ETV Bharat / entertainment

Aparna Nair Death: ଜୀବନ ହାରିଲେ ଜଣାଶୁଣା ଅଭିନେତ୍ରୀ ଅପର୍ଣ୍ଣା ନାୟର, ଘରୁ ମିଳିଲା ମୃତଦେହ

author img

By ETV Bharat Odisha Team

Published : Sep 1, 2023, 11:40 AM IST

ଆଉ ନାହାନ୍ତି ମାଲାୟଲମ୍‌ ଟିଭି ଅଭିନେତ୍ରୀ ଅପର୍ଣ୍ଣା ନାୟର । ଗୁରୁବାର ସନ୍ଧ୍ୟା 7ଟା ସମୟରେ ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ଅଭିନେତ୍ରୀ ଅପର୍ଣ୍ଣା ନାୟର
ଅଭିନେତ୍ରୀ ଅପର୍ଣ୍ଣା ନାୟର

ଥିରୁଅନନ୍ତପୁରମ: ଆଉ ନାହାନ୍ତି ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଅପର୍ଣ୍ଣା ନାୟର । ଗୁରୁବାର ସନ୍ଧ୍ୟା 7ଟା ସମୟରେ ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଅପର୍ଣ୍ଣା ନାୟର ଏକାଧିକ ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ତାଙ୍କ ଦେହାନ୍ତରେ ଦର୍ଶକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ।

ଏହା ମଧ୍ୟ ପଢନ୍ତୁ: ଦୁଇ ଦଶନ୍ଧୀରେ ବଲିଉଡ ଏହି 9 ଫିଲ୍ମ ପାର୍‌ କରିଛି 300 କୋଟି, ସବୁଠୁ ଆଗରେ କିଏ ଜାଣନ୍ତୁ

31 ବର୍ଷିୟା ମାଲାୟଲମ୍‌ ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ମୃତଦେହ ଥିରୁବନନ୍ତପୁରମର କରମାନା ସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ପୋଲିସ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ମାମଲାର ତଦନ୍ତ ଆରମ୍ଭ କରିଛି । ପୋଲିସ ଅଭିନେତ୍ରୀଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିଛି । ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି ।

ଏହା ମଧ୍ୟ ପଢନ୍ତୁ: BFI ଲଣ୍ଡନ ଫିଲ୍ମ ଫେଷ୍ଟିଭାଲରେ ହେବ ‘ଦି ବକିଂହମ୍‌ ମର୍ଡର୍ସ’ର ପ୍ରିମିୟର, କରୀନାଙ୍କ ଖାସ୍‌ ପ୍ରୋଜେକ୍ଟ

ଯାହା ସୂଚନା ରହିଛି, ମୃତ୍ୟୁ ସମୟରେ ଅଭିନେତ୍ରୀଙ୍କ ମାଆ ଏବଂ ଭଉଣୀ ଘରେ ଉପସ୍ଥିତ ଥିଲେ । ପରିବାର ସଦସ୍ୟ ଦେଖିବା ମାତ୍ରେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସେମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ । ତଦନ୍ତ ପାଇଁ ଅଭିନେତ୍ରୀଙ୍କ ମୃତଦେହକୁ ତ୍ରିଭନ୍ଦ୍ରମ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରଖାଯାଇଛି । ଅପର୍ଣ୍ଣାଙ୍କ ସ୍ୱାମୀ ହେଉଛନ୍ତି ସଞ୍ଜିତ । ତାଙ୍କର ତ୍ରାୟା ଏବଂ କ୍ରିତିକା ନାମକ ଦୁଇ ସନ୍ତାନ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: Jawan Trailer: ଶାହରୁଖଙ୍କ ଭାଇରାଲ ଡାଏଲଗ୍‌ର ଜବାବ୍‌ ଦେଲେ ଆଲିଆ, କହିଲେ ପୂରା ଦୁନିଆକୁ ଦରକାର

ଅପର୍ଣ୍ଣା ନାୟରଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ ସେ ମେଗାଥୀର୍ଥମ୍, ମୁଦୁଗୌବ୍‌, ଅଚୟନ୍ସ, କୋଡଥୀ ସମକ୍ଷମ୍ ବାଲାନ୍ ବକିଲ୍, କଲକି ଇତ୍ୟାଦି ଅନେକ ସିନେମାରେ ଅଭିନୟ କରିଥିଲେ । ସେ ଚନ୍ଦନମାଜା ଏବଂ ଆତ୍ମସଖୀ ପରି ଟେଲିଭିଜନ ସିରିଏଲରେ ମଧ୍ୟ ଅଭିନୟ କରିଥିଲେ । ସେ ତାଙ୍କର ଅସାଧାରଣ ଅଭିନୟ ଦକ୍ଷତା ସହିତ ପ୍ରତ୍ୟେକ ଚରିତ୍ରକୁ ଏକ ସ୍ବତନ୍ତ୍ର ଛାପ ଦେବାରେ ସଫଳ ହୋଇଛନ୍ତି। ଜଣେ କଳାକାର ଭାବରେ ସେ ତାଙ୍କ ଚରିତ୍ରମାନଙ୍କୁ ସୂଚାରୁ ଭାବେ ତୁଲାଇଛନ୍ତି । ଅଭିନେତ୍ରୀଙ୍କ ଦେହାନ୍ତରେ ପ୍ରଶଂସକ ଏବଂ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.