ETV Bharat / entertainment

UAE ଓ ସିଙ୍ଗାପୁରରେ ରିଲିଜ୍ ହେବ କାଶ୍ମୀର ଫାଇଲ୍ସ, ଜାଣନ୍ତୁ ରିଲିଜ୍ ତାରିଖ

ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ କାଶ୍ମୀର ଫାଇଲ୍ସକୁ ୟୁଏଇ ଏବଂ ସିଙ୍ଗାପୁରରେ ସେନ୍ସରର ମଞ୍ଜୁରୀ ମିଳିଛି । ଏହି ଫିଲ୍ମ 7 ଏପ୍ରିଲରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ

ୟୁଏଇ ଏବଂ ସିଙ୍ଗାପୁରରେ ରିଲିଜ୍ ହେବ କାଶ୍ମୀର ଫାଇଲ୍ସ, ଜାଣନ୍ତୁ ରିଲିଜ୍ ତାରିଖ

author img

By

Published : Apr 1, 2022, 9:56 AM IST

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'କାଶ୍ମୀର ଫାଇଲ୍ସ'କୁ ୟୁଏଇ ଏବଂ ସିଙ୍ଗାପୁରରେ ସେନ୍ସରର ମଞ୍ଜୁରୀ ମିଳିଛି । 'କାଶ୍ମୀର ଫାଇଲ୍ସ'ରେ କାଶ୍ମୀରର ପ୍ରକୃତ ଘଟଣାକୁ ଚିତ୍ରଣ କରାଯାଇଛି, ଯେଉଁଠାରେ ପାକିସ୍ତାନ ସମର୍ଥିତ ଇସଲାମବାଦୀ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ସାମ୍ପ୍ରଦାୟିକ ଅଭିଯାନ ଆରମ୍ଭ ହେବା ପରେ କାଶ୍ମୀର ପଣ୍ଡିତମାନଙ୍କୁ ହତ୍ୟା, ନିର୍ଯାତନା ଦିଆଯାଉଥିଲା ଏବଂ ନିଜ ଦେଶ ଛାଡି ପଳାଇବାକୁ ବାଧ୍ୟ କରାଯାଇଥିଲା । ଲକ୍ଷ ଲକ୍ଷ କାଶ୍ମୀରୀ ହିନ୍ଦୁ ନିଜ ଦେଶରେ ଶରଣାର୍ଥୀ ଭାବରେ ତମ୍ବୁରେ କିପରି ରହୁଛନ୍ତି ତାହା ମଧ୍ୟ ଦର୍ଶାଯାଇଛି ।

ଅଗ୍ନିହୋତ୍ରୀ ବିନା କୌଣସି କଟକଣାରେ ଫିଲ୍ମକୁ ୟୁଏଇ ଏବଂ ସିଙ୍ଗାପୁରରେ ସେନ୍ସର ମଞ୍ଜୁରୀ ପାଇବା ବିଷୟରେ ଖୁସି ଖବର ସେୟାର କରିଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି, 'ଏହା ଏକ ବିରାଟ ବିଜୟ ଯାହା ଆମ ଚଳଚ୍ଚିତ୍ରକୁ ୟୁଏଇର ସେନ୍ସର ବୋର୍ଡରୁ ଅନୁମୋଦନ ମିଳିଛି । 15 ପ୍ଲସ୍ ସହିତ ଏହି ଫିଲ୍ମଟି କୌଣସି କାଟ ବିନା 7 ଏପ୍ରିଲରେ ମୁକ୍ତିଲାଭ କରିବ । ବର୍ତ୍ତମାନ ଏହା ସିଙ୍ଗାପୁରର ପାଳି ।

ସେହି ବିଷୟରେ ନିର୍ଦ୍ଦେଶକ କହିଛନ୍ତି ଯେ, ଭାରତରେ କିଛି ଲୋକ ଏହାକୁ ଇସଲାମୋଫୋବିକ୍ କରୁଛନ୍ତି, କିନ୍ତୁ ଏକ ଇସଲାମିକ ଦେଶ ଏହାକୁ 4 ସପ୍ତାହ ଯାଞ୍ଚ ପରେ 0 କଟ୍ ଏବଂ 15 ବର୍ଷରୁ ଅଧିକ ଦର୍ଶକଙ୍କ ପାଇଁ ପାରିତ କରିଥିବାବେଳେ ଭାରତରେ ଏହା 18 ପ୍ଲସ୍ ଅଟେ । ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲଭି ଯୋଶୀ, ଭାସା ସୁମ୍ବଲି ଏବଂ ଚିନ୍ମୟ ମାଣ୍ଡଲେକର ପ୍ରମୁଖ ଅଭିନୟ କରିଛନ୍ତି । ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ 'ଦି କାଶ୍ମୀର ଫାଇଲ୍ସ' ମାର୍ଚ୍ଚ 11ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.