ନୂଆଦିଲ୍ଲୀ: ବଲିଉଡ ବାଦଶାହା ଶାହରୁଖ ଖାନଙ୍କୁ ବଡ ଆଶ୍ବସ୍ତି । 2017ରେ ଭଦୋଦରା ରେଳ ଷ୍ଟେସନରେ ଗହଳି ଜମାଇବା ମାମଲାରେ ଶାହାରୁଖ ଖାନଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ବସ୍ତି ମିଳିଛି । ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି । ଜଷ୍ଟିସ ଅଜୟ ରସ୍ତୋଗି, ଜଷ୍ଟିସ ସି.ଟି ରବି କୁମାରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହା ସ୍ପଷ୍ଟ କରିଛନ୍ତି ।
2017ରେ ଗୁଜୁରାଟ ଭଦୋଦାର ରେଳ ଷ୍ଟେସନରେ ଗହଳି ଜମାଇବା ମାମଲାରେ ଶାହାରୁଖ ଖାନଙ୍କ ବିରୋଧରେ ଏକ ମାମଲା ହୋଇଥିଲା । ଚଳିତ ବର୍ଷ ଏପ୍ରିଲ 27ରେ ଗୁଜୁରାଟ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା । ଶାହରୁଖଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାକୁ କୋର୍ଟଙ୍କ ପକ୍ଷରୁ ଖାରଜ କରାଯାଇଥିଲା । ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ମାତ୍ର ଗୁଜୁରାଟ ହାଇକୋର୍ଟ ନେଇଥିବା ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି ।
ଅନ୍ୟ ନାଗରିକଙ୍କ ପରି ସେଲିବ୍ରିଟିଙ୍କ ଅଧିକାର ରହିଛି ଏବଂ ଏହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅଭିନେତା ଶାହରୁଖ ଖାନଙ୍କ ବିରୋଧରେ 2017 ମସିହାରେ ହୋଇଥିବା ଅଭିଯୋଗରେ ଅପରାଧିକ ମାମଲା ରୁଜୁ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଷ୍ଟେସନରେ ହୋଇଥିବା ଭିଡ ପାଇଁ ଶାହରୁଖଙ୍କର କଣ ଭୁଲ ବୋଲି କହିଥିଲେ ସୁପ୍ରିମକୋର୍ଟ ।
ଏହା ବି ପଢନ୍ତୁ....200 Crore Extortion Case: ସିଂହଳ ସୁନ୍ଦରୀଙ୍କୁ ଆଶ୍ବସ୍ତି, ମିଳିଲା ଅନ୍ତରୀଣ ଜାମିନ
ପ୍ରକାଶ ଥାଉ କି, 2017 ଜାନୁଆରେ 23ରେ ଫିଲ୍ମ 'ରଇଜ'ର ପ୍ରମୋସନ ପାଇଁ ଶାହାରୁଖ ମୁମ୍ବାଇରୁ ଦିଲ୍ଲୀ ଯାଉଥିଲେ । ଏହି ସମୟରେ ସେ ଏକ ଟ୍ରେନ ବୁକ କରିଥିଲେ । ପ୍ରକକ୍ସନ ଟିମ ସହ ଶାହାରୁଖ ଯାତ୍ରା କରୁଥିବା ସମୟରେ ରେଳ ଷ୍ଟେସନରେ ଭିଡ ଜମିଥିଲା । ସମୟ ବଢିବା ସହ ଭିଡ ଅଧିକ ହୋଇଥିଲା । ଭିଡରେ ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏ ନେଇ ଶାହାରୁଖଙ୍କ ବିରୋଧରେ ଜିତେନ୍ଦ୍ର ମଧୁଭାଇ ସୋଲାଙ୍କ ଅଭିଯୋଗ କରିଥିଲେ ।