ETV Bharat / entertainment

ବଙ୍ଗଳା ନିଲାମ ପ୍ରସଙ୍ଗ: ଏହା ମୋର ବ୍ୟକ୍ତିଗତ ମାମଲା, କୌଣସି ମନ୍ତବ୍ୟ ଦେବାକୁ ଚାହେଁନି କହିଲେ ସନ୍ନି

ମୁହଁ ଖୋଲିଲେ ଅଭିନେତା ତଥା ବିଜେପି ନେତା ସନ୍ନି ଦେଓଲ । ବଙ୍ଗଳା ନିଲାମୀ ନୋଟିସ୍‌ ପ୍ରତ୍ୟାହାର ନେଇ କହିଲେ, ଏହା ତାଙ୍କର ବ୍ୟକ୍ତିଗତ ମାମଲା, ତେଣୁ ଏହା ଉପରେ ସେ କୌଣସି ବୟାନ ଦେବେ ନାହିଁ । ଅଧିକ ପଢନ୍ତୁ

ବଙ୍ଗଳା ନିଲାମ ପ୍ରସଙ୍ଗ
ବଙ୍ଗଳା ନିଲାମ ପ୍ରସଙ୍ଗ
author img

By

Published : Aug 22, 2023, 11:51 AM IST

ମୁମ୍ବାଇ: ବଙ୍ଗଳା ନିଲାମୀ ନୋଟିସ୍‌ ପ୍ରତ୍ୟାହାର ନେଇ ମୁହଁ ଖୋଲିଲେ ଅଭିନେତା ତଥା ବିଜେପି ନେତା ସନ୍ନି ଦେଓଲ । ଏହା ତାଙ୍କର ବ୍ୟକ୍ତିଗତ ମାମଲା ହୋଇଥିବାରୁ ସେ ଏହା ଉପରେ କୌଣସି ବୟାନ ଦେବେ ନାହିଁ କହିଲେ ସନ୍ନି । ଅଭିନେତା ସନ୍ନିଙ୍କ ଉପରେ ବ୍ୟାଙ୍କର ଏକ ବଡ଼ ଋଣ ଥିଲା । ଏହାକୁ ଆଦାୟ କରିବାକୁ ସନ୍ନିଙ୍କର ମୁମ୍ବାଇରେ ଥିବା ‘ଜୁହୁ’ ବଙ୍ଗଳାକୁ ନିଲାମ କରିବ ବୋଲି ବ୍ୟାଙ୍କ ତରଫରୁ ନୋଟିସ ଜାରି କରାଯାଇଥିଲା । ବ୍ୟାଙ୍କ୍‌ର ଲୋନ୍‌ ଓ ସୁଧ ମିଶି ସନ୍ନି ୫୬ କୋଟି ଟଙ୍କା ଶୁଝି ନଥିବା ନୋଟିସ୍‌ରେ ଉଲ୍ଲେଖ ଥିଲା । ମାତ୍ର ନୋଟିସ ଜାରି କରିବାର 24 ଘଣ୍ଟା ମଧ୍ୟରେ ଏହି ନିଷ୍ପତ୍ତି ବଦଳାଇ ନିଲାମ ଉପରେ ପ୍ରତିବନ୍ଧକ ଲଗାଇଥିଲା ବ୍ୟାଙ୍କ୍‌ ।

ଏହା ମଧ୍ୟ ପଢନ୍ତୁ: ବଡ ଘୋଷଣା କଲେ ସନ୍ନି ଦେଓଲ, 2024 ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେନି

ନିଲାମୀ ନୋଟିସ୍‌କୁ ନେଇ ସନ୍ନି ଦେଓଲ କହିଛନ୍ତି, ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହେଁ ନାହିଁ । ଏହା ମୋର ବ୍ୟକ୍ତିଗତ ବିଷୟ, ମୁଁ ଯାହା ବି କହିବି, ଲୋକମାନେ ତାହାର ଭୁଲ ଅର୍ଥ ବାହାର କରିବେ । ସନ୍ନି ୫୬ କୋଟି ଟଙ୍କାର ଋଣ ଶୁଝିବାରେ ବିଫଳ ହୋଇଥିବାରୁ ସେପ୍ଟେମ୍ବର ୨୫ରେ ତାହାକୁ ନିଲାମ କରିବା ଲାଗି ବ୍ୟାଙ୍କ ଅଫ୍‌ ବରୋଦା ଏକ ନୋଟିସ୍‌ ଜାରି କରିଥିଲା। ଚବିଶ ଘଣ୍ଟା ଭିତରେ ସେହି ନୋଟିସ୍‌କୁ ବ୍ୟାଙ୍କ ପ୍ରତ୍ୟାହାର କରିନେଇଥିଲା। କମ୍ପ୍ୟୁଟର୍‌ଜନିତ ତ୍ରୁଟି ବା ‘ଟେକ୍‌ ଗ୍ଲିଚ୍‌’ ଯୋଗୁଁ ଅଭିନେତା ସନ୍ନି ଦେଓଲଙ୍କ ଜୁହୁ ସ୍ଥିତ ବଙ୍ଗଳା ‘ଇ-ଅକ୍ସନ୍‌’ ତାଲିକାଭୁକ୍ତ ହୋଇଥିବା ଦର୍ଶାଇ ବ୍ୟାଙ୍କ୍‌ ଅଫ୍‌ ବରୋଦା ତାହାକୁ ପ୍ରତ୍ୟାହାର କରିଥିବା କଥା ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ: ନିଲାମ ହେବନି ସନ୍ନିଙ୍କ ବଙ୍ଗଳା, 24 ଘଣ୍ଟା ମଧ୍ୟରେ ନୋଟିସ୍‌ ଫେରାଇଲା ବ୍ୟାଙ୍କ୍‌

ବ୍ୟାଙ୍କ ଦେଇଥିବା ବିଜ୍ଞାପନରେ ଅଜୟ ସିଂହ ଦେଓଲଙ୍କ ନାମ ରହିଥିଲା, ଯାହା ହେଉଛି ସନ୍ନି ଦେଓଲଙ୍କ ଅସଲି ନାମ । ଏଥି ସହିତ ତାଙ୍କ ବାପା ତଥା ଅଭିନେତା ଧର୍ମେନ୍ଦ୍ରଙ୍କ ନାମ ମଧ୍ୟରେ ବିଜ୍ଞାପନରେ ଥିଲା । ଏହି ବଙ୍ଗଳାରୁ ସନ୍ନି ନିଜର ବ୍ୟବସାୟ ପରିଚାଳନା କରୁଥିଲେ । ଏହି ଘରର ବେସ୍ ପ୍ରାଇସ ୫୧.୪୩ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା । ସେଥିରେ ଦୁଇଟି ପୋଷ୍ଟ୍‌-ପ୍ରଡକ୍ସନ ୟୁନିଟ୍, ଏକ କାର୍ଯ୍ୟାଳୟ, ଏକ ପ୍ରିଭ୍ୟୁ ଥିଏଟର ଓ ରେକର୍ଡିଂ ଷ୍ଟୁଡିଓ ରହିଛି । ତେବେ ଗଦର-୨ର ସଫଳତା ପାଇଁ ଚର୍ଚ୍ଚାରେ ଥିବା ସନ୍ନି ଦେଓଲଙ୍କ ପାଇଁ ଏହା ବଡ଼ ଝଟକା ବୋଲି କୁହାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.