ହାଇଦ୍ରାବାଦ: ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ରୁବିନା ଦିଲାଇକ । ନିକଟରେ ରୁବିନା ତାଙ୍କ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ପ୍ରିଣ୍ଟେଡ୍ ଆଉଟଫିଟରେ ଏକ ରିଲ୍ ସେୟାର କରିଥିଲେ । ଏହାପରେ ସେ ଗର୍ଭବତୀ ଥିବା ରୁମର ହେଉଥିଲା । ଏହାପୂର୍ବରୁ ରୁବିନା ଏବଂ ଅଭିନବ ଶୁକ୍ଲାଙ୍କୁ ଏକ କ୍ଲିନିକ୍ରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଲୋକମାନେ ଗର୍ଭଧାରଣ ବିଷୟରେ କଳ୍ପନା କରିବା ଆରମ୍ଭ କରି ଦେଇଥିଲେ । ରୁବିନା ଏହାପରେ ଆଉ ଏକ ଫଟୋ ସେୟାର କରି ନିଜ ପ୍ରତିକ୍ରିୟା ଦେଇଥିଲେ । ଏହାପରେ ବି ଚର୍ଚ୍ଚା କମିନଥିଲା । ତେବେ ବର୍ତ୍ତମାନ ରୁବିନାଙ୍କ ସ୍ୱାମୀ ତଥା ଅଭିନେତା ଅଭିନବ ଶୁକ୍ଲା ଅଭିନେତ୍ରୀଙ୍କ ଗର୍ଭବତୀ ରୁମର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ଏକ ସାକ୍ଷାତକାରରେ ରୁବିନାଙ୍କ ଗର୍ଭବତୀ ରୁମର ଉପରେ ଅଭିନବ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏଗୁଡ଼ିକ କେବଳ ରୁମର । ମୁଁ ସେତେବେଳେ ଯାତ୍ରା କରୁଥିଲି, ତେଣୁ ମୁଁ ଏହା ବିଷୟରେ ଅଧିକ ପଢି ନଥିଲି । ପ୍ରକୃତରେ କ’ଣ ଘଟିଛି ଏବଂ ଲୋକମାନେ ଏ ବିଷୟରେ କଥାବାର୍ତ୍ତା କରୁଛନ୍ତି ମୁଁ ଜାଣେ ନାହିଁ ।" ସେ ଏକ ଫଟୋ ପୋଷ୍ଟ କରିଥିଲେ ଏବଂ ଲୋକମାନେ ଏହା ଉପରେ ମନ୍ତବ୍ୟ ଦେବା ଆରମ୍ଭ କଲେ ଏବଂ ମୋର ଏହା ବିଷୟରେ କିଛି କହିବାର ନାହିଁ । ଲୋକମାନେ କଳ୍ପନା କରନ୍ତୁ ।"
ରୁବିନା ଏହା ପୂର୍ବରୁ ଏହି ରୁମର ଉପରେ ଆଉ ଏକ ପ୍ରତିକ୍ରିୟା ଦେଇଥିଲେ । ସେ ଏଥର ଏକ ଫଟୋ ସେୟାର କରି ରୁବିନା ଲେଖିଥିଲେ- 'ପୋଷ୍ଟ କରେଁ ତୋ ସବାଲ, ନା କରେଁ ତୋ ବବାଲ (ପୋଷ୍ଟ ନ କଲେ ପ୍ରଶ୍ନ, ପୋଷ୍ଟ କଲେ ଧମାକା) ।' ଏଥିସହ ଏକ ସାକ୍ଷାତକାରରେ ସୋସିଆଲ ମିଡିଆ ଟ୍ରୋଲ ନେଇ ପ୍ରତିକ୍ରିୟା ଦେଇଥିଲେ ରୁବିନା । ସେ ସ୍ବୀକାର କରିଥିଲେ ଯେ, ବେଳେବେଳେ ଏଭଳି ରୁମର ତାଙ୍କୁ ବେଶ ପ୍ରଭାବିତ କରିଥାଏ କିନ୍ତୁ ପରେ ସେ ଆଗକୁ ବଢ଼ିଥାଆନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜିନିଷକୁ ଅଣଦେଖା କରିବା ଶିଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଗର୍ଭବତୀ ଅଛନ୍ତି କି ରୁବିନା ଦିଲାଇକ ? ନୂଆ ଭିଡିଓ ଦେଖି ଫ୍ୟାନ୍ସ ପଚାରିଲେ ଏମିତି
ରୁବିନାଙ୍କ ୱାର୍କଫ୍ରଣ୍ଟ୍ ବିଷୟରେ କହିବାକୁ ଗଲେ, ରୁବିନା ଦିଲାଇକ୍ ନିକଟରେ ଘୋଷଣା କରିଛନ୍ତି ଯେ ସେ ଇନ୍ଦର ଚହଲଙ୍କ ସହ ପଞ୍ଜାବୀ ଫିଲ୍ମ କରୁଛନ୍ତି । ତାଙ୍କ ନୂଆ ଡେବ୍ୟୁ ଫିଲ୍ମ ନେଇ ଏହି ଗୁଡ୍ ନ୍ୟୁଜ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତାଙ୍କ ସ୍ୱାମୀ ଅଭିନବ ମଧ୍ୟ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ତାଙ୍କୁ ଉତ୍ସାହିତ କରିଥିଲେ । ରୁବିନା ଦିଲାଇକ ଏବଂ ତାଙ୍କ ସ୍ୱାମୀ ଅଭିନବଙ୍କୁ ବିଗ୍ ବସ୍ 14ରେ ଏକାଠି ଦେଖିବାକୁ ମିଳିଥିଲା ।