ETV Bharat / entertainment

The Kerala Story: ଫିଲ୍ମ କାହାଣୀ କେତେ ସତ, ପ୍ରମାଣିତ କଲେ ମିଳିବ ଏକ କୋଟିର ପୁରସ୍କାର - 1 Crore Prize Announced for Kerala Story

'ଦ କେରଳ ଷ୍ଟୋରୀ' ଫିଲ୍ମକୁ ନେଇ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମକୁ ନେଇ ମୁସଲିମ୍ ୟୁଥ୍ ଲିଗ୍ ଏକ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛି । ଫିଲ୍ମର ଦର୍ଶାଯାଇଥିବା ତଥ୍ୟକୁ ପ୍ରମାଣିତ କଲେ ଏକ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

'ଦ କେରଳ ଷ୍ଟୋରୀ'  ଫିଲ୍ମ କେତେ ସତ, ପ୍ରମାଣିତ କଲେ ମିଳିବ ଏକ କୋଟିର ପୁରସ୍କାର

author img

By

Published : May 1, 2023, 12:48 PM IST

ଥିରୁଅନନ୍ତପୁରମ: ରିଲିଜ ହେବା ପୂର୍ବରୁ ବିବାଦ ଘେରରେ 'ଦ କେରଳ ଷ୍ଟୋରୀ' ଫିଲ୍ମ । ଆସନ୍ତା 5ରେ 'ଦ କେରଳ ଷ୍ଟୋରୀ' ରିଲିଜ ହେବାକୁ ଯାଉଛି । ନିକଟରେ ଟ୍ରେଲର ରିଲିଜ ହୋଇଛି । ଯାହାକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଏ କାହାଣୀ ସତ ପ୍ରମାଣିତ କଲେ କୋଟିଏ ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଛି ମୁସଲିମ୍ ୟୁଥ୍ ଲିଗ୍ ।

ଏହି ଫିଲ୍ମକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତୀବ୍ର ନିନ୍ଦା କରିବା ସହ ସମାଲୋଚନା କରିଥିଲେ । ଫିଲ୍ମଟି ଏକ ପ୍ରଚାର ଫିଲ୍ମ ବୋଲି କହିବା ସହ ରାଜ୍ୟରେ ନିର୍ବାଚନୀ ରାଜନୀତିରେ ଲାଭ ପାଇବା ପାଇଁ ସଂଗଠନ ପ୍ୟାରୀଙ୍କ ଦ୍ୱାରା ଏହା ସୃଷ୍ଟି କରାଯାଉଥିବା କହିଥିଲେ ସିଏମ । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ମୁସଲିମ୍ ୟୁଥ୍ ଲିଗ୍ ନେତା ପି.କେ ଫିରୋଜ ଏହି ଫିଲ୍ମର ଦାବିକୁ ପ୍ରମାଣ କରିପାରୁଥିବା ଲୋକଙ୍କୁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା ସହ ଫିଲ୍ମ କେରଳ କାହାଣୀକୁ ତୀବ୍ର ସମାଲୋଚନା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରତିକ୍ରିୟା ରଖିଛନ୍ତି ପି.କେ ଫିରୋଜ ।

ପି.କେ ଫିରୋଜ ଫେସବୁକରେ ଏକ ପୋଷ୍ଟ ମାଧ୍ୟମରେ ଏପରି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଲଭ୍ ଜିହାଦ୍ ମାଧ୍ୟମରେ ଧର୍ମକୁ ରୂପାନ୍ତର କରି ସିରିଆକୁ ଆଣିବାର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । କେବଳ ରାଜନୈତିକ ଉଦ୍ଦେଶ୍ୟରେ ଏଭଳି ମିଥ୍ୟା କୁହାଯାଇଛି । ଫିରୋଜ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନଙ୍କ ପାଖରେ ସୂଚନା ରହିଛି ଯେ ଫିଲ୍ମରେ ଦର୍ଶାଯାଇଥିବା ତଥ୍ୟ ସତ୍ୟ ଅଟେ । ଯିଏ ଏହାକୁ ପ୍ରମାଣିତ କରି ୟୁଥ୍ ଲିଗ୍ ଜିଲ୍ଲା କେନ୍ଦ୍ରକୁ ଆଣିବ ତାକୁ ଏକ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ।

ପି.କେ ଫିରୋଜ ଫେସବୁକରେ ଲେଖିଛନ୍ତି, ଏହି ଫିଲ୍ମରେ ଦାବି ହୋଇଛି କି, କେରଳରେ 32,000 ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି । ତେବେ ପ୍ରତ୍ୟେକ ପଞ୍ଚାୟତରେ ଅତି କମରେ 30 ଜଣ ଲୋକ ସେଠାରେ ରହିବା ଉଚିତ୍ । କିନ୍ତୁ ଯେତେବେଳେ ଆମେ କାହାର ଠିକଣା ପଚାରିଥିଲୁ, ସେମାନେ ମୁଣ୍ଡ ନୁଆଁଇ ବସିଥିଲେ, ଯେପରି କିଛି ଶୁଣୁ ନଥିଲେ ।

ତେଣୁ ଯେଉଁମାନେ ଏହି ଦାବିକୁ ପ୍ରମାଣିତ କରିବେ ସେମାନଙ୍କୁ ଏକ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ମୁସଲିମ ୟୁଥ୍ ଲିଗ୍ ଘୋଷଣା କରିଛି । ତେବେ ଯାହା ପାଖରେ ଏହାର ପ୍ରମାଣ ଅଛି, ଏହାକୁ ମୁସଲିମ ୟୁଥ୍ ଲିଗର ଜିଲ୍ଲା କେନ୍ଦ୍ରରେ ଥିବା କାଉଣ୍ଟରରେ ଦାଖଲ କରିପାରିବେ ଏବଂ ଅତି ସହଜରେ ଏକ କୋଟି ପାଇପାରିବେ ।

ସୂଚନା ଥାଉ କି, ଏହି ଫିଲ୍ମଟି ଭିପୁଲ ଅମୃତଲାଲ ଶାହାଙ୍କ ଦ୍ବାରା ନିର୍ମିତ ଏବଂ ସୁଦୀପଟୋ ସେନ୍ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅଦା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.