ମୁମ୍ବାଇ: ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ବିବାଦୀୟ ଫିଲ୍ମ 'କେରଳ କାହାଣୀ' ପଶ୍ଚିମବଙ୍ଗରେ ବ୍ୟାନ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିବା ସହ ବକ୍ସ ଅଫିସରେ ଧମାକା କରୁଛି । ଏହି ଫିଲ୍ମ ରିଲିଜର 5ମ ଦିନ ମଧ୍ୟରେ ସଫଳତାର ସହ 50 କୋଟିରୁ ଅଧିକ ଆୟ କରିଛି । ଚତୁର୍ଥ ଦିନ ସଂଗ୍ରହରେ ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମରେ ପ୍ରାୟ 10 ପ୍ରତିଶତ ବୃଦ୍ଧି ଘଟିଛି । 4 ଦିନ ମଧ୍ୟରେ ଏହି ଫିଲ୍ମ 45.72 କୋଟି ବ୍ୟବସାୟ କରିଛି । ଏବଂ 5 ଦିନରେ ଆନୁମାନିକ 11 କୋଟି ଟଙ୍କା ରୋଜଗାର କରିଛି । ଏହାସହ ଗତ 5 ଦିନ ମଧ୍ୟରେ 'କେରଳ କାହାଣୀ'ର ମୋଟ ସଂଗ୍ରହ 57 କୋଟିରେ ପହଞ୍ଚିଛି ।
ବକ୍ସ ଅଫିସ୍ କଲେକ୍ସନ୍: 'ଦ କେରଳ ଷ୍ଟୋରୀ'
ମେ 5 (ପ୍ରଥମ ଦିନ)- 8.03 କୋଟି
ମେ 6 (ଦ୍ବିତୀୟ ଦିନ)-11.22 କୋଟି
ମେ୍ 7 (ତୃତୀୟ ଦିନ)- 7 ମଇ 16.00 କୋଟି
ମେ 8 (ଚତୁର୍ଥ ଦିନ)- 10.07 କୋଟି
ମେ 9 (ପଞ୍ଚମ ଦିନ)- 11 କୋଟି
ଫିଲ୍ମ 5 ଦିନ ମଧ୍ୟରେ ମୋଟ ବକ୍ସ ଅଫିସ୍ କଲେକ୍ସନ୍ 56.32 କୋଟି କରିଛି ।
କେରଳ କାହାଣୀ ପ୍ରଥମ ଦିନରେ 8 କୋଟି ଟଙ୍କା ରୋଜଗାର କରିଥିଲା ଏବଂ 2023 ମସିହାରେ ଶାହାରୁଖଙ୍କ ଫିଲ୍ମ ପଠାନ (55 କୋଟି ଟଙ୍କା), ସଲମାନ ଖାନଙ୍କ ଅଭିନୀତ ଫିଲ୍ମ କିସି କା ଭାଇ କିସି କି ଜାନ (15.81 କୋଟି), ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ରୋମାନ୍ସ ଡ୍ରାମା ଫିଲ୍ମ ଟିଜେଏମଏମ (15.7 କୋଟି ଟଙ୍କା) ଏବଂ ଅଜୟ ଦେବଗନଙ୍କ ଅଭିନୀତ ଭୋଲା (11.20 କୋଟି ଟଙ୍କା) ଫିଲ୍ମ ଓପନିଂ ହୋଇଥିଲା । ତେବେ ଫିଲ୍ମ ଦ କେରଳ ଷ୍ଟୋରୀର ପ୍ରଥମ ଦିନର ସଂଗ୍ରହ କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଶେହଜାଦା ଏବଂ ଅକ୍ଷୟ କୁମାର-ଇମ୍ରାନ ହାଶମୀଙ୍କ ସେଲଫି ଠାରୁ ଅଧିକ ରହିଛି ।
ସୂଚନା ଥାଉ କି, ଦ କେରଳ ଷ୍ଟୋରୀ ରିଲିଜର ତୃତୀୟ ଦିନରେ ଅର୍ଥାତ୍ ମେ 7 ରେ ଏହି ଫିଲ୍ମ ସର୍ବାଧିକ 16 କୋଟି ଟଙ୍କା ବ୍ୟବସାୟ କରିଥିଲା । ହ୍ରାସ ଦେଖିବା ପରେ ଫିଲ୍ମ ପୁଣି ଦଶମ ଅଙ୍କରେ ସଂଗ୍ରହ କରିବାରେ ସଫଳ ହୋଇଥିଲା । ବିବାଦ ମଧ୍ୟରେ 'କେରଳ କାହାଣୀ'ର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହା ଆଗାମୀ ଦିନରେ ଅଧିକା ସଫଳତା ହାସଲ କରିବା ସହ ରୋଜଗାର ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି ।
ସୁଦୀପ୍ତୋ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଡନୀ ଏବଂ ସୋନିଆ ବାଲାନି ପ୍ରମୁଖ ଅଭିନୟ କରିଛନ୍ତି । ସେନ୍ଙ୍କ ଫିଲ୍ମ କେରଳ ଷ୍ଟୋରୀର ଟ୍ରେଲରରେ ରାଜ୍ୟର 32,000 ଯୁବତୀ ନିଖୋଜ ହୋଇଯାଇଥିଲେ ଏବଂ ପରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗ ଦେଇଥିବା ଦର୍ଶାଯାଇଥିଲା । ଯାହାକୁ ନେଇ ସମାଲୋଚନା କରାଯିବା ସହ ବିବାଦ ସୃଷ୍ଟି ହୋଇଥିଲା ।