ETV Bharat / entertainment

ପରଦାରେ କିନ୍ନରଙ୍କ ସଂଘର୍ଷ କାହାଣୀ, ରିଲିଜ ହେଲା ଫିଲ୍ମ ‘ଟି’ - ଟ୍ରାନ୍ସଜେଣ୍ଡରଙ୍କ ଜୀବନୀ କାହାଣୀକୁ ନେଇ ନିର୍ମିତ ଟି

ସମଗ୍ର ରାଜ୍ୟରେ ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଟି '। ଟ୍ରାନ୍ସଜେଣ୍ଡରଙ୍କ ସଂଘର୍ଷ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ ଦର୍ଶକଙ୍କୁ ମନ ଜିତିଛି । ଫିଲ୍ମ ଦେଖି ଭାବବିହ୍ବଳ ହୋଇଛନ୍ତି ଦର୍ଶକ । ଆଗାମୀ ଦିନରେ ଏହା ଭଲ ପ୍ରତିକ୍ରିୟା ପାଇବା ସହ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ

ସମଗ୍ର ରାଜ୍ୟରେ ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଟି'

author img

By

Published : May 26, 2023, 11:43 AM IST

ସିଲଭର ସ୍କ୍ରିନରେ ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ 'ଟି'

ଭୁବନେଶ୍ବର: ସମଗ୍ର ରାଜ୍ୟରେ ରିଲିଜ ହେଲା ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ 'ଟି' । କିନ୍ନରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଛି ଫିଲ୍ମ । ପ୍ରଥମ ଦିନରେ ଫିଲ୍ମ ଭଲ ପ୍ରଦର୍ଶନ କରିଛି । ସିନେମାହଲରେ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଛି । ପୂର୍ବରୁ ଫିଲ୍ମର ଟିଜର ଏବଂ ଟ୍ରେଲର ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଏବେ ଫିଲ୍ମ ମଧ୍ୟ ଆଗାମୀ ଦିନରେ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ଆଶା ।

ପୂର୍ବରୁ ଟ୍ରାନ୍ସଜେଣ୍ଡରଙ୍କ ସଂଘର୍ଷ ଜୀବନୀ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମକୁ ପୂର୍ବରୁ 'ଟି'କୁ ୟୁ/ଏ ସାର୍ଟିଫିକେଟ ମିଳିଛି । ଏଥିସହ ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହ ଅନେକ ସାର୍ଟିଫିକେଟ ହାତେଇଛି ଚଳଚ୍ଚିତ୍ର 'ଟି' । ଓଡ଼ିଆ ମୌଳିକ କଥାବସ୍ତୁ ସହ କିନ୍ନର ମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ର 'ଟି' ନିର୍ମାଣ ହୋଇଛି । ଏହା ସାଧାରଣତଃ କିନ୍ନର ମେଘନା ସାହୁଙ୍କ ଜୀବନୀ ଉପରେ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି ।

ଉଚ୍ଚ ଶିକ୍ଷିତ ବିଷ୍ଣୁ ସାହୁ କିଭଳି ସମାଜରେ କିନ୍ନର ହୋଇଥବାରୁ ବିଭିନ୍ନ ମହଲରୁ ପ୍ରତାଡ଼ିତ ହୋଇ ମଧ୍ୟ ସଂଘର୍ଷ କରି ନିଜ ପରିଚୟ ସୃଷ୍ଟି କରି ମେଘନା ସାହୁ ହୋଇଛନ୍ତି ତାହା ଏହି ସିନେମାରେ ଦେଖାଯାଇଛି । ଫିଲ୍ମରେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ଦେବାଶିଷ ସାହୁ । ଯିଏ ମେଘନା ସାହୁ ଚରିତ୍ରରେ ନଜର ଆସିଛନ୍ତି । ଅଭିନେତା ରଣବୀର କଲସିଙ୍କୁ ମଧ୍ୟ ଏଥିରେ ମେଘନାଙ୍କ ସାଙ୍ଗ ଚରିତ୍ରରେ କିନ୍ନର ଚରିତ୍ରରେ ଦେଖିବାକୁ ମିଳିଛି ।

ତେବେ ଫିଲ୍ମର ଦେଖିବା ପରେ ଭାବବିହ୍ବଳ ହୋଇଛନ୍ତି ଦର୍ଶକ । ସେହିପରି ଅଭିନେତା ଦେବାଶିଷ ସାହୁଙ୍କ ବାପା ଫିଲ୍ମକୁ ଦେଖି ଭାବବିହ୍ବଳ ହେବା ସହ ଫିଲ୍ମର ପ୍ରଶଂସା କରିଛନ୍ତି । ସେପଟେ ଏଭଳି ଫିଲ୍ମକୁ ନେଇ ସର୍ବଭାରତୀୟ ସ୍ତରରେ ଛୋଟ ପରଦାରେ ପୂର୍ବରୁ ପରିକଳ୍ପନା ହୋଇଥିବା ବେଳେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଜିତେଶ କୁମାର ପରିଡା ବଡ଼ ପରଦା ପାଇଁ ପରିକଳ୍ପନା କରିଛନ୍ତି । ଏହା ଆଗାମୀ ଦିନରେ ଆହୁରି ସଫଳତା ହାସଲ କରିବ ବୋଲି ଅନୁମାନ କରାଯାଉଛି ।

ତେବେ ଫିଲ୍ମରେ ପୂର୍ବରୁ ଓଲିଉଡ଼ର ବିଭିନ୍ନ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଦେବାଶିଷ ସାହୁ, ରଣବୀର କଲସିଙ୍କ ବ୍ୟତୀତ ଅଭିନେତ୍ରୀ ଉଷାଶ୍ରୀ ମିଶ୍ର, ହର ରଥ ଏବଂ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି । ତେବେ ସିନେମାରେ ସମାଜ ପାଇଁ ଅନେକ ଶିକ୍ଷଣୀୟ ବାର୍ତ୍ତା ବହନ କରୁଛି । ଜିତେଶ କୁମାର ଫିଲ୍ମଜ ଓ ଆର ଆର ମୋସନ ପିକ୍ଚର୍ସର ପ୍ରଯୋଜନା ତଥା ବିଘ୍ନହର୍ତ୍ତା ମୁଭିଜ, ମୋହିତ କୁମାର ପୁରୀ, ହିମାଦ୍ରି ତନୟ ଦାସ ସହ ପ୍ରଯୋଜନା ଏବଂ ଥମ୍ରିତା ମୋହନ ଶମ୍ଭୁତି, ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ଚଳଚ୍ଚିତ୍ର 'ଟି' ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.