ETV Bharat / entertainment

Tu Jhoothi Main Makkaar box office: ୧୦୦ କୋଟି କ୍ଲବରେ ମାରିଲା ଏଣ୍ଟ୍ରି - ତୁ ଝୁଠି ମେଁ ମକ୍କାର ଫିଡବ୍ୟାକ

୧୦୦ କୋଟି କ୍ଲବରେ ପ୍ରବେଶ କଲା ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ତୁ ଝୁଠି ମେଁ ମକ୍କାର । ଅଧିକ ପଢନ୍ତୁ

Tu Jhoothi Main Makkaar box office
Tu Jhoothi Main Makkaar box office
author img

By

Published : Mar 19, 2023, 8:54 PM IST

ମୁମ୍ବାଇ: ବଲିଉଡ ଚକୋଲେଟ ବୟ ରଣବୀର କପୁର ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ 'ତୁ ଝୁଠି ମେଁ ମକ୍କାର' ୧୦୦ କୋଟି କ୍ଲବରେ ପ୍ରବେଶ କରିଛି । ଫିଲ୍ମର ବକ୍ସ ଅଫିସ ବେଶ ସନ୍ତୋଷଜନକ ରହିଥିବା ବେଳେ ଫିଲ୍ମ ଭଲ ବ୍ୟବସାୟ କରୁଛି । ଫିଲ୍ମ ରିଲିଜ ହେବାର ୧୧ ଦିନରେ ଏହା ୧୦୦ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଫ୍ୟାନ୍ସ ରଣବୀର ଓ ଶ୍ରଦ୍ଧାଙ୍କୁ ପ୍ରଥମ ଥର ଲାଗି ଏକାଠି ଦେଖି ବେଶ ପସନ୍ଦ କରିଥିବା ସ୍ପଷ୍ଟ ହୋଇଛି ।

ଲଭ ରଞ୍ଜନଙ୍କ ନିର୍ଦ୍ଦେଶିତ ଏହି ରମ-କମ ଫିଲ୍ମ ବକ୍ସ ଅଫିସରେ ଧମାଲ କରୁଛି । ଫିଲ୍ମ ୧୦୦ କୋଟି ରୋଜଗାର କରିଥିବା ଟ୍ରେଡ ଆନାଲିଷ୍ଟ ଜୋଗିନ୍ଦର ଟୁଟେଜା ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଉଭୟଙ୍କ ୬ଷ୍ଠ ଫିଲ୍ମ ଯାହାକି ୧୦୦ କୋଟି ଟଙ୍କା ରୋଜଗାର କରିଛି । ତେବେ ଏହି ଫିଲ୍ମ ବିଶ୍ବସ୍ତରରେ ଏଯାବତ ୧୨୨ କୋଟି ଟଙ୍କା ରୋଜଗାର କରିଛି । ଯେତେବେଳେ ଗତ ୧ ମାସ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଫ୍ୟାନ୍ସ ଏଥିରେ ମିଶ୍ର ପ୍ରତିକ୍ରିୟା ଦେଇଥିଲେ । ହେଲେ ଫ୍ୟାନ୍ସ ରଣବୀର ଓ ଶ୍ରଦ୍ଧାଙ୍କୁ ପ୍ରଥମ ଥର ଲାଗି ଏକାଠି ଦେଖିବାକୁ ଅପେକ୍ଷା କରିଥିଲେ ।

ଏହା ବି ପଢନ୍ତୁ- Watch: ବିଦାଈ ବେଳେ ଭାବବିହ୍ବଳ ହେଲେ ଅଭିନେତ୍ରୀ ସ୍ବରା ଭାସ୍କର

ଯେତେବେଳେ ଫିଲ୍ମ ରିଲିଜ ହୋଇଥିଲା, ସେତେବେଳେ ଫ୍ୟାନ୍ସଙ୍କ ଏହି ଅପେକ୍ଷାର ଅବସାନ ଘଟିଥିଲା । ଏହି ଫିଲ୍ମଟି ସେତେଟା ସଫଳ ହେବନି ବୋଲି କିଛି ମତବ୍ୟକ୍ତ କରିଥିବା ବେଳେ ଏହାର ବକ୍ସ ଅଫିସକୁ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଛି । ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି ଫ୍ୟାନ୍ସ । ତେବେ ରଣବୀର ଓ ଶ୍ରଦ୍ଧାଙ୍କ ଯୋଡି଼କୁ ଏକାଠି ଦେଖିବା ଲାଗି ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ଫିଲ୍ମ ପ୍ରମୋସନ ସମୟରେ ମଧ୍ୟ ଉଭୟ ଏକାଠି ପ୍ରମୋଟ କରିନଥିଲେ । ଅଲଗା ଅଲଗା ଉଭୟ ଫିଲ୍ମକୁ ପ୍ରମୋଟ କରିଥିବା ବେଳେ ଉଭୟଙ୍କୁ ସାଥୀରେ ଦେଖିବାକୁ ହେଲେ ଦର୍ଶକଙ୍କୁ ଥିଏଟର ଯିବାକୁ ପଡ଼ିବ ବୋଲି କହିଥିଲେ ମେକର୍ସ ।

ତେବେ ଶେଷରେ ଏହି ଯୋଡ଼ିକୁ ଫ୍ୟାନ୍ସ ମଧ୍ୟ ବହୁ ଭଲପାଇବା ଦେଇଛନ୍ତି । ଫଳରେ ଫିଲ୍ମ ଆଜି ୧୦୦ କୋଟି ଟଙ୍କା ବ୍ୟବସାୟ କରିଛି । ସୂଚନା ଥାଉ କି ଯେତେବେଳେ ଶ୍ରଦ୍ଧା ଓ ରଣବୀର ଉଭୟ ଏକାଠି ଫିଲ୍ମ ପ୍ରମୋଟ କରିନଥିଲେ, ସେତେବେଳେ ଏପରି କରିବାକୁ ଆଲିଆ ସ୍ବାମୀ ରଣବୀରଙ୍କୁ କହିଥିବା ଗୁଜବ ଉଠିଥିଲା । ମାତ୍ର ପରବର୍ତ୍ତୀ ସମୟରେ ମେକର୍ସ ଏହାକୁ ସ୍ପଷ୍ଟ କରିଥିଲେ । ରଣବୀର ମଧ୍ୟ ଏହାକୁ ଖଣ୍ଡନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.