ETV Bharat / entertainment

ବଲିଉଡରେ ଏଣ୍ଟ୍ରି କଲେ ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର, ଫିଲ୍ମର ପୋଷ୍ଟର ରିଲିଜ

author img

By

Published : Jul 24, 2023, 12:58 PM IST

ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲ ବଲିଉଡରେ ଏଣ୍ଟ୍ରି କରିଛନ୍ତି । ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର ଗଦର ୨ ରିଲିଜ ହେବା ପୂର୍ବରୁ ସାନପୁଅ ରାଜବୀରଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ,

ବଲିଉଡରେ ଏଣ୍ଟ୍ରି କଲେ ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର, ଫିଲ୍ମର ପୋଷ୍ଟର ରିଲିଜ
ବଲିଉଡରେ ଏଣ୍ଟ୍ରି କଲେ ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର, ଫିଲ୍ମର ପୋଷ୍ଟର ରିଲିଜ

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ତାରକା ସନ୍ନି ଦେଓଲ 22 ବର୍ଷ ପରେ ପୁଣି ଥରେ ବକ୍ସ ଅଫିସରେ ଧମାକା କରିବାକୁ ଆସୁଛନ୍ତି । ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର-ଏକ ପ୍ରେମ କଥା'ର ଦ୍ୱିତୀୟ ଭାଗ' ଗଦର ୨ 'ଆସନ୍ତା ଅଗଷ୍ଟ ମାସରେ ରିଲିଜ କରିବ । 'ଗଦର ୨' ରିଲିଜ୍ ପୂର୍ବରୁ ସନ୍ନି ଏକ ବଡ ଘୋଷଣା କରିଛନ୍ତି । ସନ୍ନି ଦେଓଲ ତାଙ୍କ ସାନପୁଅ ରାଜବୀର ଦେଓଲଙ୍କୁ ବଲିଉଡରେ ଲଞ୍ଚ କରିଛନ୍ତି ।

ସନ୍ନି ଦେଓଲ ସୋସିଆଲ ମିଡିଆରେ ତାଙ୍କ ସାନପୁଅ ରାଜବୀରଙ୍କ ଡେବ୍ୟୁ ଫିଲ୍ମ 'ଦୋନୋ-ଟୁ ଷ୍ଟେଜର ୱାନ ଡେଷ୍ଟିନେସନ'ର ଏକ ପୋଷ୍ଟର ରିଲିଜ କରି ବଲିଉଡରେ ଡେବ୍ୟୁ କରିବା ନେଇ ଘୋଷଣା କରିଛନ୍ତି । ଅଭିନେତ୍ରୀ ପାଲୋମା ମଧ୍ୟ ଏହି ଚଳଚ୍ଚିତ୍ରରେ ରାଜବୀରଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ରାଜବୀର ଏବଂ ପାଲୋମା ଅଭିନୀତ ଚଳଚ୍ଚିତ୍ର 'ଦୋନୋ' ରାଜଶ୍ରୀ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ ହେବାକୁ ଯାଉଛି । ଏହି ସମୟରେ ଅବିନାଶ ବଡଜାତ୍ୟ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି ।

ସନ୍ନି ଦେଓଲ ଇନଷ୍ଟାଗ୍ରାମରେ ଦୋନୋ ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ଏହା ଏକ ନୂଆ ଯାତ୍ରାର ଆରମ୍ଭ, ଆସନ୍ତାକାଲି(ମଙ୍ଗଳବାର) ଫିଲ୍ମର ଟିଜର ରିଲିଜ ହେବ । ଏଥି ସହିତ ଅଭିନେତ୍ରୀ ପୁନମ ଡିଲୋନଙ୍କ ଝିଅ ପାଲୋମା ଡିଲୋନଙ୍କ ରାଜବୀରଙ୍କ ସହ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପୋଷ୍ଟରରେ ରାଜବୀର ଏବଂ ପାଲୋମା ଏକ ବିଚରେ ବସିଥିବାର ନଜର ଆସିଛନ୍ତି । ତେବେ ଏହି ପୋଷ୍ଟ ସେୟାର ହେବା ମାତ୍ର ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗଦର 2ରେ ନାନା ପାଟେକରଙ୍କ ଏଣ୍ଟ୍ରି, ଜାଣନ୍ତୁ କ'ଣ ରହିଛି ଅଭିନେତାଙ୍କ ରୋଲ

ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର ଗଦର 2 ବିଷୟରେ କହିବାକୁ ଗଲେ, ଫିଲ୍ମଟି ଅଗଷ୍ଟ 11ରେ ରିଲିଜ ହେବ । ଫିଲ୍ମର ଦ୍ୱିତୀୟ ଭାଗକୁ ଅନିଲ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଫିଲ୍ମରେ ପୁଣି ଥରେ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ଅଭିନେତା ସନ୍ନି ଦେଓଲଙ୍କ ପୁଅ ଜିତେ ଭୂମିକାରେ ନଜର ଆସିବେ । ଏଥିସହ ଫିଲ୍ମରେ ସନ୍ନି ଏବଂ ଅମୀଷାଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ ସିହ୍ନା ନଜର ଆସିବେ । ଫିଲ୍ମ ଗଦର 2କୁ ନେଇ ସନ୍ନିଙ୍କ ପ୍ରଶଂସକଙ୍କ ମଧ୍ୟରେ ବହୁତ କ୍ରେଜ ରହିଛି । ଫିଲ୍ମ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଏହି ଫିଲ୍ମ ଅକ୍ଷୟ କୁମାରଙ୍କ ଓଏମଜି 2 ସହ କଡା ଟକ୍କର ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.