ETV Bharat / entertainment

3rd Death Anniversary: ମନେ ପଡନ୍ତି ସୁଶାନ୍ତ, ଅଧୁରା ରହିଗଲା 50 ସ୍ବପ୍ନ

author img

By

Published : Jun 14, 2023, 11:24 AM IST

ବଲିଉଡ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଜି 3ୟ ମୃତ୍ୟୁ ବାର୍ଷିକୀ । ଏହି ଅବସରରେ ଅଭିନେତାଙ୍କୁ ମନେ ପକାଇ ଭଉଣୀଙ୍କ ସମେତ ଫ୍ୟାନ୍ସ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଭିନେତାଙ୍କୁ ମୃତ୍ୟୁକୁ ତିନି ବର୍ଷ ବିତିଥିଲେ ସୁଦ୍ଧା ମାମଲା ଉପରୁ ଏଯାଏଁ ଉଠିପାରିନି ପରଦା । ଅଧିକ ପଢନ୍ତୁ

ସୁଶାନ୍ତ ସିଂ ରାଜପୁତଙ୍କ 3ୟ ମୃତ୍ୟୁ ବାର୍ଷିକୀ, ଆଜି ବି ଝୁରୁଛନ୍ତି ଭଉଣୀ ସମେତ ଫ୍ୟାନ୍ସ

ହାଇଦ୍ରାବାଦ: ଆଜି ଅର୍ଥାତ୍ ଜୁନ୍ 14 ହେଉଛି ସୁଶାନ୍ତ ସିଂ ରାଜପୁତଙ୍କ ତୃତୀୟ ମୃତ୍ୟୁ ବାର୍ଷିକୀ । 14 ଜୁନ୍ 2020ରେ, ତାଙ୍କ ମୁମ୍ବାଇ ଘରୁ ଅଭିନେତାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ସୁଶାନ୍ତ ସିଂ ରାଜପୁତ ମାମଲାରେ ଅଭିନେତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପୋଲିସ ତଦନ୍ତରେ ସାମିଲ ହେବାକୁ ପଡିଥିଲା । ଏହି ସମୟରେ ଅଭିନେତ୍ରୀଙ୍କ ଭାଇଙ୍କୁ ମଧ୍ୟ ପୋଲିସ ଏବଂ ଇଡି ପଚରାଉଚରା କରିଥିଲେ । ହେଲେ କିନ୍ତୁ ଆଜି ଯାଏଁ ଏହି ମାମଲାର ତଦନ୍ତ ଚାଲିଛି, କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତାଙ୍କ ପ୍ରଶଂସକଙ୍କ ପାଇଁ ସୁଶାନ୍ତ ସିଂ ଏବେ ବି ଜୀବିତ ଅଛନ୍ତି । ଏଥି ସହିତ ସୁଶାନ୍ତଙ୍କୁ ମନେ ପକାଇ ଭଉଣୀ ସ୍ବେତା ସିଂ ଏକ ସୁନ୍ଦର ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ ତାଙ୍କ ଭାଇଙ୍କ ସ୍ମୃତିରେ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ଅଭିନେତାଙ୍କ ଭଉଣୀ ଲେଖିଛନ୍ତି, ''ଲଭ୍ ୟୁ ଭାଇ, ଏବଂ ତୁମର ବୁଦ୍ଧିମତାକୁ ସଲାମ କରୁଛି । ମୁଁ ତୁମକୁ ପ୍ରତି ମୁହୂର୍ତ୍ତରେ ମନେ ପକାଉଛି, କିନ୍ତୁ ମୁଁ ଜାଣେ ତୁମେ ମୋର ଏକ ଅଂଶ । ତୁମେ ମୋ ନିଃଶ୍ୱାସ ପରି ମୋ ସହ ଜଡିତ ଅଛ ।'' ସେପଟେ ଭଉଣୀଙ୍କ ପୋଷ୍ଟ ଦେଖି ଅଭିନେତାଙ୍କ ପ୍ରଶଂସକଙ୍କ ମଧ୍ୟ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ଆମେ ସମସ୍ତେ ତୁମକୁ ଭଲ ପାଉ ଛୁ।' ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ତୁମେ କେବେ ନ୍ୟାୟ ପାଇବ ? ଜଣେ ଲେଖିଛନ୍ତି, ମୁଁ ଆପଣଙ୍କୁ ପ୍ରତିଦିନ ମନେ ପକାଉଛି।'' ସେପଟେ ସୁଶାନ୍ତଙ୍କ କିଛି ସ୍ବପ୍ନ ରହିଥିଲା । ଯାହା ଏବେ ଅଧୁରା ରହିଯାଇଛି।

ସୁଶାନ୍ତଙ୍କ 50 ଅଧୁରା ସ୍ବପ୍ନ:

1000 ଗଛ ଲଗାଇବା

ଦିଲ୍ଲୀର ଇଞ୍ଜିନିୟରିଂ କଲେଜରେ ଏକ ରାତି ବିତାଇବା

ISROର କର୍ମଶାଳା ପାଇଁ 100 ପିଲାଙ୍କୁ ପଠାଇବା

କୈଲାଶରେ ମେଡିଟେସନ କରିବାଏକ ଚାମ୍ପିଅନ୍ ସହିତ ପୋକର ଖେଳିବା

ପୁସ୍ତକ ଲେଖିବା

CERN ଯିବା

ଅରୋରା ବୋରିଲିସ୍ ରଙ୍ଗ କରିବା

ଭିଏନାରେ ସେଣ୍ଟ ଷ୍ଟିଫେନ୍ କ୍ୟାଥେଡ୍ରାଲ୍ ପରିଦର୍ଶନ

ଭିଜିବଲ୍ ସାଉଣ୍ଡ ଏବଂ କମ୍ପନ ବ୍ୟବହାର ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରିବା

ଏକ ସର୍ଫ ବୋର୍ଡରେ ତରଙ୍ଗ ଚଢିବା

ସ୍ୱାମୀ ବିବେକାନନ୍ଦ ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିବା

କୃତ୍ରିମ ଇଣ୍ଟେଲିଜେନ୍ସରେ କାର୍ଯ୍ୟ କରିବା

ବ୍ରାଜିଲର ନୃତ୍ୟ ଏବଂ ମାର୍ଶଲ ଆର୍ଟ ଫର୍ମ (capoeira) ଶିଖିବା

ଟ୍ରେନ୍ ଯୋଗେ ୟୁରୋପରେ ଭ୍ରମଣ କରିବା

ଅନ୍ୟ ଏକ ନାସା କର୍ମଶାଳାରେ ଯୋଗ ଦେବା

ସେନୋଟ୍ସରେ ଆଗକୁ ବଢିବା

ଜଙ୍ଗଲରେ ଏକ ସପ୍ତାହ ରହିବା

6 ମାସରେ 6ଟି ପ୍ୟାକ୍ ଅବସ୍ ପାଆନ୍ତୁ

ଦୃଷ୍ଟିହୀନମାନଙ୍କୁ କୋଡିଂ ଶିକ୍ଷା ଦେବା

ବୈଦିକ ଜ୍ୟୋତିଷ ବିଷୟରେ ଜ୍ଞାନ ଆହରଣ କରିବା

ଡିଜନିଲ୍ୟାଣ୍ଡକୁ ଯିବା

କ୍ୟାମେରାରେ ଆଗ୍ନେୟଗିରି ଦୃଶ୍ୟ କଏଦ କରିବା

ବିଲରେ କାମ କରିବା

ପିଲାଙ୍କ ଡ୍ୟାନ୍ସ ଶିଖାଇବା

ରେସ୍ନିକ୍-ହଲିଡାଇର ପୁସ୍ତକ ପୁରା ପଢିବା

ପଲିନେସିଆନ୍ ଜ୍ୟୋତିର୍ବିଜ୍ଞାନ ବୁଝିବା

ଗିଟାର ଶିଖିବା ଏବଂ ଏଥିରେ ପ୍ରିୟ 50 ଟି ଗୀତ ବଜାଇବା

ଲମ୍ବୋର୍ଗିନି କିଣିବା

LIGO ପରିଦର୍ଶନ କରିବା

ହର୍ଷ ରାଇଡିଂ

ପ୍ରାୟ 10ଟି ବିଭିନ୍ନ ନୃତ୍ୟ ଶୈଳୀ ଶିଖିବା

ମାଗଣା ଶିକ୍ଷା ପାଇଁ କାର୍ଯ୍ୟ କରିବା ଏକ ବିଶାଳ ଟେଲିସ୍କୋପରେ ଆଣ୍ଡ୍ରୋମେଡା ଗାଲାକ୍ସି ଦେଖିବା ଏବଂ ଅଧ୍ୟୟନ କରିବା

କ୍ରିୟା ଯୋଗ ଶିଖିବା

ଆଣ୍ଟାର୍କଟିକା ପରିଦର୍ଶନ କରିବା

ମହିଳାଙ୍କୁ ଆତ୍ମରକ୍ଷା ପାଇଁ ତାଲିମ ଦେବା

ସୂଚନା ଥାଉ କି, ଜୁନ୍ 14, 2020 ରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମଦତ୍ୟାଜନିତ ମୃତ୍ୟୁ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ବଲିଉଡ ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଥିଲା । ଏଥିସହିତ ସୁଶାନ୍ତଙ୍କ ମୃତ୍ୟୁର କାରଣ ବଲିଉଡରେ ନେପୋଟିଜିମ ଚାଲିଥିବା କହି ପ୍ରଶଂସକମାନେ ସଲମାନ ଖାନ ଏବଂ କରନ ଜୋହରଙ୍କ ସମେତ ଅନେକ ତାରକାଙ୍କୁ ଟାର୍ଗେଟ କରିଥିଲେ। ଏହି ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଛନ୍ଦି ହୋଇଥିଲେ । ଅଭିନେତ୍ରୀଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ପ୍ରାୟ ତିନି ବର୍ଷ ବିତିଗଲାଣି । ବିହାର ପୋଲିସଠାରୁ ଇଡି ଏବଂ ସିବିଆଇ ଏବଂ ଏନସିବି ପର୍ଯ୍ୟନ୍ତ ଏହି ମାମଲାର ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ସଠିକ୍ ନିଷ୍ପତ୍ତି ହୋଇନାହିଁ । ତେବେ କେବେ ଅଭିନେତାଙ୍କୁ ନ୍ୟାୟ ମିଳୁଛି ତାହାରି ଅପେକ୍ଷା ରହିଛନ୍ତି ପରିବାର ଲୋକେ ଏବଂ ଫ୍ୟାନ୍ସ।

ବଲିଉଡ ତାରକାମାନଙ୍କ ମଧ୍ୟରୁ ସୁଶାନ୍ତ ସିଂ ରାଜପୁତ ଅନ୍ୟତମ, ଯିଏ ଖୁବ୍ କମ୍ ବୟସରେ ଅନେକ ସଫଳତା ହାସଲ କରିଥିଲେ । ସୁଶାନ୍ତ ସିଂ ରାଜପୁତ ପ୍ରଥମେ ଛୋଟ ପରଦାରେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ । ସେ ଏକତା କପୁରଙ୍କ ଟିଭି ଶୋ 'ପବିତ୍ର ରିସ୍ତା'ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଶୋ’ରେ ତାଙ୍କ ସହ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମୁଖ୍ୟ ଭୂମିକାରେ ଥିଲେ। ଏହି ସିରିଏଲରେ ତାଙ୍କର ପ୍ରଦର୍ଶନକୁ ବହୁତ ପ୍ରଶଂସା କରାଯାଇଥିଲା । ଏହି ଶୋ' ହିଟ ରହିଥିଲା। ଏପରିକି ଆଜି ବି ଲୋକେ ଏହାକୁ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି ।

ଏଥିସହ ସେ ଅନେକ ମହାନ ଚଳଚ୍ଚିତ୍ର ମଧ୍ୟ ଅଭିନୟ କରିଥିଲେ, ଯାହା ବକ୍ସ ଅଫିସରେ ବହୁତ ରୋଜଗାର କରି ହିଟ ହୋଇଥିଲା। 2013ରେ 'କାଇ ପୋ ଚେ' ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ହିଟ ହେବା ସହ ଅଧିକ ଆୟ କରିଥିଲା। ପରେ ପରେ ସୁଦ ଦେଶୀ ରୋମାନ୍ସ, ପିକେ, ଏମ ଏସ ଧୋନି, ରାବତା, କେଦାରନାଥ ଭଳି ଅନେକ ଫିଲ୍ମର ନିଜ ଅଭିନୟ ଯାଦୁ ଦେକାଇ ଦର୍ଶକଙ୍କ ମନ ଜିତିଥିଲେ । ତାଙ୍କ ଶେଷ ଫିଲ୍ମ ଥିଲା 'ଦିଲ ବେଚେରା'। ଯାହା 2020ରେ ରିଲିଜ ହୋଇଥିଲା। ଏବଂ ଅଧିକ ରୋଜଗାର କରି ହିଟ୍ ହୋଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.