ETV Bharat / entertainment

ଆତ୍ମହତ୍ୟା ନୁହେଁ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା ! - ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଖବର

ଯେବେଠୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଆସିଛି, ସେବେଠୁ ନେଇ ଆଜି ପର୍ଯ୍ୟନ୍ତ ତାଙ୍କ ଫ୍ୟାନ୍ସ ତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ହତ୍ୟା କରାଯାଇଥିବା ଦାବି ଏବେ ମାମଲାକୁ ପୁଣି ଥରେ ସଙ୍ଗିନ୍‌ କରିଦେଇଛି । ଅଧିକ ପଢନ୍ତୁ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର
author img

By

Published : Dec 26, 2022, 4:58 PM IST

ମୁମ୍ବାଇ: ଆତ୍ମହତ୍ୟା ନୁହେଁ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା ! ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁର ଅଢେଇ ବର୍ଷ ପରେ ଏଭଳି ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଅଭିନେତାଙ୍କ ପୋଷ୍ଟମର୍ଟମ କର୍ମଚାରୀଙ୍କ ସହିତ ସାମିଲ ଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି। ଏହି ବ୍ୟକ୍ତିଙ୍କ ନାମ ରୂପକୁମାର ଶାହା ବୋଲି କୁହାଯାଉଛି ଏବଂ ଦାବି ହେଉଛି ଯେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ଚାଲିଥିବା ସମୟରେ ସେ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ପ୍ରକୋଷ୍ଠରେ ଉପସ୍ଥିତ ଥିଲେ ଏବଂ ଏହି ପ୍ରକ୍ରିୟାରେ ସମ୍ପୃକ୍ତ ଥିଲେ।

ଏହି କାରଣରୁ ରେକର୍ଡ ହୋଇନାହିଁ ପୋଷ୍ଟମର୍ଟମ

ଖବର ଅନୁଯାୟୀ, ରୂପ କୁମାର କହିଛନ୍ତି, "ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ପୋଷ୍ଟମର୍ଟମ ପାଇଁ ପାଞ୍ଚଟି ମୃତଦେହକୁ କପୁର୍ ହସ୍ପିଟାଲ (ମୁମ୍ବାଇ) କୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଭିଆଇପିଙ୍କ ମୃତଦେହ ଥିଲା। ଯେତେବେଳେ ଆମେ ପୋଷ୍ଟମର୍ଟମ ପାଇଁ ଯାଇଥିଲୁ, ସେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ସେ ଥିଲେ ସୁଶାନ୍ତ ସିଂ ରାଜପୁତ। ତାଙ୍କ ଦେହରେ ଅନେକ ଦାଗ ବା ଚିହ୍ନ ଏବଂ ବେକରେ ଦୁଇ-ତିନି ଚିହ୍ନ ରହିଥିଲା। ପୋଷ୍ଟମର୍ଟମ ରେକର୍ଡ ହେବାର ଥିଲା କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷ ଆମକୁ କେବଳ ଶରୀରର ଫଟୋ କ୍ଲିକ୍ କରିବାକୁ କହିଥିଲେ। ତେଣୁ ଆମେ ଯାହା କରିଥିଲୁ, ତାଙ୍କରି ଆଦେଶରେ କରିଥିଲୁ। "

ଏହା ଆତ୍ମହତ୍ୟା ନୁହେଁ, ହତ୍ୟା

ରୂପକୁମାର ଆହୁରି ମଧ୍ୟ କହିଛନ୍ତି, "ଯେତେବେଳେ ମୁଁ ସୁଶାନ୍ତଙ୍କ ମୃତଦେହ ଦେଖିଲି, ମୁଁ ସଙ୍ଗେ ସଙ୍ଗେ ମୋର ସିନିଅରମାନଙ୍କୁ କହିଲି ଯେ, ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା । ମୁଁ ଏପରିକି ସେମାନଙ୍କୁ ନିୟମ ପାଳନ କରିବା ଉଚିତ ବୋଲି କହିଥିଲି । ତଥାପି ମୋର ସିନିଅରମାନେ ମୋତେ ତୁରନ୍ତ ଫଟୋ କ୍ଲିକ୍ କରିବାକୁ ଏବଂ ମୃତଦେହ ପୋଲିସକୁ ଦେବାକୁ କହିଥିଲେ । ସେଥିପାଇଁ ଆମେ ରାତିରେ ପୋଷ୍ଟମର୍ଟମ କରିଥିଲୁ ।" ତେବେ ରୂପକୁମାର ଶାହାଙ୍କ କଥାରେ କେତେ ସତ୍ୟତା ଅଛି, ତାହା କେବଳ ସମୟ କହିବ, କିନ୍ତୁ ଯଦି ଏହା ସତ, ତେବେ ପ୍ରଶ୍ନ ଉଠେ ଯେ ସୁଶାନ୍ତଙ୍କୁ କିଏ ହତ୍ୟା କରିଛି ଏବଂ ଏହାର କାରଣ କ’ଣ ହୋଇପାରେ ?

ଏହା ବି ପଢନ୍ତୁ: Tunisha Postmortem Report: ଗର୍ଭବତୀ ଥିଲେ କି ତୁନିଷା, ସାମ୍ନାକୁ ଆସିଲା ସତ

14 ଜୁନ୍ 2020 ରେ ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ

ଜୁନ୍ 14, 2020 ଅପରାହ୍ନରେ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ହୋଇଥିବାର ଖବର ଆସିବା ପରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା। ତାଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ଆପାର୍ଟମେଣ୍ଟରୁ ମିଳିଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହିଛି। ତେବେ ପରେ ସୁଶାନ୍ତଙ୍କ ପିତା କେ.କେ ସିଂହ ପାଟନାରେ FIR ଦାଖଲ କରି ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅକୁ ହତ୍ୟା କରାଯାଇଛି ଏବଂ ଏଥିପାଇଁ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ । ସୁଶାନ୍ତଙ୍କ ପ୍ରଶଂସକମାନେ ମଧ୍ୟ ସମାନ ଦାବି କରୁଛନ୍ତି। ଏହି ମାମଲା ମୁମ୍ବାଇ ପୋଲିସ ଜରିଆରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED), ନାର୍କୋଟିକ୍ସ ବ୍ୟୁରୋ (NCB) ଏବଂ CBI ପାଖରେ ପହଞ୍ଚିଛି । ବର୍ତ୍ତମାନ ଏହି ମାମଲାର ଫାଇଲ CBI ପାଖରେ ଅଛି ଏବଂ ଏପର୍ଯ୍ୟନ୍ତ ଏଜେନ୍ସି ଏ ବିଷୟରେ କୌଣସି ସୂଚନା ଦେଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.