ETV Bharat / entertainment

Surya Birthday: ଫ୍ୟାନ୍ସଙ୍କୁ ଜନ୍ମଦିନ ଭେଟି, ସୁରିୟାଙ୍କ ଆଗାମୀ ଫିଲ୍ମ 'କଙ୍ଗୁୱା'ର ପ୍ରଥମ ଝଲକ ଆଉଟ୍

author img

By

Published : Jul 23, 2023, 1:40 PM IST

ସାଉଥ ଲୋକପ୍ରିୟ ଅଭିନେତା ସୁରିୟା ଶିବକୁମାର ଆଜି ତାଙ୍କ 48ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ସୁରିୟାଙ୍କ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି ନିର୍ମାତା । ଅଭିନେତାଙ୍କ ଆଗାମୀ ଫିଲ୍ମ 'କଙ୍ଗୁୱା'ରୁ ପ୍ରଥମ ଝଲକ ସେୟାର ହୋଇଛି । ଅଧିକ ପଢନ୍ତୁ

ଫ୍ୟାନ୍ସଙ୍କୁ ଜନ୍ମଦିନ ଭେଟି, ସୁରିୟାଙ୍କ ଆଗାମୀ ଫିଲ୍ମ 'କଙ୍ଗୁୱା' ର ପ୍ରଥମ ଝଲକ ଆଉଟ୍

ହାଇଦ୍ରାବାଦ: ଆଜି ସାଉଥ ସୁପରଷ୍ଟାର ସୂର୍ଯ୍ୟ ଶିବକୁମାରଙ୍କ 48 ତମ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ନିର୍ମାତାମାନେ ଆଗାମୀ ଚଳଚ୍ଚିତ୍ର 'କଙ୍ଗୁୱା'ର ପ୍ରଥମ ଝଲକ ସେୟାର କରିଛନ୍ତି, ଯେଉଁଥିରେ ସୁରିୟାଙ୍କୁ ଏକ ଭୟଙ୍କର ରୂପରେ ଦେଖିବାକୁ ମିଳୁଛି । କଙ୍ଗୁୱାଙ୍କର 2 ମିନିଟର ଏହି ପ୍ରିଭ୍ୟୁ ସୋସିଆଲ ମିଡିଆରେ ରିଲିଜ ହୋଇଛି । ତେବେ ଏହାକୁ ଫ୍ୟାନ୍ସକୁ ବେଶ ଲାଇକ କରିବା ସହ ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

କଙ୍ଗୁୱାର ପ୍ରିଭ୍ୟୁ ଜଙ୍ଗଲରେ ଏକ ଯୁଦ୍ଧକ୍ଷେତ୍ରରୁ ଆରମ୍ଭ ହୁଏ, ଯେଉଁଠାରେ ପ୍ରତିଦ୍ୱନ୍ଦ୍ୱୀ ଜନଜାତିର ଜଣେ ବ୍ୟକ୍ତି ଅନେକ ଲୋକଙ୍କୁ ମାରିଥାଏ। ତାଙ୍କର ଲକ୍ଷ୍ୟ ହେଉଛି ଶାସନ ଉପରେ କବଜା କରିବା । ଦୂରତାରେ ଜଣେ ମୁଖା ପିନ୍ଧିଥିବା ବ୍ୟକ୍ତି ଠିଆ ହୋଇଛନ୍ତି, ଯିଏ ନିଆଁରେ ଜଳୁଥିବା ବର୍ଚ୍ଛା ଫିଙ୍ଗି ଆକ୍ରମଣ କରନ୍ତି । ଏହା ପରେ ଏହି ବ୍ୟକ୍ତି ପଳାୟନ କରେ ଏବଂ ମୁଖା ଖୋଲିଥାଏ । ସେ ନିଜକୁ କାଙ୍ଗୁୱା ଭାବରେ ପରିଚିତ କରନ୍ତି । ଏହି ଚଳଚ୍ଚିତ୍ରରେ ସୁରିୟା ଶକ୍ତିଶାଳୀ ଆଦିବାସୀ ନେତା 'କଙ୍ଗୁୱା' ଭାବରେ ଅଭିନୟ କରନ୍ତି, ଯିଏ ଶାସନ କରେ ଏବଂ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥାଏ ।

ଏହି ଭିଡିଓ ରିଲିଜ ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ ବଢିଯାଇଛି । ସୋସିଆଲ ମିଡିଆରେ ଫ୍ୟାନ୍ସ ଭିଡିଓ ସେୟାର କରି ଅନେକ ପ୍ରତିକ୍ରିୟା ଦେବା ସହ ସୁରିୟାଙ୍କ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି: "ତେଲୁଗୁ ରାଜ୍ୟର ଗୋଟିଏ ପ୍ରେକ୍ଷାଳୟରେ ଏହି ଫିଲ୍ମର ପ୍ରିଭ୍ୟୁ ଦେଖାଯାଇଥିଲା । ସ୍କ୍ରିନିଂ ପରେ ଦର୍ଶକଙ୍କ ପ୍ରତିକ୍ରିୟା ଭଲ ରହିଛି । ସର୍ବଦା ସୁରିଆ ରାଜା । ହାପି ବର୍ଥ ଡେ ସୁରିୟା ।' ଅନ୍ୟ ଜଣେ ଲେଖିଛନ୍ତି, ଫିଲ୍ମର 'ଲିରିକ୍ସ, ମ୍ୟୁଜିକ ଏବଂ ସ୍ବର ଫାୟାର ଅଟେ । ହାପି ବର୍ଥ ଡେ ସୁରିୟା।'

ଏହା ମଧ୍ୟ ପଢନ୍ତୁ: ରିଲିଜ ହେଲା ସୁରିୟାଙ୍କ ଆଗାମୀ ଫିଲ୍ମର ଟିଜର ଓ ଟାଇଟଲ

'କଙ୍ଗୁୱା'ରେ ସୁରିଆ ଦୁଇଟି ଭିନ୍ନ ଚରିତ୍ରରେ ଅଭିନୟ କରିବେ । ପ୍ରଡକ୍ସନ୍ ଟିମ୍ ବର୍ଷ ଶେଷ ସୁଦ୍ଧା ପ୍ରଥମ ଚଳଚ୍ଚିତ୍ରର ସୁଟିଂ ଶେଷ କରିବ। ଏହି ଫିଲ୍ମ 2024ରେ 2D ଏବଂ 3D ରେ ମୁକ୍ତିଲାଭ କରିବ । ସିରୁଥାଇ ସିଭାଙ୍କ ଦ୍ୱାରା ନିର୍ଦ୍ଦେଶିତ 'କାଙ୍ଗୁୱା' ଏକ ମନୋରଞ୍ଜନ ଭରପୁର ଫିଲ୍ମ ବୋଲି କୁହାଯାଉଛି । ଏହି ଫିଲ୍ମରେ 9ମ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତର କାହାଣୀକୁ ଦର୍ଶାଯାଇଛି । ସୁପରଷ୍ଟାର ସୁରିଆ ଶିବକୁମାରଙ୍କ ଫିଲ୍ମରେ ବଲିଉଡ ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, କିଙ୍ଗସଲି, କୋଭାଇ ସରଲା, ଆନନ୍ଦ ରାଜଙ୍କ ପରି ଷ୍ଟାରମାନେ ଅଭିନୟ କରିବେ । ଏହି ଫିଲ୍ମ ପାନ ଇଣ୍ଡିଆ ସ୍ତରରେ ରିଲିଜ କରିବ । ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ 10 ଟି ଭାଷାରେ 3Dରେ ରିଲିଜ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.