେତ୍ରୀଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ତାରକାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ହଲ୍ ବାହାରେ ଡିମ୍ପଲ୍ କପାଡିଆ, ଫ୍ୟାନ୍ସ ପଚାରିଲେ କାହା ଫିଲ୍ମ ଦେଖିଲ ପ୍ରେମିକ ନା ଜ୍ବାଇଁ ?
ବିଦ୍ୟାଳୟରେ ବାଧ୍ୟତାମୂଳକ ଯୌନ ଶିକ୍ଷା ବିଷୟ
ଯୌନ ଶିକ୍ଷାର ବୋଲ୍ଡ ଥିମ୍ ଉପରେ ଆଧାର କରି ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଲୋକଙ୍କ ସହିତ ଏହି ଚଳଚ୍ଚିତ୍ରର ପ୍ରଭାବ ସମାଜ ଉପରେ ମଧ୍ୟ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ର ଦେଖି ମହାରାଷ୍ଟ୍ରର ଉଲ୍ଲାସ ନଗରର ଏକ ବିଦ୍ୟାଳୟ ଯୌନ ଶିକ୍ଷା ବିଷୟକୁ ବାଧ୍ୟତାମୂଳକ କରିଛି । ତେବେ ଏହା ହେଉଛି ପ୍ରଥମ ବିଦ୍ୟାଳୟ, ଯିଏ ଏହି ପଦକ୍ଷେପ ନେଇଛି । କିଛି ଦିନ ପୂର୍ବରୁ ଅକ୍ଷୟ କୁମାରଙ୍କ ଫିଲ୍ମ 'OMG 2' ଏହି ବିଦ୍ୟାଳୟରେ ପ୍ରଦର୍ଶିତ ହୋଇଥିଲା । 'OMG 2' ର ଲେଖକ ତଥା ନିର୍ଦ୍ଦେଶକ ଅମିତ ରାୟଙ୍କୁ ମଧ୍ୟ ଏହି ବିଶେଷ ଉତ୍ସବରେ ନିମନ୍ତ୍ରଣ କରାଯାଇଥିଲା । 'OMG 2' ସ୍କ୍ରିନିଂ ପାଇଁ ଉଲ୍ଲାସ ନଗରର 15ଟି ବିଦ୍ୟାଳୟକୁ ନିମନ୍ତ୍ରଣ କରାଯାଇଥିଲା, ଯେଉଁଥିରେ ପ୍ରାୟ 184 ଶିକ୍ଷକ ଉପସ୍ଥିତ ଥିଲେ।