ETV Bharat / entertainment

Samantha Ruth Prabhu Injured: ସିଟାଡେଲ ସେଟରେ ଆହତ ହେଲେ ସାମନ୍ଥା

author img

By

Published : Feb 28, 2023, 3:35 PM IST

ସିଟାଡେଲ ସେଟରେ ଆହତ ହେଲେ ସାମନ୍ଥା ରୁଥ ପ୍ରଭୁ, ଆହତ ହାତର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତ୍ରୀ । ଜାଣନ୍ତୁ କିପରି ଆହତ ହେଲେ ସାମନ୍ଥା...

ସିଟାଡେଲ ସେଟରେ ଆହତ ହେଲେ ସାମନ୍ଥା ରୁଥ ପ୍ରଭୁ

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଆହତ । ସିଟାଡେଲ ସେଟରେ ସାମନ୍ଥା ଆହତ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି ସାମନ୍ଥା । ଯେଉଁଥିରେ ତାଙ୍କ ହାତରେ ଗଭୀର ଆଘାତ ଲାଗିଥିବା ସ୍ପଷ୍ଟ ଦେଖାଯାଉଛି। ସାମନ୍ଥା ସିଟାଡେଲ ସିରିଜ୍ ପାଇଁ ସୁଟିଂ ଆରମ୍ଭ କରିସାରିଛନ୍ତି। ଏହି ଆକ୍ସନ୍ ପ୍ୟାକ୍ ସିରିଜର ସୁଟିଂ ସମୟରେ ସାମନ୍ଥା ଆହତ ହୋଇଥିବା ଜଣାପଡିଛି । ଏହାପୂର୍ବରୁ ମଧ୍ୟ ସାମନ୍ଥା ତାଙ୍କ ସିରିଜ୍ ବିଷୟରେ ସୂଚନା ପ୍ରଦାନ କରୁଥିବା ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ତାଙ୍କୁ ଏହି ସିରିଜର ଆକ୍ସନ୍ ଦୃଶ୍ୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା ​​। ଆକ୍ସନ୍ ନିର୍ଦ୍ଦେଶକ ୟାନଚିକ୍ ବେନଙ୍କ ତତ୍ତ୍ବାବଧାନରେ ସାମନ୍ଥା ଷ୍ଟଣ୍ଟଗୁଡିକ କରିଥିଲେ।

ସୂଚନା ଅନୁସାରେ, ଏହି ସିରିଜ ହେଉଛି ପ୍ରିୟଙ୍କା ଚୋପ୍ରାଙ୍କ ବିଦେଶୀ ଧାରାବାହିକ ସିଟାଡେଲର ହିନ୍ଦୀ ସଂସ୍କରଣ। ଯେଉଁଥିରେ ଅଭିନେତ୍ରୀ ସାମନ୍ଥାଙ୍କ ସହ ବଲିଉଡ ଅଭିନେତା ବରୁଣ ଧୱନ ମୁଖ୍ୟ ଭୂମିକାରେ ନଜର ଆସିବେ । ସିଟାଡେଲ ହେଉଛି ଆନ୍ତର୍ଜାତୀୟ ସିରିଜର ଭାରତୀୟ ଆଡପ୍ଟେସନ୍ । ଏହାକୁ ରୁଷୋ ବ୍ରଦର୍ସ ପ୍ରସ୍ତୁତ କରିଛନ୍ତି। ସେହିପରି ବିଦେଶୀ ସିରିଜରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ରିଚାର୍ଡ ମ୍ୟାଡେନ୍ ଏବଂ ଷ୍ଟାନଲି ଟୁଚି ମୁଖ୍ୟ ଭୂମିକାରେ ନଜର ଆସିବେ ।

ସୂଚନା ଥାଉ କି, ପ୍ରିୟଙ୍କା ଚୋପ୍ରା ସୋମବାର ରାତିରେ ଅର୍ଥାତ୍ (ଫେବୃଆରୀ 27)ରେ ସିଟାଡେଲରୁ ତାଙ୍କର ପ୍ରଥମ ଲୁକ୍ ରିଲିଜ କରିଛନ୍ତି। ଯେଉଁଥିରେ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସମେତ ଅନେକ ବଲିଉଡ ତାରକା ପ୍ରତିକ୍ରିୟା ଦେଇଛନ୍ତି ।ଏଥିସହ ସାମନ୍ଥା ମଧ୍ୟ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି।

ତେବେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଚଳଚ୍ଚିତ୍ର ପୁଷ୍ପା- ଦି ରାଇଜରେ ଆଇଟମ୍ ଗୀତ ‘ଓ ଓ ଆଣ୍ଟୱା’ ସହ ପାଇଁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସାରା ବିଶ୍ବରେ ଯେପରି ଲୋକପ୍ରିୟତା ହାସଲ କରି ସଫଳ ହୋଇଥିଲେ। ସେହିପରି ତାଙ୍କ ନୂଆ ସିରିଜ୍ ସୀଟଡେଲରେ ମଧ୍ୟ ସେଭଳି ଦର୍ଶକଙ୍କ ମନ ଜିତି ସଫଳତା ହାସଲ କରିବେ ବୋଲି ଆଶା କରାୟାଉଛି।

ସୂଚନା ଥାଉ କି, ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ 2010ରେ ସାଉଥ ଫିଲ୍ମ ମାୟା ଚେସାୱେ (Maaya Chesave) ଫିଲ୍ମରୁ ନିଜ କ୍ୟାରିଯର ଆରମ୍ଭ କରିଥିବା ବେଳେ ସେହି ବର୍ଷରେ ତାମିଲ ଫିଲ୍ମ Vinnaithaandi Varuvaayaa, Baana Kaathadi, Moscowin Karvery, Brindavanam, 2011ରେ ଧକୁଡୁ, 2012ରେ ଇଗା, 2013ରେ ରାମୟା ବସ୍ତାବୟା, 2020ରେ ଜାନୁ, 2021ରେ ପୁଷ୍ପା, 2022ରେ ୟଶୋଦା ଭଳି ଅନେକ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.