ETV Bharat / entertainment

ଆଜିର ଦିନରେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ ସୁସ୍ମିତା, ମନେ ପକାଇଲେ 29 ବର୍ଷ ତଳର କଥା

author img

By

Published : May 21, 2023, 1:04 PM IST

29 ବର୍ଷ ପୂର୍ବେ ସୁସ୍ମିତା ସେନ୍ ପ୍ରଥମ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ । ସେ ପ୍ରଥମ ଭାରତୀୟ ଭାବେ ମିସ୍ ୟୁନିଭର୍ସ ଟାଇତଲ ହାତେଇଥିଲେ । ଐତିହାସିକ ମୁହୂର୍ତ୍ତକୁ ମନେ ପକାଇ ସୁସ୍ମିତା ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇ ଏକ ହୃଦୟସ୍ପର୍ଶୀ ନୋଟ୍ ସହ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ସୁସ୍ମିତା ସେନଙ୍କ ମିସ୍ ୟୁନିଭର୍ସ ଜିତିବାର 29 ବର୍ଷ ପୂର୍ତ୍ତି, ଐତିହାସିକ ମୁହୂର୍ତ୍ତକୁ ମନେ ପକାଇ ହୃଦୟସ୍ପର୍ଶୀ ନୋଟ୍ କଲେ ସେୟାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଜୀବନରେ ମେ’ 21 ଏକ ବିଶେଷ ଦିନ । କାରଣ ସେ 29 ବର୍ଷ ପୂର୍ବେ ଆଜିର ଦିନରେ ସେ ମିସ୍ ୟୁନିଭର୍ସ ଟାଇଟଲ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ତେବେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଐତିହାସିକ ଦିନକୁ ମନେ ପକାଇ ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଛନ୍ତି । ଏଥିସହ ସେ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି ।

ନିଜ ଇନଷ୍ଟାଗ୍ରାମରେ ସୁସ୍ମିତା ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି, "ଏହି ଫଟୋଟି 29 ବର୍ଷ ପୁରୁଣା, ଏପିକ୍ ମ୍ୟାନ୍ ତଥା ଫଟୋଗ୍ରାଫର # ପ୍ରଭୁଡାଦାସଗୁପ୍ତାଙ୍କ ଦ୍ବାରା ସୁଟ୍ ହୋଇଛି । 18 ବର୍ଷ ବୟସରେ ସୋ ମୋର ଏହି ଫଟୋ ଅତି ସୁନ୍ଦର ଭାବରେ ଉଠାଇଥିଲେ । ଏବଂ ହସିବା ସହ ସେ କହିଥିଲେ, ତୁମେ ଅନୁଭବ କର ଯେ ତୁମେ ପ୍ରଥମ ମିସ୍ ୟୁନିଭର୍ସ ଯାହାଙ୍କ ଫଟୋ ମୁଁ ସୁଟ୍ କରିଛି ... ମୁଁ ଗର୍ବର ସହିତ ଯୋଡିଛି, ଏହା ପ୍ରକୃତରେ ଭାରତର ପ୍ରଥମ ମିସ୍ ୟୁନିଭର୍ସ ।

ସେ ଆହୁରି ମଧ୍ୟ କହିଛନ୍ତି, "ମୋ ମାତୃଭୂମି ପାଇଁ ପ୍ରତିନିଧିତ୍ୱ କରିବା ଏବଂ ଏହି ସମ୍ମାନ ଜିତିବା ହେଉଛି ମୋ ପାଇଁ ସୌଭାଗ୍ୟର କଥା। ଆଜି ବି ଏହା ମୋ ଜୀବନରେ ଖୁସିର ଲୁହ ଆଣିଥାଏ ... 29 ବର୍ଷ ପରେ !!! ମୁଁ ଏହି ଦିନଟିକୁ ଗର୍ବର ସହ ପାଳନ କରେ ଏବଂ ଇତିହାସ ସାକ୍ଷୀ, ଭାରତ ପ୍ରଥମ ଥର ପାଇଁ 21 ମେ 1994ରେ ମାନିଲା ଫିଲିପାଇନ୍ସରେ (ମହଲ କିଆ) ଜିତିଥିଲା।

ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏବଂ ଅନେକ କଳାକାର ଏହାକୁ ଲାଇକ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି, "ତୁମେ ଗୋଟିଏ ପାୱାରହାଉସ୍ ..." ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ତୁମେ ସର୍ବଦା ଉତ୍ତମ ମିସ୍ ୟୁନିଭରର୍ସ ହିଁ ରହିବ । ଜଣେ ଲେଖିଛନ୍ତି, "ମିସ୍ ବ୍ରହ୍ମାଣ୍ଡ ହେବାର 29 ତମ ବାର୍ଷିକୀ । ଆପଣ ସର୍ବଦା ଖୁସିରେ ରୁହନ୍ତୁ ।" ଅନେକ ପ୍ରଶଂସକ ପ୍ରତିକ୍ରିୟାରେ ଏକାଧିକ ଲାଲ୍ ହାର୍ଟ ଇମୋଜି ସେୟାର କରିଛନ୍ତି । ସେପଟେ ସୁସ୍ମିତା ତାଙ୍କ ପ୍ରତିକ୍ରିୟାରେ ଲେଖିଛନ୍ତି, "ଭଲପାଇବା, ଏବଂ ସବୁଠାରୁ ସୁନ୍ଦର ବାର୍ତ୍ତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ... ସବୁଦିନ ପାଇଁ ପ୍ରିୟ !!! ମୁଁ ତୁମ ମାନଙ୍କୁ ଭଲ ପାଏ !!!!"

ସୂଚନା ଥାଉ କି, ସୌନ୍ଦର୍ଯ୍ୟ ରାଣୀ ଅଭିନେତ୍ରୀ ସୁସ୍ମିତା ସେନ ବିଶ୍ବର 77ଟି ଦେଶର ପ୍ରତିଯୋଗୀମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ 1994 ରେ ମିସ୍ ୟୁନିଭର୍ସ ଟାଇଟଲ୍ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ । ଏଥିସହ ସେହି ବର୍ଷ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧାଯାଇଥିଲା ।

ସୁସ୍ମିତା ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ସୁସ୍ମିତାଙ୍କୁ ଆର୍ଯ୍ୟ ସିଜନ 3ରେ ଦେଖିବାକୁ ମିଳିବ । ଯାହା OTT ପ୍ଲାଟଫର୍ମ ଡିସ୍ନି ପ୍ଲସ ହଟଷ୍ଟାରରେ ଷ୍ଟ୍ରିମିଂ ହେବ । ଏଥିପୂର୍ବରୁ, ତାଙ୍କୁ ଫିଲ୍ମ ତାଲିରେ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମ ଟ୍ରାନ୍ସଜେଣ୍ଡର ଗୌରୀ ସାୱନ୍ତଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଅଟେ । ସେ 2013ର ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ମାମଲାରେ ଆବେଦନକାରୀଙ୍କ ମଧ୍ୟରୁ ଜଣେ ଥିଲେ, ଯେଉଁଥିରେ ସୁପ୍ରିମକୋର୍ଟ ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ତୃତୀୟ ଲିଙ୍ଗ ଭାବରେ ସ୍ୱୀକୃତି ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.