ETV Bharat / entertainment

ଏହି ରୋଗ ପାଇଁ ସ୍କ୍ରିପ୍ଟ ପଢିପାରୁନଥିଲେ ସନ୍ନି ଦେଓଲ, ଟ୍ରୋଲ କରୁଥିଲେ ଲୋକେ

author img

By ETV Bharat Odisha Team

Published : Dec 11, 2023, 3:54 PM IST

Sunny Deol Suffering From Dyslexia: ନିକଟରେ ସନ୍ନି ଦେଓଲ ଡାଇଲଗ କହିପାରୁନଥିବା ନେଇ ଟ୍ରୋଲର ଶିକାର ହୋଇଛନ୍ତି । ତେବେ ସେ କାହିଁକି ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତାହାର ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

ଏହି ରୋଗ ଯୋଗୁଁ ସ୍କ୍ରିପ୍ଟ ପଢିପାରୁନଥିଲେ ସନ୍ନି ଦେଓଲ, ଟ୍ରୋଲ କରୁଥିଲେ ଲୋକେ

ହାଇଦ୍ରାବାଦ: ୨୨ ବର୍ଷ ପରେ 'ଗଦର ୨' ସହ ଚଳିତ ବର୍ଷ ସନ୍ନି ଦେଓଲ ପରଦାକୁ ଫେରିଛନ୍ତି । ଏହି ଫିଲ୍ମ ଦର୍ଶକଙ୍କ ମନ ଜିତିବା ସହ ବ୍ଲକବ୍ଲଷ୍ଟର ହୋଇଥିଲା । ଏହି ଫିଲ୍ମ ୬୮୬ କୋଟି ଟଙ୍କାର ବିଶ୍ବବ୍ୟାପୀ କଲେକ୍ସନ କରିଥିବାବେଳେ ଘରୋଇ ବକ୍ସ ଅଫିସରେ ଏହା ମୋଟ ୫୨୫.୭ କୋଟି ଟଙ୍କା ଆୟ କରି ସଫଳତା ହାସଲ କରିଛି । ସନ୍ନି ଦେଓଲ୍ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ଆଜିକାଲି ବ୍ୟସ୍ତ ଅଛନ୍ତି । ଏହି ସମୟରେ ଅଭିନେତା ପ୍ରକାଶ କରିଛନ୍ତି ଯେ ଚଳଚ୍ଚିତ୍ରର ସଂଳାପ ପଢିବା ତାଙ୍କ ପାଇଁ କିପରି କଷ୍ଟକର କାମ । ଏଥିସହ ଏଥିପାଇଁ ତାଙ୍କୁ କିପରି ଟ୍ରୋଲ କରାଯାଇଥିଲା ସେ ନେଇ ମଧ୍ୟ ଖୁଲାସା କରିଛନ୍ତି।

ଏକ ସାକ୍ଷାତକାରରେ ସନ୍ନି ଦେଓଲ କହିଛନ୍ତି ଯେ, ସେ ଡାଇଲଗ ଗୁଡ଼ିକୁ ସଠିକ୍ ଭାବରେ ପଢିବାରେ ଅସମର୍ଥ । ଏହାର କାରଣ ହେଉଛି ସେ ଡିସ୍ଲେକ୍ସିଆରେ ପୀଡିତ । ସନ୍ନି କହିଛନ୍ତି, 'ମୁଁ ଡିସ୍ଲେକ୍ସିକ୍, ତେଣୁ ମୁଁ ସଠିକ୍ ଭାବରେ ପଢି ଲେଖି ପାରିବି ନାହିଁ ଏବଂ ପିଲାଦିନରୁ ଏହା ମୋର ସମସ୍ୟା ହୋଇଆସୁଛି । ପ୍ରଥମେ ଆମେ ଜାଣି ନଥିଲୁ ଏହା କ'ଣ ଏବଂ ଲୋକମାନେ ଭାବୁଥିଲେ, ଇଏ ଜଣେ ଡଫର୍ ବ୍ୟକ୍ତି । ମୁଁ ସବୁବେଳେ ହିନ୍ଦୀରେ ମୋର ସଂଳାପ ପାଇଥାଏ ଏବଂ ମୁଁ ଏହାକୁ ପଢିବାକୁ ସମୟ ନେଇଥାଏ ।

ପୂର୍ବରୁ ଆଉ ଏକ ସାକ୍ଷାତକାରରେ ସନ୍ନି ଦେଓଲ୍ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ଭଳି ତାଙ୍କ ପୁଅ ରାଜବୀର ଦେଓଲ୍ ମଧ୍ୟ ତାଙ୍କ ପିଲାଦିନରୁ ଡିସ୍ଲେକ୍ସିଆରେ ପୀଡିତ ଥିଲେ । ଚଳଚ୍ଚିତ୍ରରେ ତାଙ୍କ ଚରିତ୍ରରେ ଅଭିନୟ କରିବା ବିଷୟରେ ଅଭିନେତା କହିଛନ୍ତି ଯେ 'ସେ ଚରିତ୍ରର ଆତ୍ମାକୁ ବୁଝି ସେହି ଭୂମିକାରେ ଅଭିନୟ କରନ୍ତି । ଯଦି ତୁମେ ଏକ ଜୀବନୀ ଚରିତ୍ରରେ ଅଭିନୟ କରୁଛ, ତାହା ଅଲଗା । କିନ୍ତୁ ତଥାପି ବର୍ଡର ଭଳି ଏକ ଚଳଚ୍ଚିତ୍ରରେ ଯେଉଁ ଠାରେ ମୁଁ ବ୍ରିଗେଡିୟର୍ କୁଲଦୀପ ସିଂ ଚନ୍ଦପୁରୀ ଭୂମିକାରେ ଅଭିନୟ କରିଥିଲି, ମୁଁ ତାଙ୍କୁ ଅନୁକରଣ କରି ନାହିଁ।' ସନ୍ନି କହିଛନ୍ତି ଯେ ସେ ଚରିତ୍ରକୁ ବୁଝିଥିଲେ ଏବଂ ଏହାକୁ ନିଜ ପଦ୍ଧତିରେ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 3 ଶହ କୋଟି କ୍ଲବରେ ଗଦର-2: ବର୍ଡର-୨ ନିର୍ମାଣ ନେଇ ଏହା କହିଲେ ସନ୍ନି, ଜାଣନ୍ତୁ

ସନ୍ନି ଦେଓଲଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଖୁବଶୀଘ୍ର ସନ୍ନିଙ୍କୁ 'ସଫର', 'ଲାହୋର' ଏବଂ 'ବାପ' ଭଳି ଫିଲ୍ମରେ ନଜର ଆସିବେ । ଏହା ବ୍ୟତୀତ ରିପୋର୍ଟ ଅନୁସାରେ, ସେ 'ବର୍ଡର ୨' ରେ ମଧ୍ୟ ନଜର ଆସିପାରନ୍ତି । କୁହାଯାଉଛି କି, ଏହି ଫିଲ୍ମର ସୁଟିଂ ୨୦୨୪ ରେ ଆରମ୍ଭ ହେବ । ଏହା ମଧ୍ୟ କୁହାଯାଉଛି ଯେ, ଏହି ଫିଲ୍ମରେ ସନ୍ନି ଦେଓଲଙ୍କ ବ୍ୟତୀତ ଆଯୁଷ୍ମାନ ଖୁରାନାଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.