ETV Bharat / entertainment

Oscars 2023: ଓସ୍କାର ଦୌଡରେ ଦ କାଶ୍ମୀର ଫାଇଲ୍ସ ସମେତ 9 ଭାରତୀୟ ଚଳଚ୍ଚିତ୍ର

author img

By

Published : Jan 11, 2023, 9:49 AM IST

ଭାରତୀୟ ସିନେମା ପାଇଁ ଉପଲବ୍ଧିର ବର୍ଷ ହେବାକୁ ଯାଉଛି ବର୍ଷ 2023 । ଦ କାଶ୍ମୀର ଫାଇଲ୍ସ ସମେତ 9 ଭାରତୀୟ ଚଳଚ୍ଚିତ୍ର ଓସ୍କାର ଦୌଡରେ ସାମିଲ ହୋଇଛି । ଅଧିକ ପଢନ୍ତୁ

Oscars 2023 indian film list
Oscars 2023

ନୂଆଦିଲ୍ଲୀ: ବିଶ୍ବ ଦରବାରରେ ଚମକିବ ଭାରତୀୟ ସିନେମା । ଭାରତୀୟ ସିନେମା ଜଗତ ପାଇଁ ସଫଳତାର ବର୍ଷ ହେବାକୁ ଯାଉଛି 2023 । ଭାରତୀୟ ସିନେମା ପାଇଁ ଉପଲବ୍ଧିର ବର୍ଷ ହେବାକୁ ଯାଉଛି ଚଳିତ ବର୍ଷ । ନୂଆ ବର୍ଷରେ ଭାରତୀୟ କଳାକାରଙ୍କ ପ୍ରତିଭାକୁ ବିଶ୍ବ ଦରବାରରେ ଉପସ୍ଥାପିତ କରିବା ପାଇଁ ବାଟ ଫିଟିଛି । ଓସ୍କାର 2023ରେ ଇତିହାସ ସୃଷ୍ଟି କରିବାକୁ ଯାଉଛି ଭାରତୀୟ ସିନେମା । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ 'ଦ କାଶ୍ମୀର ଫାଇଲ୍ସ' ସମେତ 9ଟି ଭାରତୀୟ ସିନେମାନକୁ ଓସ୍କାର ଏଣ୍ଟ୍ରି ମିଳିଛି । 'ଦ କାଶ୍ମୀର ଫାଇଲ୍ସ'କୁ ଓସ୍କାରରେ ଦୁଇଟି ତାଲିକାରେ ଭାଗ କରାଯାଇଛି । ଗୋଟିଏ ଶ୍ରେଷ୍ଠ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ଅଭିନେତା । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଏହି ଫିଲ୍ମର ପ୍ରମୁଖ ଅଭିନେତା ଅନୁପମ ଖେର ।

'ଦ କାଶ୍ମୀର ଫାଇଲ୍ସ' ସମେତ ଋଷଭ ସେଟ୍ଟୀଙ୍କ କାନ୍ତାରା, ଆର ମାଧବନଙ୍କ ରକେଟ୍ରୀ: ଦ ନମ୍ବି ଇଫେକ୍ଟ, ଆଲିଆ ଭଟ୍ଟଙ୍କ ଅଭିନୀତ ଗଙ୍ଗୁବାଇ, ଆରଆରଆର, ମରାଠୀ ଚଳଚ୍ଚିତ୍ର ବସନ୍ତ ରାଓ, ତୁଝ ସାଥି କହି ହେ, ଇରାଭିନ ନିଝଲ ଏବଂ ବିକ୍ରାନ୍ତ ରୋନା ସାମିଲ ହୋଇଛି । ସେହିପରି ଶ୍ରେଷ୍ଠ ଅଭିନେତା ଶ୍ରେଣୀରେ 'ଦ କାଶ୍ମୀର ଫାଇଲ୍ସ' ପାଇଁ ଅନୁପମ ଖେରଙ୍କୁ ନାମିତ କରାଯାଇଛି । ଏକାଡେମୀ ଅଫ ମୋସନ ଫିକଚର୍ସ ଆର୍ଟ୍ସ ଆଣ୍ଡ ସାଇନସେସ ପକ୍ଷରୁ ଜାରି 301 ଫିଲ୍ମର ତାଲିକାରେ ଏହି 9 ଚଳଚ୍ଚିତ୍ର ସାମିଲ ହୋଇଛି । ପୂର୍ବରୁ ଗୁଜୁରାଟ ଫିଲ୍ମ ଛେଲୋ ସୋ ଏବଂ ତେଲୁଗୁ ଫିଲ୍ମ ଓସ୍କାର ତାଲିକାରେ ସାମିଲ ହୋଇସାରିଥିଲା ।

ଏହା ବି ପଢନ୍ତୁ...Golden Globes ଆୱାର୍ଡ ହାତେଇଲା RRRର ନାଟୁ ନାଟୁ ଗୀତ

ଟ୍ବିଟ କରି ଅନୁପମ ଖେର କହିଛନ୍ତି,'ଦ କାଶ୍ମୀର ଫାଇଲ୍ସ' ଶ୍ରେଷ୍ଠ ଚଳଚ୍ଚିତ୍ର ଓ ମୋ ନାମକୁ ଶ୍ରେଷ୍ଠ ଅଭିନେତା ବିଭାଗରେ ସର୍ଟଲିଷ୍ଟ କରାଯାଇଥିବାରୁ ମୁଁ କୃତଜ୍ଞ । ଏକାଡେମୀ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ ହେବା ଆମ ପାଇଁ ବଡ ସଫଳତା । ଏଥିରେ ସ୍ଥାନ ପାଇ ଥିବା ଅନ୍ୟ ଭାରତୀୟ ସିନେମାକୁ ଅଭିନନ୍ଦନ । ଭାରତୀୟ ସିନେମା କି ଜୟ ହୋ ।'' ସେହିପରି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି । ଭାରତୀୟ ସିନେମା ପାଇଁ ଏକା ଶ୍ରେଷ୍ଠ ବର୍ଷ ବୋଲି କହିଛନ୍ତି ବିବେକ ।

ଏହା ବି ପଢନ୍ତୁ....ଶେଷ ହେଲା ଶାହାରୁଖଙ୍କ ବନବାସ, ଜବରଦସ୍ତ ଆକ୍ସନ ସହ ରିଲିଜ ହେଲା ପଠାନ ଟ୍ରେଲର

95 ତମ ଏକାଡେମୀ ଆୱାର୍ଡ ଚଳିତ ବର୍ଷ ମାର୍ଚ୍ଚ 12 ତାରିଖରେ ଲସ ଏଞ୍ଜେଲସରେ ଅନୁଷ୍ଠିତ ହୋବାକୁ ଯାଉଛି । ଟିଭି ଉପସ୍ଥାପକ ଜିମି କିମେଲ ଚଳିତ ବର୍ଷ ଓସ୍କାର ହୋଷ୍ଟ କରିବେ । ପୂର୍ବରୁ ଭାରତୀୟ ସିନେମା ଭାବେ ମଦର ଇଣ୍ଡିଆ, ସଲାମ ବମ୍ବେ ଏବଂ ଲଗାନ ଚଳଚ୍ଚିତ୍ର ଓସ୍କାର ଦୌଡରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.